ମୈଦାନରେ ଦେଖିବାକୁ ମିଳିବନି ମାହିଙ୍କ ଜଲୱା! IPLରୁ ଅବସରର ମିଳିଲା ସଙ୍କେତ

ଚଳିତ IPL ସମ୍ଭବତଃ ଧୋନିଙ୍କ ଶେଷ ସିଜିନ ହୋଇପାରେ । ମୈଦାନରେ ଆଉ ଦେଖିବାକୁ ମିଳିବନି ମାହିଙ୍କ ଜଲୱା ।

ଦେଖିବାକୁ ମିଳିବନି ମାହିଙ୍କ ଜଲୱା!

ଦେଖିବାକୁ ମିଳିବନି ମାହିଙ୍କ ଜଲୱା!

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Mahendra Singh Dhoni Retirement: ମୈଦାନରେ ଆଉ ଦେଖିବାକୁ ମିଳିବନି ମାହିଙ୍କ ଜଲୱା । କମ୍ପେଟେଟିଭ୍‌ କ୍ରିକେଟର ଶେଷ ଫର୍ମାଟକୁ ବି ଅଲ୍‌ବିଦା କହିବେ ମହେନ୍ଦ୍ର ସିଂହ ଧୋନି ! ଆଉ ଚଳିତ IPL ସମ୍ଭବତଃ ଧୋନିଙ୍କ ଶେଷ ସିଜିନ ହୋଇପାରେ । ଚେପକ୍‌ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳିବେ ଧୋନି । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(CSK)ର କ୍ୟାପ୍‌ଟେନ୍‌ ଧୋନି ଏବେ ନିଜ କ୍ୟାରିଅର୍‌ର ଶେଷ ପର୍ଯ୍ୟାୟରେ ଅଛନ୍ତି । ମାହି ନିଜେ ଏହାର ସଂକେତ ଦେଇଛନ୍ତି ।

ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଏକ ଇଣ୍ଟରଭ୍ୟୁରେ ନିଜ ଅବସରକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଧୋନି । ନିଜ ଅନ୍ଦାଜରେ ହିଁ ରିଟାୟାରମେଣ୍ଟକୁ ନେଇ ସୂଚନା କ୍ୟାପଟେନ କୁଲ ମାହି । ତେବେ IPL 2023 ଆରମ୍ଭରୁ ହିଁ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହା ପଛରେ ଯଥେଷ୍ଟ କାରଣ ଓ ସଂକେତ ମଧ୍ୟ ରହିଛି । ପ୍ରଥମତଃ ଚଳିତ ଆଇପିଏଲ୍‌ରେ ୪୧ ବର୍ଷୀୟ ଧୋନି ସବୁଠୁ ବୟସ୍କ ଖେଳାଳି । ନିଜ ଫିଟ୍‌ନେସ ଯୋଗୁଁ ଧୋନିଙ୍କ ବୟସର ଝଲକ୍‌ କେବେ ମୈଦାନରେ ଦେଖିବାକୁ ମିଳିନଥିବା ବେଳେ ଏବେ ଆଣ୍ଠୁରେ ଆଘାତ ତାଙ୍କ ଚିନ୍ତା ବଢ଼ାଇଛି ।

SBIରେ ଖାତା ଅଛି କି? ଏଣିିକି ଗ୍ରାହକଙ୍କୁ ମିଳିବ ନୂଆ ସେବା

ଧୋନିଙ୍କ ଅବସରର ସବୁଠୁ ବଡ଼ ସଂକେତ ହେଉଛି ତାଙ୍କୁ ଦେଖିବାକୁ ଦର୍ଶକ ଓ ପ୍ରଶଂସକଙ୍କ ଅସମ୍ଭବ କ୍ରେଜ୍‌ । ଷ୍ଟାଡିୟମରେ ଧୋନି ଧୋନି ସ୍ବର ଆଉ ଡିଜିଟାଲ ପ୍ଲାଟଫର୍ମରେ ରେକର୍ଡ ଭିଉଜ୍‌ (Record Views) ମାହିଙ୍କ ଶେଷ ସିଜନ୍‌ର ଆଭାସ ଦେଉଛି । ମାହିଙ୍କ ଏହି କ୍ରେଜ୍‌ ବଦଳରେ IPLର ଡିଜିଟାଲ ପ୍ରସାରଣ ଅଧିକାର ପାଇଥିବା ଜିଓ ସିନେମା (Jio Cinema) ଦର୍ଶକଙ୍କ ସଂଖ୍ୟାରେ ନୂଆ ରେକର୍ଡ କରିଛି ।
ଆଉ ପ୍ରତି ମ୍ୟାଚ୍‌ରେ ଧୋନି ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବାକୁ ଆସିଲେ ଏହି ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢିଚାଲିଛି । ଫ୍ୟାନ୍‌ଙ୍କ ଏହି କ୍ରେଜ୍‌ ଯୋଗୁ ହିଁ ଷ୍ଟାଡିୟମ ଭିତରେ ହେଉ କି ବାହାରେ ଧୋନିଙ୍କ ପ୍ରତି ମୁଭ୍‌ମେଣ୍ଟ ଉପରେ ଶହ ଶହ କ୍ୟାମେରା ରହୁଛି ଆଉ ସେହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମ୍ୟାଚ୍‌ ବେଳେ ଡ୍ରେସିଂ ରୁମ୍‌ରୁ ଡଗ୍‌ ଆଉଟକୁ ଆସୁଥିବା ଭିଡିଓ ମଧ୍ୟ ସ୍କ୍ରିନରେ ଆସି ଗଲେ ମଧ୍ୟ Live Viewsରେ ଲକ୍ଷାଧିକ ଲୋକଙ୍କ ସଂଖ୍ୟା ବଢୁଛି ।

Gas Cylinder Offer: ୧୫୫ ଟଙ୍କାରେ ପାଇବେ ଗ୍ୟାସ ସିଲିଣ୍ଡର; ଏମିତି କରନ୍ତୁ ବୁକିଂ


ସୋସିଆଲ ମିଡିଆରେ ଧୋନିଇଜମ୍‌ (Dhonism) ଓ ବହୁ ସଂଖ୍ୟାରେ ଫ୍ୟାନ ପେଜ୍‌ ସୃଷ୍ଟି ହୋଇଛି । ଜଣେ ଖେଳାଳି, ଟିମ୍‌ ଲିଡର୍‌ ଆଉ ସବୁଠୁ ଅଧିକ ଜଣେ ମଣିଷ ଭାବେ ମାହିଙ୍କ ମହାନତାର ପ୍ରଶଂସାରେ ଶତମୁଖ କୋଟି କୋଟି ଲୋକ । ଏବେ ଧୋନି କେବଳ ଏକ ବ୍ୟକ୍ତି, କ୍ରିକେଟର କି ସେଲିବ୍ରିଟି ନୁହଁ ମହେନ୍ଦ୍ର ସିଂହ ଧୋନି (Mahendra Singh Dhoni) ଏକ ଭାବନା (Dhoni is an emotion) ହୋଇ ସାରିଛି ।
Published by:Soumya Das
First published: