ସବୁ ରେକର୍ଡ ଭାଙ୍ଗିଦେଲେ ଇଶାନ୍ କିଶାନ୍; ପଛରେ ରହିଗଲେ ୟନିଭର୍ସ ବସ୍

ଦିନିକିଆ ମ୍ୟାଚର ସବୁଠୁ ବଡ଼ ରେକର୍ଡକୁ ଭାଙ୍ଗିଛନ୍ତି ଇଶାନ କିଶାନ୍ । ମ୍ୟାଚ ଆରମ୍ଭରୁ ନିଜର ଦମଦାର ମନୋଭାବ ପ୍ରଦର୍ଶନ କରି ଚର୍ଚ୍ଚାର ପାତ୍ର ହୋଇଥିଲେ।

ସବୁ ରେକର୍ଡ ଭାଙ୍ଗିଦେଲେ ଇଶାନ୍ କିଶାନ୍; ପଛରେ ରହିଗଲେ ୟନିଭର୍ସ ବସ୍

ସବୁ ରେକର୍ଡ ଭାଙ୍ଗିଦେଲେ ଇଶାନ୍ କିଶାନ୍; ପଛରେ ରହିଗଲେ ୟନିଭର୍ସ ବସ୍

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଦିନିକିଆ ମ୍ୟାଚର ସବୁଠୁ ବଡ଼ ରେକର୍ଡକୁ ଭାଙ୍ଗିଛନ୍ତି ଇଶାନ କିଶାନ୍ । ମ୍ୟାଚ ଆରମ୍ଭରୁ ନିଜର ଦମଦାର ମନୋଭାବ ପ୍ରଦର୍ଶନ କରି ଚର୍ଚ୍ଚାର ପାତ୍ର ହୋଇଥିଲେ। ଦର୍ଶକେ ବେଶ୍ ବାରିପାରିଥିଲେ ଯେ, ଆଜି କିଶାନଙ୍କର ମୁଡ୍ କିଛି ଅଲଗା ଅଛି । ଏବଂ କିଶାନ ଏକ ବଡ଼ ଇନିଂସ ଖେଳିବା ଟାର୍ଗେଟ ଓ ଲକ୍ଷ୍ୟ ନେଇ ପଡ଼ିଆରେ ପାଦ ରଖିଛନ୍ତି । ତେବେ ସେପରି ହିଁ କିଛି ହେଲା କିଶାନ ୧୨୬ ବଲରେ ଦ୍ୱିଶତକ ପୂରଣ କରିବାରେ ସକ୍ଷମ ହେଲେ।

ବାଂଲାଦେଶ ବିପକ୍ଷ ସିରିଜର ୩ୟରେ ଟିମ୍ ଇଣ୍ଡିଆର ଯୁବ ତଥା ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରି କ୍ରିକେଟପ୍ରେମୀଙ୍କ ମନ ଜିତିଥିଲେ। ସେ ବାଂଲାଦେଶ ବୋଲରଙ୍କ ଗର୍ବ ଅହଂକାର ଧୂଳିସାତ କରି ୨୧୦ ରନର ଏକ ବଡ଼ ଇନିଂସ ଖେଳିଥିଲେ। ଇଶାନ୍ କିଶାନ୍  ଚିଟଗାଓଁର ଜାହୋର ଅହମ୍ମଦ ଚୌଧୁରୀ କ୍ରିକେଟ୍ ଷ୍ଟାଡିୟମରେ ଓପନିଂ କରିବାର ଦାୟିତ୍ୱ ତୁଲାଇଥିଲେ । ଖେଳିବା ସମୟରେ କିଶାନ କ୍ରିସ୍ ଗେଲଙ୍କ ସବୁଠାରୁ ବଡ଼ ଶତକ ରେକର୍ଡକୁ ମଧ୍ୟ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ଇଶାନ କିଶାନ ୧୨୬ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ ଏବଂ ୨୧୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ।  ଗେଲ ୧୩୮ ବଲରେ ଏକ ଦ୍ୱିଶତକ ହାସଲ କରିଥିଲେ ।

ଇଶାନ ଏବଂ ବିରାଟ ଆୟୋଜକ ଦଳର ବୋଲରଙ୍କୁ କଡ଼ା ଜବାବ ଦେଇଥିଲେ। ତସ୍କିନ ଅହମ୍ମଦଙ୍କ ସମୟରେ କିଶନ ଦୁଇଟି ଚୌକା ମାରିଥିଲେ। ତା’ପରେ ଇବାଦ୍‌ ହୁସେନ୍‌ ଇନିଂସର ୧୨ତମ ଓଭରରେ ୧୮ ରନ୍ ସଂଗ୍ରହ କରିଥିଲେ। ସେ ବ୍ୟକ୍ତିଗତ ସ୍କୋର ୫୦ରେ ପହଞ୍ଚିବା ପାଇଁ ଶାକିବଙ୍କ ଇନିଂସର ୧୩ତମ ଓଭରର ୨ୟ ବଲରେ ଗୋଟିଏ ସିଙ୍ଗଲ ନେଇଥିଲେ। ତାସ୍କିନଙ୍କ ୧୭ତମ ଓଭରରେ ସେ ଗୋଟିଏ ୬ ଓ ୪ଟି ଚୌକା ମାରିଥିଲେ। ପରେ କୋହଲି ମଧ୍ୟ ୧୯ତମ ଓଭର ଶେଷ ବଲରେ ଗୋଟିଏ ଚୌକା ସମେତ ଏକ ଶତକୀୟ ଭାଗିଦାରୀ ପୂରଣ କରିଥିଲେ।

ମ୍ୟାଚରେ ରୋହିତ ଶର୍ମାଙ୍କ ବଦଳରେ କେଏଲ ରାହୁଲ ଟିମର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତ ଗତ ଦିନିକିଆ ମ୍ୟାଚରେ ଆହତ ହେବା ଯୋଗୁଁ କେଏଲ ରାହୁଲଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ରୋହିତ ବାହାରିବା ଯୋଗୁଁ ଇଶାନଙ୍କୁ ସୁଯୋଗ ମିଳିଥିଲା ।
Published by:Soubhagya Mishra
First published: