News 18 Odia Digital
ନୂଆଦିଲ୍ଲୀ; ଭାରତ ଓ ନ୍ୟୁଜିଲ୍ୟାଣ୍ଡ (india vs new zealand) ମଧ୍ୟରେ ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ (Cricket Match) ବୁଧବାର ଖେଳାଯିବ । ଏହି ସିରିଜ୍ ବର୍ତ୍ତମାନ ୧-୧ ରେ ଅଟକି ରହିଛି, ଏଭଳି ପରିସ୍ଥିତିରେ ଭାରତ ଅହମ୍ମଦାବାଦରେ (Ahmedabad) ସିରିଜ୍ ବିଜୟ ଉପରେ ନଜର ରଖିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିପାରେ, କାରଣ ଗତ ଦୁଇଟି ମ୍ୟାଚ୍ ପାଇଁ ଭାରତର ଓପନିଂ ଯୋଡି ବିଫଳ ହେଉଛି, ତେଣୁ ଏଠାରେ ପରିବର୍ତ୍ତନ ନେଇ ସମ୍ଭାବନା ରହିଛି। ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ପୃଥ୍ବୀ ସା'ଙ୍କୁ ସୁଯୋଗ ଦେଇପାରନ୍ତି। ଯିଏ ଘରୋଇ କ୍ରିକେଟରେ ରନ୍ ସ୍କୋର କରିବା ପରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ଏହି ସିରିଜରେ କୌଣସି ସୁଯୋଗ ପାଇନାହାଁନ୍ତି, ଏଭଳି ପରିସ୍ଥିତିରେ ଅନ୍ୟ ଦୁଇ ଓପନରଙ୍କ ବିଫଳତା ପୃଥ୍ବୀ ସା'ଙ୍କୁ ତୃତୀୟ ମ୍ୟାଚ୍ରେ ଖେଳିବାକୁ ସୁଯୋଗ ଦେଇଛି। ଟି-୨୦ ଫର୍ମାଟରେ ପରିବର୍ତ୍ତନ ଆରମ୍ଭ କରିଥିବା ଭାରତୀୟ ଦଳ ପାଇଁ ଇଶାନ କିଶାନ (ishan kishan), ଶୁଭମାନ ଗିଲ ଓ ରାହୁଲ ତ୍ରିପାଠୀ ଭଲ ପ୍ରଦର୍ଶନ କରିନାହାଁନ୍ତି। ଏହି ତିନିଜଣ ଏହି ସିରିଜରେ ଫ୍ଲପ୍ ହୋଇଥିବା ପ୍ରମାଣିତ ହୋଇଥିଲେ, ଶେଷରେ କେବଳ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ସଙ୍କଟ ସମୟରେ ଟିମ୍ ଇଣ୍ଡିଆକୁ ବଞ୍ଚାଇବାକୁ ପଡିଲା।
ଏହି ମ୍ୟାଚ୍ ପରେ ଭାରତ ଦୀର୍ଘ ସମୟ ଧରି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଖେଳିବ ନାହିଁ। ଏଭଳି ପରିସ୍ଥିତିରେ ପୃଥ୍ବୀ ସା'ଙ୍କୁ ଏକ ସୁଯୋଗ ଦିଆଯିବା ଆବଶ୍ୟକ। ଇଶାନ କିଶାନଙ୍କ ବିଷୟରେ କହିବାକୁ ଗଲେ ସେ ବାଂଲାଦେଶ (Bangladesh) ବିପକ୍ଷରେ ଦ୍ୱିଶତକ ହାସଲ କରିବା ପରଠାରୁ ବ୍ୟାଟିଂରେ ଆଶ୍ଚର୍ଯ୍ୟଜନକ କିଛି କରିପାରି ନାହାଁନ୍ତି। ଇଶାନ ତାଙ୍କର ଶେଷ ଚାରି ଟି -୨୦ ଇନିଂସରେ ମାତ୍ର ୨,୧,୪,୧୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ତେବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗତ ଟି -୨୦ ରେ କୌଣସି ପରିବର୍ତ୍ତନ କରିବେ କି ନାହିଁ ତାହା ଦେଖିବାକୁ ପଡ଼ିବ। ତୃତୀୟ ଟି -୨୦ରେ ଏମାନେ ହୋଇପାରନ୍ତି ଭାରତର ଖେଳାଳୀ -୧୧: ଶୁଭମାନ ଗିଲ, ପୃଥ୍ବୀ ସା' / ଇଶାନ କିଶାନ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଶିବମ ମାଭି, ଅର୍ଶଦୀପ ସିଂ ।
ପଢ଼ନ୍ତୁ ଏହି ଖବର -
http://'ମୋତେ କ୍ୟାନସର, ଆଉ ୫ ବର୍ଷ ବଞ୍ଚିବି'; ଭିଡିଓ କରି ୪୯୩ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଲେ ଯୁବତୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।