ଧୋନି ହେବେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ? ଲିଟିଲ୍‌ ମାଷ୍ଟର ଦେଲେ ବଡ଼ ସଂକେତ !

IPLରୁ ଅବସର ପରେ ଧୋନିଙ୍କ ଭୂମିକା କଣ ରହିବ ? ରାହୁଲ ଦ୍ରାବିଡ଼ଙ୍କ ସ୍ଥାନ ନେବେ ମାହି ?

ଧୋନି ହେବେ ହେଡ୍‌ କୋଚ୍‌ ?

ଧୋନି ହେବେ ହେଡ୍‌ କୋଚ୍‌ ?

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

ଭାରତୀୟ କ୍ରିକେଟ୍‌ ଟିମ୍‌ର ହେଡ୍‌ କୋଚ୍‌ ହେବେ ମହେନ୍ଦ୍ର ସିଂହ ଧୋନି ? ରାହୁଲ ଦ୍ରାବିଡ଼ଙ୍କ ସ୍ଥାନ ନେବେ ଧୋନି ? ଟିମ୍‌ ଇଣ୍ଡିଆର୍‌ କୋଚ୍‌ ପାଇଁ ମାହି ପ୍ରଥମ ପସନ୍ଦ ! ଏନେଇ ବଡ଼ ସଂକେତ ଦେଇଛନ୍ତି ଲିଟିଲ୍‌ ମାଷ୍ଟର ସୁନୀଲ ଗାଭାସ୍କର । IPL 2023ରେ ଚେନ୍ନାଇର ଚମତ୍କାର ପ୍ରଦର୍ଶନ ଜାରି ରହିଥିବା ବେଳେ ଏହା କ୍ୟାପଟେନ୍‌ ଧୋନିଙ୍କ ଶେଷ ସିଜନ୍‌ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ସବୁଠୁ ବଡ଼ ପ୍ରଶ୍ନ ହେଲା ଯଦି ମାହି ସତରେ ଚଳିତ ସିଜିନ୍‌ ପରେ IPLରୁ ଅବସର ଘୋଷଣା କରନ୍ତି ତାହେଲେ ତାପରେ ତାଙ୍କର ଭୂମିକା କଣ ରହିବ ? କିମ୍ବଦନ୍ତୀ କ୍ରିକେଟର ଗାଭାସ୍କରଙ୍କ ପାଖରେ ରହିଛି ଏମ୍‌ଏସ୍‌ଡିଙ୍କୁ (MSD) ନେଇ ଦେଶରେ ଟ୍ରେଣ୍ଡ କରୁଥିବା ଏହି ପ୍ରଶ୍ନର ଉତ୍ତର ।

ଦେଶର ସବୁଠୁ ସଫଳ ଅଧିନାୟକ ଏମ୍‌.ଏସ୍‌ ଧୋନି (MS Dhoni)ଙ୍କୁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ (Head Coach) ଭାବେ BCCI ବିଚାର କରିବା ଉଚିତ ବୋଲି କହିଛନ୍ତି ଗାଭାସ୍କର । ତେବେ ଏହି ଗୁରୁ ଦାୟିତ୍ବ ପୂର୍ବରୁ ତାଙ୍କୁ କୁଲିଂ ଅଫ୍‌ ପିରିୟଡ (cooling off period) ଦିଆଯିବା ଉଚିତ ବୋଲି ଗାଭାସ୍କର କହିଛନ୍ତି । ତାଙ୍କ ଅନୁସାରେ, 'BCCI ଚୟନ କମିଟି (selection committee) ହେଉ କି ମ୍ୟାନେଜର, କିମ୍ବା କୋଚ୍‌ ପଦ ଏସବୁ ପାଇଁ ୨-୩ ବର୍ଷର କୁଲିଂ ଅଫ୍‌ ପିରିୟଡ ଦରକାର, କାରଣ ଜଣେ ଦଳ ପକ୍ଷରୁ ଏତେ ଦିନ ଧରି ଖେଳୁଥିବା ଜଣେ ପ୍ଲେୟରଙ୍କୁ ନେଇ ଏହି ବଡ଼ ନିଷ୍ପତ୍ତି ନିଆଯାଉଛି' ।

ଜଣେ ଖେଳାଳି ଭାବେ ମାହିଙ୍କ ସଫଳତା ଯେତିକି ଉଲ୍ଲେଖଯୋଗ୍ୟ ତାଠାରୁ ଅଧିକ ଚର୍ଚ୍ଚାରେ ରହିଛି ମହାନ ମାହିଙ୍କ ନେତୃ୍ତ୍ବ । ଭାରତୀୟ ଦଳ ହେଉ କି ଚେନ୍ନାଇ ସୁପରକିଙ୍ଗସ୍‌ କ୍ୟାପଟେନ୍‌ ଭାବେ ସେ କେବଳ ଦଳକୁ ସଫଳ କରାଇ ନାହାନ୍ତି, ବରଂ ବହୁ ଯୁବ କ୍ରିକେଟରଙ୍କୁ ତୟାର କରିଛନ୍ତି, ଦଳର ଖେଳାଳିଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିଛନ୍ତି । ରଣନୀତିରେ ପ୍ରସ୍ତୁତିରେ ବି ତାଙ୍କ ଅବଦାନ ଅତୁଳନୀୟ । ମେଣ୍ଟର ଭାବେ ମାହି କେବଳ ଖେଳାଳି ନୁହଁନ୍ତି ଫ୍ୟାନ ଓ ଦର୍ଶକଙ୍କ ଠାରୁ ମଧ୍ୟ ଅନେକ ପ୍ରଶଂସା ପାଇଛନ୍ତି । ତେଣୁ ମାହି ଭାରତୀୟ ଦଳର ମୁଖ୍ୟ କୋଚ୍‌ ହେଲେ ଦଳ ପାଇଁ ଭଲ ହେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ।

ପୂର୍ବରୁ ୨୦୨୧ ଟି-ଟ୍ବେଣ୍ଟି ବିଶ୍ବକପ୍‌ (T20 World Cup)ରେ ଧୋନି ଟିମ୍‌ ଇଣ୍ଡିଆର ମେଣ୍ଟର ଦାୟିତ୍ବ ନିର୍ବାହ କରି ସାରିଛନ୍ତି । ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ସେମି ଫାଇନାଲ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲା ।
Published by:nihar panda
First published: