News18 Odia Digital
କଟକ: ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ(IPL)। ଆଇପିଏଲର ଏହି ୧୬ତମ ସଂସ୍କରଣ ଏଥର ବିଭିନ୍ନ କାରଣ ପାଇଁ ସ୍ବତନ୍ତ୍ର ହୋଇ ଯାଇଛି । ଏଥର ଓଡ଼ିଆ ଭାଷା(Odia Language)ରେ ପ୍ରସାରଣ ହେବ ଆଇପିଏଲ ।
ଜିଓ ସିନେମା ଆପ(Jio cinema App)ରେ ଚଳିତ ଆଇପିଏଲର ମ୍ୟାଚଗୁଡ଼ିକ ଇଂରାଜୀ ଓ ହିନ୍ଦୀ ସହିତ ମୋଟ ୧୨ଟି ଭାଷାରେ ପ୍ରସାରିତ ହେବ । ସେଥିମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ । ଟୁର୍ଣ୍ଣାମେଣ୍ଟ ସମସ୍ତ ମ୍ୟାଚକୁ କେବଳ ଓଡ଼ିଆରେ ପ୍ରସାରଣ ବା କମେଣ୍ଟ୍ରି ହେବ ନାହିଁ ବରଂ ଗ୍ରାଫିକ ଠାରୁ ଆରମ୍ଭ କରି ପ୍ୟାନେଲ ଡିସକସନ ପର୍ଯ୍ୟନ୍ତ ସବୁ କିଛି ଓଡ଼ିଆ ଭାଷା ହିଁ କରାଯିବ । ଏଥିପାଇଁ ୫ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଓଡ଼ିଆ ଟିମ ଗୁଜୁରାଟ ଗସ୍ତ କରିଛି । ଏହି ଟିମରେ ୩ ଜଣ କ୍ରିକେଟ ଖେଳାଳି ଯଥା ଦେବାଶିଷ ମହାନ୍ତି, ବିପ୍ଳବ ସାମନ୍ତରାୟ ଓ ବସନ୍ତ ମହାନ୍ତି । ଏହା ସହିତ ଦୁଇ ଜଣ ଓଡ଼ିଆ ଆଙ୍କର ଲୋରିଆ ମହାନ୍ତି ଓ ଶୋଭନା ମିଶ୍ର ।
ମ୍ୟାଚ ପୂର୍ବରୁ ଓ ପରେ "ମ୍ୟାଚ ସେଣ୍ଟର ଲାଇଭ" ନାମରେ ଏକ ପାନେଲ ଡିସକ୍ସନ କରାଯିବ ଓ ଏହି ଡିସକ୍ସନଟି ବିଭିନ୍ନ ପର୍ଯ୍ୟାୟରେ ଏହି ୫ ଜଣ ଓଡ଼ିଆଙ୍କ ଦ୍ବାରା ହିଁ ପରିଚାଳିତ ହେବ। ତେବେ ୨ ଜଣ ଆଙ୍କର ମଧ୍ୟରେ ସ୍ଥାନ ପାଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ଲୋରିଆ ମହାନ୍ତି। କଟକ ତ୍ରିଶୁଳିଆରେ ରହୁଥିବା ଲୋରିଆ ଏହି ଟିମରେ ସାମିଲ ହୋଇଥିବାରୁ ତାଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୨ ବର୍ଷ ଧରି ସେ ଆଙ୍କର ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋରିଆ ଏଥର ଆଇପିଏଲର ଅଶଂ ହେବାକୁ ସୁଯୋଗ ପାଇଥିବାରୁ ତାଙ୍କ ପରିବାର ଲୋକ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
Kaal Sarp Dosh: ୩ଟି ସଙ୍କେତରୁ ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି କାଳସର୍ପ ଦୋଷ?
"ଓଡ଼ିଆରେ ପ୍ରସାରିତ ହେବାକୁ ଥିବା ଆଇପିଏଲ ଏହି କାର୍ଯ୍ୟକ୍ରମ ବାବଦରେ ମୋର ଜଣେ ବନ୍ଧୁ ମୋତେ କହିଥିଲେ । ଏହା ପରେ ମୁଁ ଅଡିସନ ଦେଇଥିଲି । ପୂର୍ବରୁ ଆଇପିଏଲ ବିଷୟରେ କିଛି କିଛି ଜ୍ଞାନ ମୋର ଥିଲା । କିନ୍ତୁ ଅଧିକ ଜାଣିବା ପାଇଁ ବହୁତ ଅଧ୍ୟୟନ କରିବାକୁ ପଡ଼ିଲା । ଆଉ ଅଡିସନ ପରେ ଆଙ୍କରିଂ ପାଇଁ ମୋର ସିଲେକ୍ସନ ହୋଇଗଲା । ଓଡ଼ିଆ ଭାବେ ମୁଁ ବହୁତ ଗର୍ବିତ ଯେ ଏଥର ପ୍ରଥମ ଥର ଲାଗି ଓଡ଼ିଆରେ ଆଇପିଏଲ ପସାରିତ ହେବ ଏବଂ ମୋତେ ସେଥିରେ ଆଙ୍କରିଂ ପାଇଁ ସୁଯୋଗ ମିଳିଛି" କହିଛନ୍ତି ଲୋରିଆ ମହାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।