News18 Odia Digital
IPL Fan Parks: ଏଥର IPL ସବୁଠୁ ନିଆରା। ଖୁସି ଆଣି ଦେଇଛି ଜିଓ ସିନେମା (Jio Cinema)। ମାଗଣାରେ ମ୍ୟାଚ ଦେଖଇବାର ମଜା ନେଉଛନ୍ତି କ୍ରିକେଟ ପ୍ରେମି (Cricket Lovers)। ଖାଲି ସେତିକି ନୁହେଁ ଆଇପିଏଲରେ (IPL) ଫ୍ୟାନମାନଙ୍କ ସହ ଖେଳ ଦେଖିବାକୁ ପାଇଁ ଜିଓ ସିନେମା ପକ୍ଷରୁ ଆପଣଙ୍କ ସହରରେ ରହିଛି ଆଇପିଏଲ ଫ୍ୟାନ ପାର୍କ (IPL Fan Parks)।
ଯେଉଁଠି ୧୦୦ ଲୋକ ଏକାଠି ବସି ଆଇପିଏଲ (IPL 2023) ଦେଖିବାର ମଜା ନେଉଛନ୍ତି। ସୁନ୍ଦର ସାଜସଜ୍ଜା ସହ ରହିଛି ଅନେକ ସୁବିଧା। ଯେଉଁଥିରେ ଦର୍ଶକମାନେ ସାମିଲ ହୋଇ ଖେଳ ଦେଖିବା ସହ ଖେଳାଳିଙ୍କୁ ଚିୟର ଅଫ୍ ମଧ୍ୟ କରୁଥିବାର ନଜର ଆସୁଛନ୍ତି।
ଏମିତି ଆମ ଦେଶରେ ଅନେକ ସହରରେ ଜିଓ ସିନେମା ପକ୍ଷରୁ ହୋଇଛି ଆଇପିଏଲ ଫ୍ୟାନ ପାର୍କ। ସେହିଭଳି ପ୍ରଥମ ଥର ପାଇଁ ମାଗଣାରେ ମ୍ୟାଚ ଦେଖିବାର ସୁଯୋଗ ଦେଇଛି ଜିଓ ସିନେମା।
ବିନା କୌଣସି ଦେୟରେ ଡିଜିଟାଲ ପ୍ଲାଟଫର୍ମରେ ଜିଓ ସିନେମା ଦେଉଛି ଆଇପିଏଲ ଦେଖିବାର ସୁଯୋଗ। ଦେଶ ଓ ଦେଶ ବାହାରେ କୋଟି କୋଟି ଲୋକ ଜିଓ ସିନେମାରେ ମାଗଣାରେ ଆଇପିଏଲ ମ୍ୟାଚ ଦେଖୁଛନ୍ତି।
ପଢ଼ନ୍ତୁ ଏହି ଖବର: Dream Astrology: ସ୍ବପ୍ନରେ ଏହି ୪ଟି ଜିନିଷ ଦେଖିଲେ, ବଦଳିଯିବ ଆପଣଙ୍କ ଜୀବନଆହୁରି ମଧ୍ୟ ବିଭିନ୍ନ ଆଞ୍ଚଳିକ ଭାଷାରେ ଆଇପିଏଲ କମେଟ୍ରି ଶୁଣିବାକୁ ମଧ୍ୟ ମିଳୁଛି। ଯାହାକି କ୍ରିକେଟ ଇତିହାସରେ ପ୍ରଥମ। ଜିଓ ସିନେମା ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।