ମ୍ୟାଚରେ ଦୁଇ ଓପନର ବିରାଟ ଏବଂ ଡୁପ୍ଲେସିସଙ୍କ ଯୋଡ଼ି ଖୁବ ଜମିଥିଲା । ଉଭୟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ବିରାଟ ୪୭ ବଲ୍ରେ ୫୯ ରନ୍ କରିଥିଲେ ।
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଆର୍ସିବିର ମଙ୍ଗ ଧରିଲେ ବିରାଟ କୋହଲି (virat kohli) । ଖାଲି କ୍ୟାପଟେନ (Captain) ହୋଇନାହାନ୍ତି ପଞ୍ଜାବ ବିପକ୍ଷ ମ୍ୟଚକୁ ମଧ୍ୟ ବିରାଟ ଜିତାଇଛନ୍ତି । ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ମାଟିରେ ପରାଜୟର ସାମନା କରିଛି ପଞ୍ଜାବ କିଙ୍ଗ୍ସ (punjab kings) । ମ୍ୟାଚରେ ଟସ୍ ଜିତି ପଞ୍ଜାବ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ବିରାଟ କୋହଲି ଏବଂ ଡୁପ୍ଲେସିସ୍ । ତେବେ ଓପନିଂ ବ୍ୟାଟିଂ ଆସିବା ସତ୍ତ୍ବେ କାହିଁକି ଡୁପ୍ଲେସିସି ଅଧିନାୟକ ପଦ ସମ୍ଭାଳିଲେନି ସେ ବିଷୟରେ ଆମେ ଜାଣିବା ହେଲେ ତା ପୂର୍ବରୁ ଆସନ୍ତୁ ନଜର ପକାଇବା ରୋମାଞ୍ଚକର ଏହି ମ୍ୟାଚ ଉପରେ ।
ମ୍ୟାଚରେ ଦୁଇ ଓପନର ବିରାଟ ଏବଂ ଡୁପ୍ଲେସିସଙ୍କ ଯୋଡ଼ି ଖୁବ ଜମିଥିଲା । ଉଭୟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ବିରାଟ ୪୭ ବଲ୍ରେ ୫୯ ରନ୍ (run) କରିଥିଲେ । ତେବେ ଡୁପ୍ଲେସିସ୍ଙ୍କ ବ୍ୟାଟରୁ ହୋଇଥିଲା ରନ୍ ବର୍ଷା ମାତ୍ର ୫୬ ବଲ୍ରେ ଡୁପ୍ଲେସିସି କରିଥିଲେ ୮୪ ରନ୍ । ଯେଉଁଥିରେ ରହିଥିବା ୫ଟି ଚୌକା ଏବଂ ୫ଟି ଛକା । ତେବେ ଦୁଇ ଓପନରଙ୍କ ପରେ ଆରସିବିର କୌଣସି ଖେଳାଳି କ୍ରିଜ୍ରେ ତିଷ୍ଠି ପାରିନଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୭୪ ରନ୍ କରିଥିଲା । ସେପଟେ ୧୭୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କ୍ରମାଗତ ୱିକେଟ ହରାଇଥିଲା । ଓପନର ପ୍ରଭସିମରନ୍ ସିଂହ ଏବଂ ୱିକେଟ କିପର ଜିତେଶ ଶର୍ମାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି କ୍ରିଜରେ ବେଶି ସମୟ ତିଷ୍ଠି ପାରି ନଥିଲେ । ଓପନର ପ୍ରଭସିମରନ୍ ୪୬ ରନ୍ କରିଥିବା ବେଳେ ଜିତେଶ ଶର୍ମା ୪୧ ରନ୍ କରିଥିଲେ । ଏହାସହ ୧୮ ଓଭର ୨ ଦୁଇଟି ବଲରେ ଦଳ ସମସ୍ତ ୱିକେଟ ହରାଇ ୧୫୦ ରନ୍ରେ ଅଲ୍ଆଉଟ୍ (all out) ହୋଇଯାଇଥିଲା । ଆଉ ମ୍ୟାଚକୁ ୨୪ ରନ୍ରେ ଜିତି ନେଇଥିଲା ଆର୍ସିବି (RCB) ।
ଏବେ ଆସନ୍ତୁ ନଜର ପକାଇବା କାହିଁକି ଡୁପ୍ଲେସିସଙ୍କ ସ୍ଥାନରେ ବିରାଟଙ୍କ ଦିଆଗଲା ଅଧିନାୟକ ଦାୟିତ୍ବ । ସୂଚନା ଅନୁସାରେ ମ୍ୟାଚ ଆରମ୍ଭରୁ ଟସ୍ ପାଇଁ କ୍ରିଜକୁ ଆସିଥିଲେ ଆର୍ସିବି ପକ୍ଷରୁ ବିରାଟ କୋହଲି ଏବଂ ପଞ୍ଜାବ ପକ୍ଷରୁ ସାମ କରନ୍ । ମ୍ୟାଚରେ ଟସ୍ ଜିତି ସାମକରନ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଡୁପ୍ଲେସିସଙ୍କ ସ୍ଥାନରେ କାହିଁକି ବିରାଟ ଅଧିନାୟକ ପଦ ସମ୍ଭାଳିଲେ ସେନେଇ କହିଥିଲେ ବିରାଟ । ବିରାଟ କହିଥିଲେ ଡୁପ୍ଲେସିସଙ୍କ ଗୋଇଠିରେ ଆଘତ ଲାଗିଥିବାରୁ ସେ ଫିଲ୍ଡିଂ କରିପାରିବେନି । ତେଣୁ ସେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବେ ବୋଲି କହିଥିଲେ । ଭିଶାକଙ୍କ ସ୍ଥାନରେ ଡୁପ୍ଲେସିସ୍ ଖେଳିଥିଲେ ।
ଏହି ଖବର ପଢ଼ନ୍ତୁ -
ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଆକ୍ରମଣ: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।