News 18 Odia Digital
ନୂଆଦିଲ୍ଲୀ: ମୁମ୍ବାଇ ଦଳ ଠିକ୍ ସମୟରେ କୋଲକାତାକୁ ଝଟକା ଦେବାରେ ସଫଳ ହୋଇଥିଲା। ଭେଙ୍କଟେଶ ଆୟର୍ ୧୦୪ ରନ୍ ସ୍କୋର କରିବା ପରେ ୱିକେଟ୍ ହରାଇଥିଲେ। ଶତକ ପୁରା ହେବା ପରେ ସେ ଇନିଂସକୁ ଅଧିକ ଆକ୍ରମଣାତ୍ମକ କରିବେ ବୋଲି ଆଶା କରାଯାଉଥିଲା। ମରିଡେଥ ତାଙ୍କୁ ୟାନସନଙ୍କ ଦ୍ବାରା କ୍ୟାଚ କରି ପୁନର୍ବାର ପଠାଇଦେଲେ ।
ଚମତ୍କାର ବ୍ୟାଟିଂ କରୁଥିବାବେଳେ ଭେଙ୍କଟେଶ ଆୟର ମୁମ୍ବାଇ ଇଣ୍ଡିଆନ୍ସ (mumbai indians) ବିପକ୍ଷରେ ଏକ ଶତକ (hundred) ହାସଲ କରିଛନ୍ତି। ଆହତ ହେବା ପରେ ମଧ୍ୟ ଖେଳ ଜାରି ରଖିଥିଲେ ଓ ଏହି ବ୍ୟାଟ୍ସମ୍ୟାନ୍ ୪୯ ବଲରେ ୫ ଚୌକା ଓ ୯ ଛକା ମାରି ଶତକ ପୂରଣ କରିଥିଲେ।
ରବିବାର ଇଣ୍ଡିଆନ ପ୍ରିମିୟର ଲିଗ (ipl)ରେ ଡବଲ ହେଡରର ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (kolkata knight riders) ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହୋଇଛି। ମୁମ୍ବାଇର ଅଧିନାୟକତ୍ଵ କରିବାକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ। ଆଜିର ମ୍ୟାଚ୍ରେ ରୋହିତ ଶର୍ମା ଏକ ବିକଳ୍ପ ଭାବେ ଖେଳୁଛନ୍ତି। ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ୧୭ ଓଭର ପରେ କୋଲକାତା ୪ ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଛି। ଭେଙ୍କଟେଶ ଆୟର ୪୯ ବଲରେ ୫ ଚୌକା ଓ ୯ ଛକା ମାରି ଶତକ ହାସଲ କରିଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସର ଘାତକ ବୋଲିଂ ସାମ୍ନାରେ ଯେଉଁଠାରେ କେକେଆରର ଅନ୍ୟ ବ୍ୟାଟ୍ସମ୍ୟାମାନେ ରନ୍ ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ, ଭେଙ୍କଟେଶ ଆୟର୍ ଗୋଟିଏ ପ୍ରାନ୍ତରୁ ଭିନ୍ନ ଶୈଳୀରେ ଖେଳୁଥିବା ନଜର ଆସୁଛନ୍ତି। ଦଳକୁ ପ୍ରଥମ ଝଟକା ନାରାୟଣ ଜଗଦେସନଙ୍କ ରୂପରେ ଲାଗିଥିଲା। ଜଗଦେସନ ବିନା ଖାତା ଖୋଲି କ୍ୟାମେରନ୍ ଗ୍ରୀନଙ୍କ ଶିକାର ହୋଇଥିଲେ । ଏହା ପରେ ଦଳ ରହମାନୁଲ୍ଲା ଗୁରୁବାଜ ( ୧୨), କ୍ୟାପଟେନ ନୀତୀଶ ରାଣା (୦୫) ଏବଂ ଶାର୍ଦ୍ଦୁଲ ଠାକୁର (୧୩) ଙ୍କ ରୂପରେ ଲଗାତାର ବ୍ୟବଧାନରେ ଅସୁବିଧାର ସମ୍ମୁଖୀନ ହୋଇଥିଲା।
ଭେଙ୍କଟେଶ ଆୟରଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ମୋଟ ୧୧ ଟି ମ୍ୟାଚ୍ ଖେଳିଛନ୍ତି। ଏହାରି ମଧ୍ୟରେ ନଅ ଇନିଂସରେ ତାଙ୍କ ବ୍ୟାଟରୁ ୧୫୭ରନ୍ ବାହାରିଛି। ଏଥି ସହିତ ବୋଲିଂ ସମୟରେ ସମାନ ସଂଖ୍ୟକ ମ୍ୟାଚରେ ପାଞ୍ଚ ଇନିଂସରେ ପାଞ୍ଚଟି ସଫଳତା ହାସଲ କରିଛନ୍ତି।
ଏହି ଖବର ପଢ଼ନ୍ତୁ -
କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।