IPL 2023: କାମ ଦେଲାନି ରିଙ୍କୁଙ୍କ ଇନିଂସ; ହାଇଦ୍ରାବାଦ ଠାରୁ ହାରିଲା କୋଲକାତା

ହାଇଦ୍ରାବାଦ ଠାରୁ ୨୩ ରନରେ ହାରିଲା କୋଲକାତା। ହାଇଦ୍ରାବାଦ ଦେଇଥିବା ୨୨୮ ରନକୁ ଲକ୍ଷ୍ୟକୁ ପିଛା କରି କୋଲକାତା ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

IPL 2023

IPL 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023: ହାଇଦ୍ରାବାଦ ଠାରୁ ୨୩ ରନରେ ହାରିଲା କୋଲକାତା। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ଟିମ ନିର୍ଦ୍ଧାରିତ ୨୦ ଓଭରରେ ଚାରି ୱିକେଟ୍ ହରାଇ ୨୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦଳ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିବା ହ୍ୟାରି ବ୍ରୁକ ୫୫ ବଲରେ ୧୦୦ ରନର ଅପରାଜିତ ଶତକ ସ୍କୋର କରିଥିଲେ । ଏହା ବ୍ୟତୀତ କ୍ୟାପଟେନ ଇଡେନ ମାର୍କ୍ରାମ ମଧ୍ୟ ୨୬ ବଲରେ ୫୦ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ କେକେଆରକୁ ନିର୍ଦ୍ଧାରିତ ଓଭରରେ ୨୨୯ ରନ୍ ସ୍କୋର ଆବଶ୍ୟକ ଥିଲା । ରିଙ୍କୁଙ୍କ ଲଢୁଆ ଇନିଂସ ସତ୍ତ୍ୱେ କୋଲକାତା ୨୦୫ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଆଜି କୋଲକାତା ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମରେ ଆମ୍ନାସାମ୍ନି ହୋଇଥିଲେ କେକେଆର୍‌ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ କେକେଆର୍‌ ହାର୍‌ର ସାମ୍ନା କରିଥିଲେ ୱି ଗତ ଦୁଇଟି ମ୍ୟାଚ୍‌ରେ ଦମଦାର କମ୍‌ବ୍ୟାକ୍‌ କରିଛି । ରିଙ୍କୁ ସିଂହଙ୍କ ଅବିଶ୍ୱସନୀୟ ମ୍ୟାଚ୍‌ ବିଜୟୀ ଇନିଂସ ପରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ ଲକ୍ଷ୍ଯରେ ଥିଲା।

ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା । ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍‌ରେ ପରାସ୍ତ କରିଥିଲା। ଏଥିରେ ଠାକୁର ୨୯ ବଲ୍‌ରୁ ୬୮ ରନ୍‌ କରିଥିଲେ । ପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରିଙ୍କୁ ଶେଷ ଓଭରରେ ୫ ବଲ୍‌ରୁ ୫ ଛକା ମାରି ଦଳକୁ ଚମତ୍କାର ବିଜୟ ଦେଇଥିଲେ ।
Published by:Soumya Das
First published: