RR vs SRH: ଶେଷ ବଲ୍‌ରେ ହାଇଦ୍ରାବାଦର ନାଟକୀୟ ବିଜୟ; ୪ ୱିକେଟରେ ହାରିଲା ରାଜସ୍ଥାନ

RR vs SRH: ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ । ଶେଷ ବଲ୍‌ରେ ହାଇଦ୍ରାବାଦ ନାଟକୀୟ ବିଜୟ ଲାଭ କରିଛି ।

RR vs SRH: ଶେଷ ବଲ୍‌ରେ ହାଇଦ୍ରାବାଦର ନାଟକୀୟ ବିଜୟ; ୪ ୱିକେଟରେ ହାରିଲା ରାଜସ୍ଥାନ

RR vs SRH: ଶେଷ ବଲ୍‌ରେ ହାଇଦ୍ରାବାଦର ନାଟକୀୟ ବିଜୟ; ୪ ୱିକେଟରେ ହାରିଲା ରାଜସ୍ଥାନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

RR vs SRH: ଆଇପିଏଲ୍ ୨୦୨୩ର ୫୨ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ । ଏହି ମ୍ୟାଚ୍‌ରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜବରଦସ୍ତ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୧୫ ରନ୍‌ର ବିଜୟ ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ଶେଷ ବଲ୍‌ରେ ହାଇଦ୍ରାବାଦର ନାଟକୀୟ ବିଜୟ ହାସଲ କରିଛି । ରାଜସ୍ଥାନର ଦୁଇ ଓପନିଂ ଯୋଡ଼ି ଜସ୍ ବଟଲର ଏବଂଜଶସ୍ୱୀ ଜୈସ୍ୱାଲ ଦୃଢ଼ ମୂଳଦୁଆ ପକାଇଥିଲେ । କିନ୍ତୁ ୪ ୱିକେଟରେ ହାରିଛି ରାଜସ୍ଥାନ ।

ଜୈସ୍ୱାଲ ୩୫ ରନ୍‌ରେ ଆଉଟ୍ ହେବା ପରେ ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌କୁ ଆସିଥିଲେ । ସେ ବଟଲରଙ୍କ ସହିତ ମିଶି ଦଳର ସ୍କୋର ବଢାଇଥିଲେ । ଜସ୍ ବଟଲର ୫୯ ବଲ୍‌ରେ ୯୫ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ସାଞ୍ଜୁ ସାମସନ ୩୮ ବଲ୍ ଖେଳି ୬୬ ରନ୍ ସ୍କୋର କରିଥିଲେ । ହାଇଦ୍ରାବାଦ୍ ପାଇଁ ଭୁବନେଶ୍ୱର କୁମାର ଏବଂ ମାର୍କୋ ଜନସନ୍ ଗୋଟିଏ ଲେଖାଏଁ ଉଇକେଟ୍ ନେଇଥିଲେ ।

ପଢନ୍ତଉ ଏହି ଖବର : Wedding: ୨୦ ବର୍ଷର ବୋହୂକୁ ବିବାହ କଲା ଶ୍ୱଶୁର ! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ...
Published by:Sujit Swain
First published: