IPL 2023 : ୯ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ

IPL 2023 : ୯ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ

IPL 2023 : ୯ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023 : ଆଇପିଏଲ ୨୦୨୩ର (IPL 2023) ୪୦ ତମ ମ୍ୟାଚ୍‌ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ (Sunrisers Hyderabad ) ଓ ଦିଲ୍ଲୀ କ୍ୟାପିଟାଲ୍ସb (Delhi Capitals) ମଧ୍ୟରେ ଖେଳାଯାଇଥିଲା।ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୯୭ ରନ୍‌ କରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଓ୍ବିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୧୮୮ ରନ୍‌ କରି ପୁଣି ଘରୋଈ ମୈଦେନରେ ପରାଜୟର ଶିକାର ହୋଇଛି। ଏଥିସହିତ ଶନିବାର ଖେଳାଯାଇଥିବା ମ୍ୟାଚ୍‌କୁ ୯ରନ୍‌ରେ ଜିତିଛି ସନ୍‌ରାଇଜର୍ସ ହାଇଦ୍ରାବାଦ ।





ପ୍ରଥମେ ବ୍ୟାଟିଂ ପରେ ହାଇଦ୍ରାବାଦ ଦିଲ୍ଲୀକୁ ୧୯୮ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ପାଇଁ ମାତ୍ର ୧୮୮ ରନ୍ କରିବାରେ ସକ୍ଷମ ହୋଇଥିଲେ। ଆଠଟି ମ୍ୟାଚରେ ଏହା ସନରାଇଜର୍ସ ହାଇଦ୍ରାବାଦର ତୃତୀୟ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ଷଷ୍ଠ ଥର ପରାଜୟର ସାମ୍ନା କରିଛି।

ପଢନ୍ତୁ ଏହି ଖବର : Labour Policy: ଖୁସି ଖବର...ଓଭରଟାଇମ୍‌ କାମ କଲେ ମିଳିବ ଦୁଇ ଗୁଣା ଦରମା

ଦିଲ୍ଲୀ ପକ୍ଷରୁ ଫିଲିପ ସଲ୍ଟ ୫୯ ଏବଂ ମିଚେଲ ମାର୍ଶ ୬୩ ରନ୍‌ର ଅର୍ଦ୍ଧିଶତକୀୟ ପାଳି ଖେଳିଥିଲେ। ସେହିପରି ଡେଭିଡ୍‌ ଓ୍ବର୍ଣ୍ଣର(୦), ମନୀଷ ପାଣ୍ଡେ(୧),ପ୍ରିୟମ ଗର୍ଗ(୧୨), ସରଫରାଜ୍‌ ଖାନ୍(୯), ଅକ୍ଷର ପଟେଲ(୨୯), ରିପଲ୍‌ ପଟେଲ(୧୧) ରନ୍‌ କରିଥିଲେ। ସେପଟେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମୟଙ୍କ ମାର୍କଣ୍ଡେ ୨ଟି ଓ୍ବିକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର, ଅକିଲ ହୁସେନ୍, ଟି ନଟରାଜନ୍‌ ଓ ଅଭିଶେକ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।

ସେପଟେ କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ୩୯ ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୭୯ରନ କରିଥିଲା । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ସର୍ବାଧିକ ୮୧ରନ କରିଥିଲେ । ସେହିପରି ଆନ୍ଦ୍ରେ ରସେଲ ୩୪ରନ ଓ ରିଙ୍କୁ ସିଂ ୧୯ ରନ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସମ୍ମି ୩ଟି ଓ୍ବିକେଟ ନେଇଥିବାବେଳେ ଜୋସୁଆ ଲିଟଲ ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପଢନ୍ତୁ ଏହି ଖବର :  65 Inch TVରେ ବଡ଼ ଅଫର୍‌...ଦେଢ ଲକ୍ଷର ଟିଭି ମିଳୁଛି ମାତ୍ର ୨୯ ହଜାରରେ !
Published by:Sujit Swain
First published: