ଆର୍ସିବି ଆଗରେ ୧୮୭ ରନ୍ର ଟାର୍ଗେଟ୍
- News18 Odia
- Last Updated :
- Other, India
News18 Odia Digital
IPL 2023: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୬୫ତମ ମ୍ୟାଚରେ ହେନ୍ରିଚ କ୍ଲାସେନଙ୍କ ଶତକୀୟ ଇନିଂସ୍ ବଲରେ ସନ୍ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ(ଏସ୍ଆର୍ଏଚ୍) ୨୦ ଓଭରରେ ୫ ୱିକେଟ ହରାଇ ୧୮୬ ରନ୍ କରିଛି। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଆଗରେ ୧୮୭ ରନ୍ର ବିଜୟ ଟାର୍ଗେଟ୍ ରହିଛି ହାଇଦ୍ରାବାଦ।
ଅଧିନାୟକ ଫାଫ ଡୁ ପ୍ଲେସିସ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଆଡେନ ମାକ୍ରମଙ୍କ ନେତୃତ୍ୱାଧୀନ ସନ୍ ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା। ଦଳର ୨ ଓପରନ୍ ଅଭିଷେକ ଶର୍ମା ଏବଂ ରାହୁଲ ତ୍ରିପାଠୀ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଅଭିଷେକ ୧୧ ରନ୍ କରି ପ୍ରଥମେ ଆଉଟ୍ ହୋଇଥିବା ବେଳେ ରାହୁଲ ୧୫ ରନ୍ କରି ଆଉଟ ହୋଇଯାଇଥିଲେ। ଏପରିକି ଅଧିନାୟକ ମାକ୍ରମ ମଧ୍ୟ ପୁଣି ବିଫଳ ହୋଇଥିଲେ। ସେ ୧୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଦଳ ସଙ୍କଟରେ ପଡିଥିଲା। ହେଲେ ହେନ୍ରିଚ କ୍ଲାସେନ ଧର୍ଯ୍ୟର ସହ ବ୍ୟାଟି କରି ୫୧ ବଲ୍ରେ ୮ ଚୌକା ୬ ଛକା ସହାୟତାରେ ୧୦୪ ରନ୍ର ଧୂଆଁଧାର ଇନିଂସ୍ ଖେଳିଥିଲେ। ହ୍ୟାରି ବ୍ରୁକ୍ ମହତ୍ୱପୂର୍ଣ୍ଣ ୨୭ ରନ୍ କରିଥିଲେ। ଫଳରେ ହାଇଦ୍ରାବାଦ ୧୬୭ ରନ୍ କରିବାରେ ସକ୍ଷମ ହୋଇଥିଲା। ଆର୍ସିବି ପକ୍ଷରୁ ମାଇକେଲ ବ୍ରେସୱେଲ ୨ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ ଏବଂ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।