KKR vs SRH: IPL 2023ରେ ପ୍ରଥମ ଶତକ ହାସଲ କଲେ ହ୍ୟାରି ବ୍ରୁକ; କୋଲକାତା ଆଗରେ ୨୨୯ ରନ୍‌ର ଟାର୍ଗେଟ

ଆଜି ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ହ୍ୟାରି ବ୍ରୁକ ୫୫ ବଲର ୧୦୦ ରନ କରି ଅପରାଜିତ ରହିଛନ୍ତି ।

KKR vs SRH

KKR vs SRH

  • News18 Odia
  • Last Updated :
  • Other, India
  • Share this:
News18 Odia Digital

KKR vs SRH:  IPL 2023ରେ ପ୍ରଥମ ଶତକ ଦେଖିବାକୁ ମିଳିଛି ।  ଶତକ ହାସଲ କରିଛନ୍ତି  ସନରାଇଜର୍ସ ହାଇଦ୍ରାବାଦର (Sunrisers Hdyerabad) ଚର୍ଚ୍ଚିତ ବ୍ୟାଟ୍‌ସମ୍ୟାନ ହ୍ୟାରି ବ୍ରୁକ (Harry Brook) । ବ୍ରୁକଙ୍କ ୫୫ ବଲ୍‌ରୁ ବିସ୍ଫୋରକ ସେଞ୍ଚୁରୀ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (Kolkata Nightriders) ଆଗରେ   ହାଇଦ୍ରାବାଦ ୨୨୯ ରନ୍‌ର ଟାର୍ଗେଟ ରଖିବାରେ ସକ୍ଷମ ହୋଇଥିଲା ।  ଶତକୀୟ ଇନିଂସରେ ୧୨ ଚଉକା ଓ ୩ ଛକା ମାରିଥିଲେ ବ୍ରୁକ ।

ଏହାପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଏଡେନ ମାକ୍ରନ  (Markron) ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଡେନ ମାକ୍ରମ ୨୬ ବଲରୁ ୫୦ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୨ ଚଉକା ଓ ୫ ଛକା ମାରିଥିଲେ। ଏହା ବ୍ୟତୀତ ଅଭିଷେକ ଶର୍ମା ଦ୍ରୁତ ଇନିଂସ ଖେଳିଥିଲେ। ଅଭିଷେକ ଶର୍ମା ୧୭ ବଲରେ ୩୨ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୩ ଚଉକା ଓ ୨ ଛକା ମାରିଥିଲେ। ହେନେରୀ କ୍ଲାସେନ୍ ୬ ଟି ବଲରୁ ଅପରାଜିତ ୧୬ ସ୍କୋର କରି ଏକ ଚମତ୍କାର ଫିନିସ କରିଥିଲେ। ତେବେ ମାୟାନକ ଅଗ୍ରୱାଲ ଓ ରାହୁଲ ତ୍ରିପାଠୀଙ୍କ ଭଳି ବ୍ୟାଟ୍ସମ୍ୟାନ୍ ନିରାଶ ହୋଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଶସ୍ତା ପ୍ୟାଭିଲିୟନକୁ ଫେରିଥିଲେ।

କୋଲକାତା ନାଇଟ୍ ରାଇଡର୍ସର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ସବୁଠାରୁ ସଫଳ ବୋଲର ଥିଲେ। ତେବେ ଆଘାତ ଯୋଗୁଁ ଆଣ୍ଡ୍ରେ ରସେଲ ପୂରା ୪ ଓଭର ବୋଲିଂ କରିପାରିନଥିଲେ। ସେ ୨.୧ ଓଭରରେ ୨୨ ରନ୍ ଦେଇ ୩ଟି ୱିକେଟ ହାସଲ କରିଥିଲେ ।  ପୂର୍ବ ମ୍ୟାଚରେ ରିଙ୍କୁ ସିଂ (Rinku Singh)ଙ୍କ ଚମତ୍କାରୀ ଇନିଂସ ବଳରେ କୋଲକାତା ରୋମାଞ୍ଚକର ବିଜୟ ହାସଲ କରିଥିଲା । ଗୁଜରାଟ ଟାଇଟନ୍‌ ବିରୋଧରେ ଶେଷ ଓଭରରେ  ଲଗାତର ୫ ଛକ୍କା ମାରି ରିଙ୍କୁ ଦଳକୁ ବିଜୟୀ କରାଇଥିଲେ । ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତ ବାଜି ଓଲଟପାଲଟ କରିଦେଇଥିଲେ ରିଙ୍କୁ। ମୋଟ ୨୧ଟି ବଲର ୬ ଛକା ଓ ଗୋଟିଏ ଚୌକା ସହିତ ୪୮ରନ କରିଥିଲେ ରିଙ୍କୁ। ତାଙ୍କର ଏହି ଚମତ୍କାର ଇନିଂସକୁ ନେଇ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି।

https://www.youtube.com/watch?v=rTqzExCKWOw

ଆଇପିଏଲ୍‌ ଇତହାସରେ ଶେଷ ଓଭରରେ ଏତେ ରନ୍‌ ଚେଜ୍‌ କେବେ ହୋଇନଥିଲା । ଏହାପୂର୍ବରୁ ୨୦୧୬ରେ ରାଇଜିଂ ପୁଣେ ଷ୍ଟାର୍ସ ପଞ୍ଜାବ ବିପକ୍ଷରେ ୨୩ ରନ୍‌ ଏବଂ ୨୦୨୨ରେ ଗୁଜରାଟ ଟାଇଟନ୍ସ ମୁମ୍ବାଇ ବିପକ୍ଷରେ ୨୨ ରନ୍‌ କରି ମ୍ୟାଚ ଜିତିଥିଲେ । ହେଲେ ଏଥର ରିଙ୍କୁ ସିଂ ଯେଉଁ କମାଲ କରିଛନ୍ତି, ତାହା ସମସ୍ତଙ୍କୁ ଚମକାଇ ଦେଇଛି ।

ସୂଚନାଯୋଗ୍ୟ, ରିଙ୍କୁ ସିଂ ଜଣେ ମଧ୍ୟବିତ୍ତ ପରିବାରରୁ ଆସି ଆଜି କ୍ରିକେଟ୍ ଜଗତରେ ନିଜକୁ ଖୁବ୍ ପ୍ରତିଷ୍ଠିତ କରାଇପାରିଛନ୍ତି । ତାଙ୍କ ବାପା ଏଲପିଜି ଗ୍ୟାସ୍ ଡେଲିଭରୀମ୍ୟାନ ଭାବରେ କାମ କରୁଥିଲେ । ତାଙ୍କ ଭାଈ ଜଣେ ଅଟୋ ଡ୍ରାଇବର ଥିଲେ । ଆର୍ଥିକ ସ୍ଥିତି ଭଲ ନଥିବାରୁ ରିଙ୍କୁ ଖୁବ୍ ଷ୍ଟ୍ରଗଲ କରି କ୍ରିକେଟ୍ ଦୁନିଆରେ ପହଞ୍ଚିଥିଲେ ।
Published by:Soumya Das
First published: