- News18 Odia
- Last Updated :
- Other, India
News18 Odia Digital
IPL 2023: ଯଶସ୍ୱୀ ଜୟସ୍ୱାଲଙ୍କ ଶତକୀୟ ଇନିଂସ ସତ୍ତ୍ୱେ ପରାଜୟ ଗ୍ରହଣ କଲା ରାଜସ୍ଥାନ ରୟାଲ୍ସ। ଚଳିତ ଆଇପିଏଲର ୪୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିଥିଲେ। ଟସ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଘରୋଇ ମୁମ୍ବାଇ ପାଇଁ ୨୧୩ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ମୁମ୍ବାଇ ୩ଟି ବଲ ବାକି ଥାଇ ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି।
ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ରାଜସ୍ଥାନ ଦଳ। ଦଳ ପକ୍ଷରୁ ଯଶସ୍ୱ ଜୟସ୍ୱାଲ ଓ ଜୋସ ବଟଲର ପାଳି ଆରମ୍ଭ କରିଥିଲେ। ତେବେ ଗୋଟିଏ ପଟେ ଜୟସ୍ୱାଲ ଧର୍ଯ୍ୟର ସହ ଲମ୍ବା ଇନିଂସ ଖେଳୁଥିବା ବେଳେ ଅନ୍ୟ ପଟେ ଦଳ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇ ଚାଲିଥିଲା। ଓପନିଂ ଯୋଡ଼ି ପ୍ରଥମ ଓ୍ୱିକେଟ ପାଇଁ ୭୨ ରନ ଯୋଡ଼ିଥିଲେ। ଏହି ସମୟରେ ଜସ ବଟଲର ୧୮ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଦଳ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ସଞ୍ଜୁ ସାମସନ ୧୪, ଜେସନ ହୋଲଡର ୧୧ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେହି ଦୁଇ ଅଙ୍କ ବିଶିଷ୍ଟ ରନ କରିପାରିନଥିଲେ।
ଯଶସ୍ୱ ଜୟସ୍ୱାଲ ଦଳ ପାଇଁ ଦମଦାର ଶତକୀୟ ଇନିଂସ ଖେଳିଥିଲେ। ସେ ଦଳ ପାଇଁ ସର୍ବାଧିକ ୧୨୪ ରନର ଏକ ବିଶାଳ ଇନିଂସ ଖେଳିଥିଲେ। ଫଳରେ ରାଜସ୍ଥାନ ପାଇଁ ୨୧୨ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲେ। ମୁମ୍ବାଇର ଅରସଦ ଖାନଙ୍କ ବଲରେ କ୍ୟାଚ ଆଉଟ ହୋଇ ଯାଇଥିଲେ। ମୁମ୍ବାଇ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ଅରସଦ ଖାନ ସବୁଠାରୁ ଅଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ପିୟୁଷ ଚାଓ୍ୱଲା ୨ଟି ଓ ଜୋଫ୍ରା ଆର୍ଚର ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।