RR vs GT: ବୋଲିଂ ଓ ବ୍ୟାଟିଂରେ ଗୁଜରାଟର କମାଲ, ରାଜସ୍ଥାନ ବିପକ୍ଷରେ ବଡ଼ ବିଜୟ

୧୩ ଓଭର ୫ଟା ବଲ୍‌ରେ ଗୁଜରାଟ ଟାଇଟନ୍ସ ବିଜୟ ହାସଲ କରିଛି। ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ରାଜସ୍ଥାନ ବିପକ୍ଷରେ ବଡ଼ ବିଜୟ

ରାଜସ୍ଥାନ ବିପକ୍ଷରେ ବଡ଼ ବିଜୟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଓ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଇଛି। ଜୟପୁରର ସଓ୍ବାଇ ମାନସିଂହ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ୧୩ ଓଭର ୫ଟା ବଲ୍‌ରେ ଗୁଜରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି। ଟସ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ଅଲାଉଟ୍‌ ହୋଇ ରାଜସ୍ଥାନ ରୟାଲ ଗୁଜରାଟ ଟାଇଟନ୍ସ ଆଗରେ ୧୧୯ ରନ୍‌ ବିଜୟ ଲକ୍ଷ୍ୟ ରଖିଥିଲା।

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ସରୁଛି ରୋମାଞ୍ଚ ବଢୁଛି । ଆଜି ଆଇପିଏଲ ଚଳିତ ସଂସ୍କରଣରେ ୪୮ ତମ ମ୍ୟାଚ ଖେଳାଯାଇଛି । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଡିଫେଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଭଲ ପ୍ରଦର୍ଶନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟ ରଖିଥିଲା । ଯାହା ସଫଳ ହୋଇଛି। ଦୁଇ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ । ପୁଣି ଗୁଜୁରାଟ ଆଜି ଟ୍ରାକକୁ ଫେରିଛି।

ଗୁଜୁରାଟ ଟାଇଟନ୍ସ ଏଯାବତ ୧୦ ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଛି । ୧୪ ପଏଣ୍ଟ ପାଇ ଟେବଲୁ ଶୀର୍ଷରେ ରହିଛି । ଶେଷ ମ୍ୟାଚରେ ଟେବୁଲ ଶେଷରେ ଥିଲା ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ଆଜି ରାଜସ୍ଥାନକୁ ତାର ଘରୋଇ ମାଟିରେ ପରାସ୍ତ କରି ବିଜୟ ଟ୍ରାକକୁ ଫେରିବା ସହ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟାଇଟନ୍ସ । ଏହା ସହ ଗତ ୧୬ ତାରିଖରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଥିଲା ଗୁଜୁରାଟ । ଗତ ସିଜନରେ ଦୁଇ ଦଳ ପରସ୍ପରକୁ ୩ ଥର ଭେଟିଥିଲେ । ସମସ୍ତ ମ୍ୟାଚ ଟାଇଟନ୍ସ ଜିତିଥିଲା ।

ଫାଇନାଲରେ ରାଜସ୍ଥାନକୁ ହରାଇ ଟ୍ରଫି ଜିତିଥିଲା ଟାଇଟନ୍ସ

ଅନ୍ୟପଟେ ରାଜସ୍ଥାନ ଏଯାବତ ୧୦ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଛି । ୧୦ ପଏଣ୍ଟ ସହ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାସ୍ତ ହୋଇଥିଲା । ମୁମ୍ବାଇ ବିପକ୍ଷରେ ଦଳର ଯଶସ୍ବୀ ଜୈସ୍ବାଲ ବିସ୍ଫୋରକ ୧୨୪ ରନ କରିଥିଲେ ଯାହାକୁ ଏବେ ବି ଭୁଲି ନାହାନ୍ତି କ୍ରିକେଟ ପ୍ରେମୀ ।
Published by:Soumya Das
First published: