IPL 2023: ଗୁଜୁରାଟଠାରୁ ହାରି ବାଙ୍ଗାଲୋର ଅଭିଯାନ ଶେଷ; ପ୍ଲେ ଅଫରେ ମୁମ୍ବାଇ

IPL 2023: ଶୁଭମନଙ୍କ ଶତକ ଆଗରେ ଫିକା ପଡ଼ିଲା କିଙ୍ଗ କୋହଲିଙ୍କ "ବିରାଟ" ଇନିଂସ୍

IPL 2023

IPL 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023: RCB Vs GT: ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ବିପକ୍ଷ ମ୍ୟାଚ୍‌ରେ ଶୁବମନ ଗିଲ୍‌(shubman Gill)ଙ୍କ ଦମ୍‌ଦାର ଶତକୀୟ ଇନିଂସ୍‌ ବଲରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ବିଜୟୀ ହୋଇଛି। ଫଳରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡରୁ ବାଦ ପଡିଛି ଆର୍‌ସିବି।

କୋହଲି ଆଇପିଏଲ୍‌ କ୍ୟାରିୟରର ସପ୍ତମ ଶତକ ହାସଲ କରି କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ୧୦୧ ରନ୍‌ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ୨୦ ଓଭରରେ ୫ ୱିକେଟ ହରାଇ ୧୯୭ ରନ୍‌ ସଂଗ୍ରହ କରଥିଲା। ଜବାବରେ ଶୁବମନ ଗିଲ୍‌ଙ୍କ ଅପରାଜିତ ୧୦୪ ରନ୍‌ ବଳରେ ୧୯.୧ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ଗୁଜରାଟ ।

ବେଙ୍ଗାଲୁରୁର ଏମଏ ଚିନ୍ନାସ୍ବାମୀ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୯୮ ରନ୍‌କୁ ପିଛା କରିଥିବା ଲିଗ୍ ଟପ୍ପର ଗୁଜରାଟ ଟାଇଟନ୍ସ ତୃତୀୟ ଓଭରରେ ଋଦ୍ଧିମାନ ସାହାଙ୍କୁ ହରାଇଥିଲା। ମହମ୍ମଦ ସିରାଜ ତାଙ୍କୁ ଆଉଟ୍ କରି ଆର୍‌ସିବିକୁ ପ୍ରାରମ୍ଭିକ ସଫଳତା ‌ଦେଇଥିଲେ। ଭାରତୀୟ ଯୋଡ଼ି ଶୁବମନ ଗିଲ୍‌ ଓ ବିଜୟ ଶଙ୍କର ଦ୍ବିତୀୟ ୱିକେଟ୍ ପାଇଁ ୧୨୩ ରନ୍‌ (୧୧.୫ ଓଭର‌ରୁ) ଉଠାଇ ବାଙ୍ଗାଲୋର୍ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶଙ୍କର ୩୪ ବଲରୁ ଏବଂ ଗିଲ୍‌ ୨୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ୩୫ ବଲରୁ ୫୩ ରନ୍‌ ସଂଗ୍ରହ କରି ଶଙ୍କର ଆଉଟ୍ ହୋଇଯାଇଥିଲେ ମଧ୍ୟ ଗିଲ୍‌ଙ୍କ ବ୍ୟାଟିଂ ଜାରି ରହିଥିଲା। ଗିଲ୍ ୫୨ ବଲରୁ ଶତକ ହାସଲ କରିବା ସହ ୫ ବଲ୍ ପୂର୍ବରୁ ଦଳକୁ ବିଜୟ ଦେଇଥିଲେ। ଗିଲ୍‌ଙ୍କର ମଧ୍ୟ ଏହା ଥିଲା ଲଗାତାର ଶତକ।

ମଧୁବାବୁ ପେନସନ ଯୋଜନାରେ ନୂଆ ନିୟମ; ଆକାଉଣ୍ଟକୁ ଆସିବନି ପଇସା

ସୂଚନାଯୋଗ୍ୟ ଏହି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ପ୍ରବେଶ ମଧ୍ୟ ନିଶ୍ଚିତ ହୋଇଯାଇଥିଲା। ମଙ୍ଗଳବାର କ୍ବାଲିଫାୟାର-୧ରେ ଗୁଜରାଟ ଟାଇ‌ଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ଓ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ-ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମୁକାବିଲା ହେବ।
Published by:Soumya Das
First published: