PBKS vs RR: ରୋମାଞ୍ଚକ ମ୍ୟାଚ୍‌; ୪ ଓ୍ବିକେଟରେ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

PBKS vs RR: ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । କିନ୍ତୁ ୪ ଓ୍ବିକେଟ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ ।

IPL 2023: ରୋମାଞ୍ଚକ ମ୍ୟାଚ୍‌; ୪ ଓ୍ବିକେଟରେ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କଲା ରାଜସ୍ଥାନ  ରୟାଲ୍ସ

IPL 2023: ରୋମାଞ୍ଚକ ମ୍ୟାଚ୍‌; ୪ ଓ୍ବିକେଟରେ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

PBKS vs RR: ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । କିନ୍ତୁ ୪ ଓ୍ବିକେଟ ପଞ୍ଜାବ କିଙ୍ଗସ୍‌କୁ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ ।

ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳ ମାତ୍ର ୫୦ ରନରେ ୪ଟି ଓ୍ବିକେଟ ହରାଇ ସଂଘର୍ଷ କରୁଥିଲା । ଏହି ସମୟରେ ସାମ କୁରାନ ଓ ଜିତେସ ଶର୍ମା ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଏକ ଭଲ ସ୍କୋର ଛିଡ଼ା କରିବାରେ ସହାୟତା କରିଥିଲେ । ସାମ କୁରାନ ୪୯ରନ ଓ ଜିତେଶ ୪୪ ରନ କରିଥିଲେ । ଜିତେଶ ଆଉଟ ହେବା ପରେ ଆସିଥିବା ଶାହରୁଖ ଖାଁ ୨୩ଟି ବଲରୁ ୪୧ରନ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୭ କରିଥିଲା ।

ରାଜସ୍ଥାନ ପକ୍ଷରୁ ନବଦୀପ ସାଇନି ୩ଟି ଓ୍ବିକେଟ ନେଇଥିବାବେଳେ ଟ୍ରେଣ୍ଟ ବୋଲଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଚଳିତ ଆଇପିଏଲରେ ଉଭୟ ରାଜସ୍ଥାନ ଓ ପଂଜାବ ପାଇଁ ପ୍ଲେଅପ ରାସ୍ତା ଏକରକମ ବନ୍ଦ ହୋଇଯାଇଛି । ଉଭୟ ଦଳ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି ।
Published by:Sujit Swain
First published: