News18 Odia Digital
CSK vs PBKS: ଚଳିତ IPLରେ ଆଉ ଏକ ଥ୍ରୀଲର୍ ମ୍ୟାଚ୍ । ସୁପର୍ ସନ୍ ଡେ ରେ ଦେଖିବାକୁ ମିଳିଛି ସୁପରହିଟ୍ ମୁକାବିଲା । ଚେନ୍ନାଇ ଚମକ ସହ ଧୋନିଙ୍କ ଜଲୱାର ଝଲକ ବି ଦେଖିବାକୁ ମିଳିଥିଲା । ହେଲେ ରୋମାଞ୍ଚକର ମ୍ୟାଚ୍ରେ ୟେଲୋ ବ୍ରିଗେଡ୍କୁ ତାହାର ମୈଦାନରେ ମାତ୍ ଦେଇଛି କିଙ୍ଗ୍ ଇଲେଭେନ୍ ପଞ୍ଜାବ । ଶେଷ ବଲ୍ରେ ଜିତିବାକୁ ୩ ରନ୍ ଥିବା ବେଳେ ଦଉଡ଼ି କି ୩ ରନ୍ ହାସଲ କରି ପଞ୍ଜାବ ୬ ୱିକେଟରେ ବିଜୟୀ ହୋଇଛି ।
୨୦୧ ରନ୍ର ଟାର୍ଗେଟର ପିଛା କରୁଥିବା ପଞ୍ଜାବ ପାଇଁ ଶିଖର ଧୱନ ଓ ପ୍ରଭସିମରନ୍ ଓପନିଂ ୱିକେଟରେ ଧମାକାଦାର ୫୦ ରନ୍ କରିଥିଲେ । ଧୱନ ୨୮ ଓ ପ୍ରଭସିମରନ୍ ୪୨ ରନ୍ କରି ଆଉଟ ହେବା ପରେ ଦଳର ରନ୍ ଗତି ଟିକେ କମିଥିଲା । କିନ୍ତୁ ଲିଭିଂଷ୍ଟୋନ ୨୪ ବଲ୍ରୁ ୪୦ ରନ୍ ସଂଗ୍ରହ କରିବା ସହ ଦଳକୁ ଟ୍ରାକକୁ ଆଣିଥିଲେ । ଶେଷ ଆଡ଼କୁ ସାମ କୁରନ ୨୯ ଓ ଜିତେଶ ପଟେଲ ୧୦ ବଲ୍ରୁ ୨ ଛକ୍କା ସହ ୨୧ ରନ୍ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ ।
ପଢନ୍ତୁ ଏହି ଖବର :
65 Inch TVରେ ବଡ଼ ଅଫର୍...ଦେଢ ଲକ୍ଷର ଟିଭି ମିଳୁଛି ମାତ୍ର ୨୯ ହଜାରରେ !ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପରକିଙ୍ଗସ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୨୦୦ ରନ୍ କରିଥିଲା । ଦଳ ପକ୍ଷରୁ ଇନ୍ଫର୍ମ ଡେଭିଡ କନୱେ ୫୨ ବଲ୍ରୁ ୧୬ ଚୌକା ଓ ଗୋଟିଏ ଛକା ସହ ଅପରାଜିତ ୯୨ ରନ୍ କରିଥିବା ବେଳେ ଋତୁରାଜ ଗାଏକୱାଡ ୩୭ ରନ୍, ଶିବମ୍ ଦୁବେ ୧୭ ବଲ୍ରୁ ୨୭ ରନ୍ କରିଥିଲେ । ଆଉ ଚେନ୍ନାଇ ଇନିଂସର ଶେଷ ଦୁଇ ବଲ୍ରେ ଦେଖିବାକୁ ମିଳିଥିଲା ମାହିଙ୍କ ମାଡ଼ । ଲଗାତର ୨ ଟି ଛକ୍କା ମାରି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ ଧୋନି । ସେ ୪ ବଲ୍ରୁ ୧୩ ରନ୍ ହାସଲ କରିଥିଲେ । ଉଭୟ ଚେନ୍ନାଇ ଓ ପଞ୍ଜାବ ଏଯାଏ ୯ଟି ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରିଛନ୍ତି ।
ପଢନ୍ତୁ ପୂରା ଖବର :
BMC New Rule: ସାବଧାନ ! କୁକୁର ମଳତ୍ୟାଗ କଲେ ସଫା କରିବେ ମାଳିକନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।