- News18 Odia
- Last Updated :
- Other, India
News18 Odia Digital
MI VS RCB: ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(MI) ରୟାଲ୍ସ ଚ୍ୟାଲେଞ୍ଜ ବାଙ୍ଗାଲୋର(RCB) ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଛି ।
ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୬.୩ ଓଭରରେ ୪ ୱିକେଟ ହରାଇ ୨୦୦ ରନ କରିଥିଲା । ଏମଆଇ ପକ୍ଷରୁ ଇଶାନ କିଶନ ୪୨ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୮୩ ରନ, ନେହାଲ ୱାଧେରା ୫୨ ରନ କରିଥିଲେ ।
ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ଦଳ ଆରମ୍ଭରୁ ନିଜର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ହରାଇଥିଲା । ସେ ମାତ୍ର ୧ ରନ କରି ଆଉଟ ହୋଇଥିଲେ । କିନ୍ତୁ ଫାଫ୍ ଡୁପ୍ଲେ ସିସ୍ ଓ ଗ୍ଲେନ ମାକ୍ସଓ୍ବେଲ୍ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡୁପ୍ଲେସିସ୍ ୬୫ ରନ କରିଥିବାବେଳେ ମାକ୍ସଓ୍ବେଲ ୬୮ରନ କରିଥିଲେ । ସେହିପରି ଦିନେଶ କାର୍ତ୍ତିକ ୩୦ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୯ ରନ କରିଥିଲା । ମୁମ୍ବାଇ ପକ୍ଷରୁ ଜାସନ ବେହେରେନଡ୍ରଫ୍ ୩ଟି ଓ୍ବିକେଟ୍ ନେଇଥିବାବେଳେ କ୍ରିସ ଜୋର୍ଡାନ, କାମେରନ ଗ୍ରୀନ ଓ କୁମାର କାର୍ତ୍ତିକେୟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।