IPL 2023: ଦମଦାର ପ୍ରଦର୍ଶନ ସହ କ୍ୱାଲିଫାୟର-୨କୁ ଉନ୍ନୀତ ହେଲା ମୁମ୍ବାଇ, ଲକ୍ଷ୍ନୌ ଅଭିଯାନ ଶେଷ

MI vs LSG: କର ବା ମର ମ୍ୟାଚରେ ପୁଣି ନିରାଶ କଲା ଲକ୍ଷ୍ନୌ । ବୋଲିଂ ପାୱାର ଦେଖାଇଲା ପଲଟନ୍...

ipl 2023

ipl 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023:  ଆଇପିଏଲର ୧୬ତମ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ କର କିମ୍ବା ମର ସ୍ଥିତିରେ ଖେଳାଯାଇଥିବା ମ୍ୟାଚରେ ବାଜି ମାରିନେଇଛି ରୋହିତଙ୍କ ଦଳ। ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଲକ୍ଷ୍ନୌ ୧୦୧ ରନ କରିଥିଲା ।

ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲ୍‌-୨୦୨୩ର ଏଲିମିନେଟର ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବୋଲିଂ କରିଥିଲା। ଯେଉଁଥିରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୨ ରନ୍‌ କରିଥିଲା ମୁମ୍ବାଇ।

ଦଳର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଭଲ ଆରମ୍ଭ କରିଥିଲେ। ହେଲେ ବଡ଼ ସ୍କୋର କରି ପାରି ନ ଥିଲେ । ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରିଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । କାମୋରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା ।ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

ସୂଚନା ଯୋଗ୍ୟ, ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ଦ୍ୱିତୀୟ ମ୍ୟାଚରେ ପ୍ରଥମ କ୍ୱାଲିଫାୟରରେ ପରାଜିତ ହୋଇଥିବା ଗୁଜରାଟ ଟାଇଟାନ୍ସ(ଜିଟି)କୁ ମେ ୨୬ରେ ଭେଟିବ। ଏହାପରେ ଫାଇନାଲରେ ଖେଳିବାକୁ ଟିକଟ ପାଇ ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ସହିତ ଦ୍ୱିତୀୟ କ୍ୱାଲିଫାୟରର ବିଜେତା ଖେଳିବେ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ: ଆୟୁଷ ବାଡୋନୀ, ଦୀପକ ହୁଡା, ପ୍ରେରକ ମାନକଡ, ମାର୍କସ ଷ୍ଟୋଇନିସ, ନିକୋଲାସ ପୁରାନ (ୱିକେଟ କିପର), କୃନାଲ ପାଣ୍ଡ୍ୟା (ଅଧିନାୟକ), କୃଷ୍ଣପ୍ପା ଗୋଥାମ, ରବି ବିଷ୍ଣୁ, ନବୀନ-ଉଲ-ହକ, ଯଶ ଠାକୁର, ମୋହସିନ ଖାନ୍‌

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ୍‌ ଡେଭିଡ, ତିଲକ ଭର୍ମା, କ୍ରିସ ଜୋର୍ଡାନ, ହ୍ରିତିକ ଶୋକେନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡଫ, ଆକାଶ ମାଡୱାଲ
Published by:Soumya Das
First published: