MI vs GT: ସୂର୍ଯ୍ୟଙ୍କ ଶତକ ସହ ଘାତକ ବୋଲିଂ, ମୁମ୍ବାଇର ସହଜ ବିଜୟ, ପ୍ଲେ-ଅଫ୍ ଆଶା ଉଜ୍ବଳ
- News18 Odia
- Last Updated :
- Other, India
News18 Odia Digital
MI vs GT: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୭ତମ ମ୍ୟାଚରେ ଗୁଜରାଟ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଥିଲା । ମିଷ୍ଟର ୩୬୦ ସୂର୍ଯ୍ୟ କୁମାର ଯାଦବଙ୍କ ଚମତ୍କାର ଶତକ ପରେ ପ୍ରାରମ୍ଭିକ ଘାତକ ବୋଲି ବଳରେ ଆଉ ଏକ ସହଜ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ୫୫ ରନ୍ରେ ୫ଟି ୱିକେଟ ହରାଇ ଶୋଚନୀୟ ପରାଜୟର ଦ୍ବାର ଦେଶରେ ଥିଲା ଟେବୁଲ ଟପ୍ପର୍ ଗୁଜରାଟ । ହେଲେ ଅଲ୍ରାଉଣ୍ଡର ରାଶିଦ ଖାନ୍ ଅବିଶ୍ବସନୀୟ ବ୍ୟାଟିଂ ମ୍ୟାଚ୍ରେ ରୋମାଞ୍ଚ ଭରିଥିଲା । ୩୧ଟି ବଲ୍ରୁ ୧୦ଟି ଛକ୍ ସହ ୭୯ ରନ୍ କରି ରାଶିଦ ଗୁଜଟାର ଫ୍ୟାନ୍ ଓ ଟିମ୍ ମ୍ୟାନେଜମେଣ୍ଟକୁ ଖୁସିର ସୁଯୋଗ ଦେଇଥିଲେ । ଏହି ମ୍ୟାଚ୍ରେ ବିଜୟ ସହ ମୁମ୍ବାଇ ୨ ପଏଣ୍ଟ ପାଇ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି ।
ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୨୯ରନ ଓ ଇଶାନ ୩୧ରନ କରିଥିଲେ ।
କିନ୍ତୁ ସୂର୍ଯ୍ୟକୁମାର ଯାଦବ ଆଜି ନିଜର ପୁରୁଣା ଫର୍ମ ଫେରି ପାଇବା ସହ ନିଜ ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇଥିଲେ । ସେ ମାତ୍ର ୪୯ଟି ବଲରୁ ୬ଟି ଛକା ଓ ୧୧ଟି ଚୌକା ସହ ୧୦୩ରନ କରିଥିଲେ । ବିଷ୍ଣ ବିନୋଦ ୩୦ ରନ କରିଥିଲେ । ଗୁଜରାଟ ପକ୍ଷରୁ ରସିଦ ଖାଁ ୪ଟି ଓ୍ବିକେଟ ନେଇଥିବାବେଳେ ମୋହିତ ଶର୍ମା ୧ଟି ଓ୍ବିକେଟ ନେଇଥିଲେ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।