News18 Odia Digital
KKR vs LSG: ଆଇପିଏଲ୍ର ୨୦୨୩ ୧୬ତମ ସଂସ୍କରଣର ୬୮ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଭେଟିଥିଲା । କୋଲକାତାର ଇଡେନ ଗାର୍ଡେନରେ ଶନିବାର ଘରୋଇ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୭୬ରନ୍ର କୋଲକାତା ନାଇଟ୍ ରାଇଡର୍ସକୁ ଟାଗେର୍ଟ ଦେଇଥିଲା । କିନ୍ତୁ ରିଙ୍କୁ ସିଂଙ୍କ ଆଉ ଏକ ସ୍ମରଣୀୟ ଇନିଂସ ସତ୍ତ୍ୱେ କୋଲକାତାକୁ ନିରାଶ ହେବାକୁ ପଡ଼ିଛି । ୧ ରନ୍ରେ କୋଲକାତା ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ । ପ୍ଲେ ଅଫରେ ଲକ୍ଷ୍ନୌ ସ୍ଥାନ ପକା କରିଛି ।
ଲକ୍ଷ୍ନୌ ପାଇଁ କର୍ନ ଶର୍ମା ଓ କ୍ବିଣ୍ଟନ୍ ଡି’କକ୍ ପାଳି ଆରମ୍ଭ କରିଥିଲେ। ହର୍ଷିତ ରାଣାଙ୍କ ବଲ୍କୁ ଶାର୍ଦ୍ଦୁଲ ଠାକୁରଙ୍କୁ କ୍ୟାଚ୍ ଦେଇ କର୍ନ ଶର୍ମା ଆଉଟ୍ ହୋଇଥିଲେ। ସେ ୫ଟି ବଲ୍ ଖେଳି ମାତ୍ର ୩ ରନ୍ କରିଥିଲେ। ଡି’କକ୍ ୨୮ ରନ୍ ଓ ପ୍ରେରକ ମନକଡ ବ୍ୟକ୍ତିଗତ ଭାବେ ୨୬ ରନ୍ ସଂଗ୍ରହ କରିଥିଲେ। ମଧ୍ୟକ୍ରମର ବ୍ୟାଟର ମାର୍କସ ଷ୍ଟୋଇନିସ କୌଣସି ରନ୍ ନକରି ପାଭଲିଅନ ଫେରିଥିବା ବେଳେ କ୍ରୁଣାଳ ପାଣ୍ଡ୍ୟା ୯ ରନ୍ କରିଥିଲେ।
ଲକ୍ଷ୍ନୌକୁ ୧୪ ରନ୍ରେ ପ୍ରଥମ ଝଟକା ଲାଗିଥିଲା। ଟିମ୍ ୫୫ ରନ୍ରେ ଦ୍ବିତୀୟ ଓ ତୃତୀୟ ୱିକେଟ ହରାଇଥିଲା। ସେହିଭଳି ୭୧ ରନ୍ରେ ୪ର୍ଥ ଓ ୭୩ ରନ୍ରେ ପଞ୍ଚମ ୱିକେଟ୍ର ପତନ ହୋଇଥିଲା। ତେବେ ଏହି ସମୟରେ ଆୟୁଷ ବଦୋନି ଓ ନିକୋଲାସ ପୂରନ ଧୈର୍ଯ୍ୟର ସହିତ ଖେଳି ୬ଷ୍ଠ ୱିକେଟ୍ ପାଇଁ ୭୬ ରନ୍ ଭାଗିଦାରୀ କରିଥିଲେ।
ଆୟୁଷ ୨୧ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୨୫ ରନ୍ କରିଥିଲେ। ନିକୋଲାସ ପୂରନ ୩୦ଟି ବଲ୍ ଖେଳି ୪ଟି ଚୌକା ଓ ୫ଟି ଛକା ବଳରେ ୫୮ ରନ୍ ସଂଗ୍ରହ କରିଥିଲେ। କ୍ରିଷ୍ଣାପ୍ପା ଗୌତମ ଅପରାଜିତ ୧୧ ରନ୍, ରବି ବିଶ୍ନୋୟୀ ୨ ରନ୍ ଓ ନବୀନ ଉଲ-ହକ୍ ଅପରାଜିତ ୨ ରନ୍ ଯୋଡ଼ିଥିଲେ। କୋଲକାତା ପାଇଁ ବୈଭବ ଅରୋରା, ଶାର୍ଦ୍ଦୁଲ ଠାକୁର ଓ ସୁନୀଲ ନାରାୟଣ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକଟେ୍ ମିଳିଥିଲା।
ପଢନ୍ତୁ ଏହି ଖବର:
Scooter EMI: ୬ ଟଙ୍କାରେ ଚାଳିବ ୧୨୦ କି.ମି...୧୫ ଶହ ଟଙ୍କା EMIରେ କିଣନ୍ତୁ ଇ-ସ୍କୁଟର !ପଢନ୍ତୁ ଏହି ଖବର :
କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ସଚିବ...ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।