ଶେଷ ବଲ୍‌ରେ ପୁଣି ରିଙ୍କୁ ସିଂଙ୍କ କମାଲ, ପଞ୍ଜାବ ବିପକ୍ଷରେ କୋଲକାତାର ରୋମାଞ୍ଚକ ବିଜୟ

ରାଣାଙ୍କ ଅର୍ଦ୍ଧଶତକ, ଆନ୍ଦ୍ରେ ରସେଲ୍‌ଙ୍କ ପାୱାର ପଞ୍ଚରେ ଘାଇଲା ପଞ୍ଜାବ

KKR VS PBKS

KKR VS PBKS

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023: ପଞ୍ଜାବ ବିପକ୍ଷରେ କୋଲକାତାର ରୋମାଞ୍ଚକ ବିଜୟ ହାସଲ କରିଛି । ଶେଷ ସମୟରେ ଦମଦାର ଖେଳାଳୀ ରିଙ୍କୁ ସିଂ ନିଜର ଚମତ୍କାର ଦେଖାଇଥିଲେ । ଯେଉଁଥିପାଇଁ ପଞ୍ଜାବକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି । ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିଲା। ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ ବୋଲିଂ କରିଥିଲା। ତେବେ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୭୯ ରନ କରିଛି। ଫଳରେ କୋଲକାତା ନାଇଟ ରାଇଡର୍ସ ପାଇଁ ୧୮୦ ରନର ବିଜୟ ଲକ୍ଷ୍ୟ ରହିଥିଲେ।

ଏହି ମ୍ୟାଚରେ ପଞ୍ଜାବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଶିଖର ଧଓ୍ବନ ଓ ପ୍ରଭସିମରନ ସିଂ ଭଲ ଆରମ୍ଭ କରିଥିଲେ ବି ସିଂ ମାତ୍ର ୧୨ ରନରେ ଓ୍ବିକେଟ୍ ହରାଇବା ପରେ ପରେ ଭାନୁକା ରାଜପକ୍ଷେ ଶୂନ ରନରେ ଆଉଟ ହୋଇଥିଲେ । ତେବେ ଗୋଟିଏ ପଟେ ଶିଖର ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୫୭ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୧ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୫ରନ କରିଥିଲେ । ଋଷି ଧଓ୍ବନ ୧୯ ରନ କରିଥିଲେ । ଶେଷ ବେଳକୁ ଶାହରୁଖ ଖାଁ ଓ ହରପ୍ରୀତ ବ୍ରାର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୯ ପରି ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଖାଁ ୨୧ରନ ଓ ବ୍ରାର ୧୭ରନ କରିଥିଲେ ।
Published by:Soumya Das
First published: