IPL Final 2023: ଟ୍ରଫି ପାଇଁ ସାମ୍ନାସାମ୍ନି ହେବେ ପାଣ୍ଡ୍ୟା ବ୍ରଦର୍ସ !

IPL Final 2023: ଆଇପିଏଲ୍ ପ୍ଲେ ଅଫ୍ ଫାଇନାଲ୍ ପରେ ଏବଠୁ ଜୋର୍ ଧରିଛି ଚର୍ଚ୍ଚା କିଏ ହାତେଇବ ୨୦୨୩ର ଟାଇଟଲ୍ । ଏବେ ପାଣ୍ଡ୍ୟା ବ୍ରଦର୍ସଙ୍କ ଟିମ୍ ଗୁଜରାଟ ଓ ଲକ୍ଷ୍ନୌ । ଏଭଳିକି ଫାଇନଲାରେ ମୁହାଁମୁହଁ ହୋଇପାରନ୍ତି ବଡ଼ ଭାଇ କୃନାଲ ପାଣ୍ଡ୍ୟା ଓ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ।

IPL Final 2023: ଟ୍ରଫି ପାଇଁ ସାମ୍ନାସାମ୍ନି ହେବେ ପାଣ୍ଡ୍ୟା ବ୍ରଦର୍ସ !

IPL Final 2023: ଟ୍ରଫି ପାଇଁ ସାମ୍ନାସାମ୍ନି ହେବେ ପାଣ୍ଡ୍ୟା ବ୍ରଦର୍ସ !

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL Final 2023: ଆଇପିଏଲ୍ ପ୍ଲେ ଅଫ୍ ଫାଇନାଲ୍ ପରେ ଏବଠୁ ଜୋର୍ ଧରିଛି ଚର୍ଚ୍ଚା କିଏ ହାତେଇବ ୨୦୨୩ର ଟାଇଟଲ୍ । ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସହ ଚର୍ଚ୍ଚାରେ ଏବେ ପାଣ୍ଡ୍ୟା ବ୍ରଦର୍ସଙ୍କ ଟିମ୍ ଗୁଜରାଟ ଓ ଲକ୍ଷ୍ନୌ । ଏଭଳିକି ଫାଇନଲାରେ ମୁହାଁମୁହଁ ହୋଇପାରନ୍ତି ବଡ଼ ଭାଇ କୃନାଲ ପାଣ୍ଡ୍ୟା ଓ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏହା କିଭଳି ସମ୍ଭବ ? କେଉଁ ସମୀକରଣ ଆଧାରରେଲ ମୁହାଁମୁହିଁ ହେବେ ପାଣ୍ଡ୍ୟା ବ୍ରଦର୍ସ ଟିମ୍ ।

ମଙ୍ଗଳବାର ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ କ୍ବାଲିଫାୟର ଲଢ଼େଇ । ବୁଧବାର ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଏଲିମିନେଟର୍ ମୁକାବିଲା । ଯଦି କ୍ବାଲିଫାୟରରେ ଚେନ୍ନାଇକୁ ଗୁଜରାଟ ପରାସ୍ତ କରିବାରେ ସଫଳ ହୁଏ, ତେବେ ଫାଇନାଲରେ ପହଞ୍ଚିବ ଗୁଜରାଟ । ସେପଟେ ଏଲିମିନେଟର୍‌ରେ ମୁମ୍ବାଇକୁ ହରାଇଲେ ୨୬ ତାରିଖରେ ଦ୍ବିତୀୟ କ୍ବାଲିଫାୟରରେ ଚେନ୍ନାଇକୁ ଭେଟିବ ଲକ୍ଷ୍ମୌ । ଏଭଳି ସ୍ଥିତିରେ ଯଦି ଲକ୍ଷ୍ନୌ ଦ୍ବିତୀୟ କ୍ବାଲିଫାୟର ବାଜି ଜିତିନିଏ, ତେବେ ଫାଇନାରେ ହେବ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ମୌ ସୁପର ଜିଆଣ୍ଟ୍ସ ମଧ୍ୟରେ ଲଢ଼େଇ । ଆଉ ଟ୍ରଫି ପାଇଁ ମୁହାଁମୁହିଁ ହେବେ ସାନ ଭାଇ ଏବଂ ବଡ଼ ଭାଇ ।

ଚଳିତ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଦୁହିଁଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଲାଗି ରହିଛି । ହାର୍ଦ୍ଦିକ ୧୩ଟି ମ୍ୟାଚରେ ୨୮୯ ରନ୍ କରିବା ସହ ୩ଟି ଓ୍ବିକେଟ୍ ହାସଲ କରିଛନ୍ତି । ସେହିଭଳି କୃନାଲ ୧୪ଟି ମ୍ୟାଚରେ ୯ଟି ଓ୍ବିକେଟ ନେବା ସହ ୧୮୦ ରନ୍ ସଂଗ୍ରହ କରିଛନ୍ତି । ଆରମ୍ଭରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି ଗୁଜରାଟ କମାଣ । ସେପଟେ ଲୋକେଶ ରାହୁଲ ଆହତ ହେବା ପରେ ଲକ୍ଷ୍ନୌରେ ମିଳିଛି କୃନାଲଙ୍କ ଦାୟିତ୍ବ । ଉଭୟ ଟିମ୍ କ୍ବାଲିଫାୟାର ଏବଂ ଏଲିମିନେଟରରେ ପହଞ୍ଚିଥିବାରୁ ଫାଇନାଲ୍ ଆଶା ଉଜ୍ଜିବୀତ ରହିଛି । ସୋସିଆଲ୍ ମିଡିଆରୁ ଆରମ୍ଭ କରି ଚା ଖଟି ସବୁଠି ଚର୍ଚ୍ଚା, ଏଥର ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ ପାଣ୍ଡ୍ୟା ବ୍ରଦର୍ସ ।

ପଢନ୍ତୁ ଏହି ଖବର:  Fridge Water: ଫ୍ରିଜ୍‌ ପାଣି ପିଉଥିଲେ ସାବଧାନ...ହୋଇପାରେ ମାରାତ୍ମକ ରୋଗ !

( ରିପୋର୍ଟ: ଅମେରଶ ରାଉତ )
Published by:Sujit Swain
First published: