IPL 2023: ପଞ୍ଜାବ କିଙ୍ଗ୍ସକୁ ୧୫ ରନ୍ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୧୫ ରନ୍ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ।

ପଞ୍ଜାବକୁ ହରାଇଲା ଦିଲ୍ଲୀ

ପଞ୍ଜାବକୁ ହରାଇଲା ଦିଲ୍ଲୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍‌ରେ ପଞ୍ଚମ ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍‌ ଆଶାକୁ ଝୁଲାଇ ରଖିଛି। ଧର୍ମଶାଳାରେ ବୁଧବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବା ଦିଲ୍ଲୀ ୧୫ ରନ୍‌ରେ ପଞ୍ଜାବକୁ ପରାସ୍ତ କରିଥିଲା। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍‌ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮/୮ରେ ଅଟକି ଯାଇଥିଲା। ଶିଖର ଧାୱନ ଖାତା ଖୋଲି ପାରିନଥିଲା ବେଳେ ପ୍ରଭସିମ୍ରନ ସିଂହ ଅିକ ସମୟ ତିଷ୍ଠି ପାରିନଥିଲେ। ଅଥର୍ବ ତାଇଦେ ଓ ଲିଆମ୍‌ ଲିଭିଂଷ୍ଟୋନ୍‌ ତୃତୀୟ ୱିକେଟ୍‌ରେ ୭୮ ରନ୍‌ ଯୋଡ଼ିଥିଲେ ମଧ୍ୟ ରନ୍‌ ଗତି ଧିମେଇଯାଇଥିଲା

ଅର୍ଦ୍ଧଶତକ ହାସଲ ପରେ ତାଇଦେ ପାଭିଲିଅନ୍‌ ଫେରିଯାଇଥିଲେ। ହେଲେ ଲିଭିଂଷ୍ଟୋନ୍‌ଙ୍କୁ କେହି ବଡ଼ ସହଯୋଗ ଦେଇନଥିଲେ ସୁଦ୍ଧା ସେ ଏକାକି ବିସ୍ଫୋରକ ବ୍ୟାଟିଂ କରି‌ ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେଇଥିଲେ। ଶେଷ ଓଭରରେ ୩୩ ରନ୍ ଆବଶ୍ୟକ ହେଉଥିଲା ବେଳେ ଇଶାନ୍ତ ଶର୍ମାଙ୍କଠୁ ଲିଭିଂଷ୍ଟୋନ୍‌ ୧୭ ରନ୍‌ ଆୟ କରିପାରିଥିଲେ। ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ଆଉଟ୍‌ ହୋଇଥିବା ଲିଭିଂଷ୍ଟୋନ୍‌ ୯ ଛକା ଓ ୫ ଚୌକା ସହାୟତାରେ ୪୮ ବଲ୍‌ରୁ ୯୪ ରନ୍‌ ସଂଗ୍ରହ କରିଥିଲେ। ଏହି ବିଜୟ ଦିଲ୍ଲୀ ପାଇଁ ବିଶେଷ କିଛି ଫରକ ଆଣୁନଥିଲେ ବି ପଞ୍ଜାବର ପ୍ଲେ ଅଫ୍‌ ଖେଳିବା ଆଶା ଆଶଙ୍କା ଭିତରକୁ ଚାଲିଯାଇଛି।

ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ ଆଗରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୩ ରନ୍‌ କରିଥିଲା।

ଅଧିନାୟକ ଶିଖର ଧାଓ୍ବନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବ୍ୟାଟିଂ କରିଥିଲା। ଦଳର ଦୁଇ ଓପନର ଡାଭିଡ୍‌ ଓ୍ବାନର ଏବଂ ପୃଥ୍ବୀ ସ ପ୍ରାରମ୍ଭିକ ଷ୍ଟାଟ ଦେଇଥିଲେ। ଦୁହେଁ ଦଳ ପାଇଁ ୯୪ ରନ୍‌ ଯୋଡି ଥିଲେ। ଡାଭିଡ୍‌ ଓ୍ବାନର ୩୧ ବଲ୍‌ରେ(୫ ଚୌକା ଏବଂ ୨ ଛକା) ୪୬ ରନ୍‌ କରିଥିବା ବେଳେ ପୃଥ୍ବୀ ସ ୩୮ ବଲ୍‌ରେ(୭ ଚୋକା ଏବଂ ୧ ଛକା) ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଏପରିକି ରିଲି ରୋସୋଉ ୩୭ ବଲ୍‌ରେ (୬ ଚୌକା ଏବଂ ୬ ଛକା ) ଧୂଆଁଧାର ୮୨ ରନ୍‌ କରିଥିଲେ। ଫିଲିପ୍‌ ସଲ୍ଟ ୧୪ ବଲ୍‌ରେ (୨ ଚୋକା ଏବଂ ୨ ଛକା) ୨୬ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ଫଳରେ ଦିଲ୍ଲୀ ୨୧୩ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପଞ୍ଜାବର ସାମ କୁରନ୍‌ ୨ ୱିକେଟ୍‌ ନେଇଥିଲେ।
Published by:Soumya Das
First published: