CSK vs RR: ଧୋନିଙ୍କ ଧୂଆଁଦାର ବ୍ୟାଟିଂ ସତ୍ତ୍ବେ ଚେନ୍ନାଇ ନିରାଶ, ୩ ରନ୍‌ରେ ଜିତିଲା ରାଜସ୍ଥାନ

IPL 2023

IPL 2023

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL 2023:  ଆଇପିଏଲ୍‌ରେ ଆଉ ଏକ ମ୍ୟାଚ୍‌ର ରେଜଲ୍ଟ ଶେଷ ବଲ୍‌ରେ ଆସିଲା । ରୋମାଞ୍ଚକର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ (Chennai Super kings)  କୁ ୩ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ (Rajasthan Royals) । ଶେଷ ଓଭରରେ ଦରକାର ଥିଲା ୨୧ ରନ୍‌, ବୋଲର୍‌ ସନ୍ଦୀପ ଶର୍ମାଙ୍କ ଆଗରେ ଥିଲେ ବିଶ୍ବର ଦୁଇ ଶ୍ରେଷ୍ଠ ଫିନିଶର୍‌ ମହେନ୍ଦ୍ର ସିଂହ ଧୋନି (M S Dhoni) ଓ ରବୀନ୍ଦ୍ର ଜାଡ଼େଜା (Rabindra Jadeja) ଥିଲେ । ଆରମ୍ଭରୁ ୨ଟି ୱାଇଡ୍‌ ପରେ ୨ ବଲ୍‌ରେ ଛକ୍କା ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲା । ହେଲେ ସନ୍ଦୀପ ଏହା ପରେ ମାପଚୁପ୍‌ ବୋଲି କରିଥିଲେ । ଶେଷ ବଲ୍‌ରେ ବିଜୟ ପାଇଁ ୫ ରନ୍‌ ଦରକାର ଥିବା ବେଳେ ସମସ୍ତ ଆଶା ରଖିଥିଲେ ଧୋନି ଛକ୍କା ସହ ବିଜୟ ଭେଟି ଦେବେ ନହେଲେ ଚୌକା ସହ ମ୍ୟାଚ ସୁପର ଓଭରକୁ ଯିବ । ହେଲେ ଜବରଦସ୍ତ ୟର୍କର ସହ ମାତ୍ର ୧ ରନ୍‌ ଦେଇ ଦଳକୁ ୩ ରନ୍‌ରେ ବିଜୟୀ କରାଇଥିଲେ ସନ୍ଦୀପ । ରାଜସ୍ଥାନ ୨୦ ଓଭରରେ ୮ ୱିକେଟ ହରାଇ ୧୭୫ ରନ୍‌ କରିଥିବା ବେଳେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୨ ରନ୍‌ କରିପାରିଥିଲା । ଦଳ ପକ୍ଷରୁ ଡେଭିଡ କନୱେ ୫୦, ଧୋନି ୧୭ ବଲ୍‌ରୁ ଅପରାଜିତ ୩ ଛକ୍କା ୩୨, ରାହାଣେ ୩୧ ଓ ଜାଡେଜା ୧୫ ବଲ୍‌ରୁ ୨୫ ରନ୍‌ କରିଥିଲେ ।

https://www.youtube.com/watch?v=XHvzcT1U5Wg

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୭୫ ରନ କରିଥିଲା । ଦଳ ପକ୍ଷରୁ ଜସ୍ ବଟଲର ୩୬ ବଲ୍‌ରେ ୩ ଟି ଛକ୍କା ସହ ସର୍ବାଧିକ ୫୨ ରନ କରିଥିଲେ ।  ଏହାଛଡ଼ା ଦେବଦତ୍ତ ପଡିକଲ୍ଲ ୨୬ ବଲ୍‌ରୁ ୩୮ ରନ୍‌, ଅଶ୍ୱୀନ ୨ଟି ଛକ୍କା ସହ ୩୦ ରନ୍, ଓ ସିମରନ ହେଟମେୟର ୧୮ ବଲ୍‌ରୁ ଅପରାଜିତ ୩୦ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ଆକାଶ ସିଂ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।ଚେନ୍ନାଇ ସୁପରକିଙ୍ଗସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଥିବା ବେଳେ ସମାନ ସଂଖ୍ୟକ ମ୍ୟାଚ ଖେଳି ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ରାଜସ୍ଥାନ ୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।
Published by:Soumya Das
First published: