News18 Odia Digital
IPL 2023: ବିଶ୍ବର ସବୁଠୁ ବଡ଼ କ୍ରିକେଟ ଲିଗ୍ରେ ଆରମ୍ଭ ହୋଇଯାଇଛି ଫାଇନାଲ ରେସ୍ । ଆଜିଠୁ ଆରମ୍ଭ ହେଉଛି ପ୍ଲେ-ଅଫ୍ ପର୍ଯ୍ୟାୟ । ଫାଇନାଲ ପାଇଁ ପ୍ରଥମ ଫାଇଟ୍ରେ ମୁହାଁମୁହିଁ ହେଉଛନ୍ତି ଗୁରୁ-ଶିଷ୍ୟଙ୍କ ଟିମ୍ । ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ଓ ୪ ଥରର ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହେବ ଟକ୍କର ।
ୟେଲୋ ବ୍ରିଗେଡ୍ର କ୍ୟାପଟେନ ଧୋନିଙ୍କ ଧମାଲ ଅପେକ୍ଷାରେ ସାରା ବିଶ୍ବ, ସେପଟେ ପାୱାର ଶୋ' ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ । ୧୪ ମ୍ୟାଚରୁ ୧୦ ବିଜୟ ସହ ୨୦ ପଏଣ୍ଟ ହାସଲ କରି ଗୁଜରାଟ ଟେବୁଲ ଟପ୍ପର ଥିବା ବେଳେ ଲିଗ୍ ପର୍ଯ୍ୟାୟରେ ୮ ବିଜୟ ସହ ୧୭ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି ଚେନ୍ନାଇ ।
CSK vs GT; କାହା ପଲା ଭାରୀ ?ହୋମ୍ ଗ୍ରାଉଣ୍ଡ ଚେପକ ଷ୍ଟାଡିୟମରେ ଚମକ ଦେଖାଇବାକୁ ଚେନ୍ନାଇର ସଜବାଜ । ହୋମ୍ କ୍ରାଉଡ୍ ଆଗରେ ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ସହ ମହେନ୍ଦ୍ର ସିଂ ଧୋନିଙ୍କ ମାଷ୍ଟର ପ୍ଲାନିଂ ଚେନ୍ନାଇ ପାଇଁ ସବୁଠୁ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇପାରେ ।
ସେପଟେ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ପ୍ରଭାବିତ କରିଥିବା ହାର୍ଦ୍ଦିକଙ୍କ ଗୁଜରାଟ ଟିମ୍ ପୁଣି ଟାଇଟଲ ହାସଲ କରିବା ନେଇ ଆଶାବାଦୀ ।
IPL ଇତିହାସରେ ଉଭୟ ଦଳ ପରସ୍ପରକୁ ୩ ଥର ଭେଟିଛନ୍ତି ଆଉ ତିନି ଥର ଯାକ ଗୁଜରାଟ ବାଜି ମାରିଛି । ତେଣୁ ଏହା ହ୍ୟାଟ୍ରିକ ପରାଜୟର ପ୍ରତିଶୋଥ ନେବା ସହ ଟାଇଟଲ ଟକ୍କରରେ ସ୍ଥାନ ପକ୍କା କରିବାକୁ ଚାହିଁବ ଚେନ୍ନାଇ । ଆଜିର ମ୍ୟାଚ୍ ଯିଏ ଜିତିବ ସିଏ ସିଧା ଫାଇନାଲ୍ ଖେଳିବ ଆଉ ପରାଜିତ ଦଳ ଖେଳିବ ସେକେଣ୍ଡ ପ୍ଲେ-ଅଫ୍ ଖେଳିବ ।
ଚେନ୍ନାଇ ଓ ଗୁଜରାଟର ଷ୍ଟାର ପାୱାର ଉପରେ ନଜରଚେନ୍ନାଇର ଦୁଇ ଓପନର୍ ଋତୁରାଜ ଗାଏକୱାଡ ଓ ଡେଭନ କନୱେ ଦମଦାର ପ୍ରଦର୍ଶନ କରିଛନ୍ତି । ବିଗ୍ ହିଟର୍ ଶିବମ ଦୁବେ, ଅଜିଙ୍କ୍ୟ ରାହାଣେ ମଧ୍ୟ ଚଳିତ ସିଜନ୍ ଚଳିତ ସିଜନରେ ନିଜ କମାଲ ଦେଖାଇ ସାରିଛନ୍ତି । ଏହାଛଡ଼ା ଡେଥ୍ ଓଭର ସ୍ପେସାଲିଷ୍ଟ ଯୁବ ପେସର୍ ମାଥୀଶା ପଥିରଣା ମ୍ୟାଚ ୱିନର ସାବ୍ୟସ୍ତ ହୋଇପାରନ୍ତି ।
ସେହିଭଳି ଟିମ୍ ଗେମ୍ ଖେଳିଥିବା ଗୁଜରାଟର ଅଧିକାଂଶ ଖେଳାଳି ଗୋଟେ ଗୋଟେ ମ୍ୟାଚ ୱିନର୍ ବୋଲି ପ୍ରମାଣିତ କରି ସାରିଛନ୍ତି । ଫିନିସର ରୋଲ୍ରେ ଡେଭିଡ ମିଲର ଓ ରାହୁଲ ତିୱତିଆ ଏକାଧିକ ମ୍ୟାଚ ଜିତାଇ ସାରିଛନ୍ତି ।
ସେହିଭଳି ଟପ୍ ଅର୍ଡରରେ ଶୁଭମନ ଗିଲ୍ ୨ଟି ଶତକ ମାରି ଶ୍ରଷ୍ଠତ୍ବ ଚେନ୍ନାଇକୁ ଆଗୁଆ ସତର୍କ କରାଇଛନ୍ତି। ବୋଲିଂରେ ମଧ୍ୟ ଦଳ ବେଶ୍ ଶକ୍ତିଶାଳୀ । ପର୍ପଲ କ୍ୟାପ୍ ତାଲିକାରେ ଟପ୍ ଟୁ ବୋଲର୍ ମହମ୍ମଦ ସାମି ଓ ସ୍ପିନର ରସିଦ ଖାନ ଗୁଜରାଟର ସବୁଠୁ ବଡ଼ ଶକ୍ତି ।
ଆସନ୍ତାକାଲି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ଏଲିମିନେଟର ମ୍ୟାଚ୍ । ଆସନ୍ତା ୨୬ ତାରିଖରେ କ୍ୱାଲିଫାୟର-୨ ଖେଳାଯିବ । ଏଥିରେ କ୍ବାଲିଫାୟର-୧ରେ ପରାଜିତ ହୋଇଥିବା ଟିମ୍ ଓ ଏଲିମିନେଟରର ବିଜେତା ଟିମ୍ ମଧ୍ୟରେ ଲଢ଼େଇ ହେବ।
ପଢ଼ନ୍ତୁ ଏହି ଖବର: Whatsapp: ଏଣିକି ସେଣ୍ଡ କରି ସାରିଥିବା ମେସେଜକୁ ବି କରିପାରିବେ ଏଡିଟ୍; ଜାଣନ୍ତୁ କେମିତି...ଆସନ୍ତା ମେ ୨୮ ତାରିଖରେ ହେବ ଗ୍ରାଣ୍ଡ ଫାଇନାଲ୍ ମୁକାବିଲା । ଏଥିରେ କ୍ୱାଲିଫାୟର-୧ ଏବଂ କ୍ୱାଲିଫାୟାର-୨ ବିଜେତାଙ୍କ ମଧ୍ୟରେ ହେବ ମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଆଇପିଏଲ ଟ୍ରଫି ପାଇଁ ହେବ ଲଢ଼େଇ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।