News 18 Odia Digital
ନୂଆଦିଲ୍ଲୀ: କାଉଣ୍ଚଡାଉନ୍ ଆରମ୍ଭ । ଅପେକ୍ଷା ଶୁକ୍ରବାର ସନ୍ଧ୍ୟା ୭ଟାକୁ । ଆରମ୍ଭ ହେବ ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ IPL । ଅହମ୍ମଦାବାଦ (ahamadabad)ର ନରେନ୍ଦ୍ର ମୋଦି ଷ୍ଡାଡିୟମରେ ହେବ ପ୍ରଥମ ମ୍ୟାଚ୍ (first match) । ଉଦଘାଟନୀ ମ୍ଯାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ (chennai super kings) ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ (gujarat titans) । ଚେନ୍ନାଇ ୪ଥର ବିଜେତାର ମୁକୁଟ ପିନ୍ଧିଥିବାବେଳେ ଗତଥର ପ୍ରଥମ ଥର ପାଇଁ ଏଣ୍ଟ୍ରି ମାରି ଟାଇଟଲ୍ ହାତେଇଥିଲା ଗୁଜରାଟ । ଏଣୁ ପ୍ରଥମ ମ୍ୟାଚ୍ ବେଶ ରୋମାଞ୍ଚକର ହେବା ନେଇ ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।
ଚେନ୍ନାଇ ୧୩ଟି ସିଜିନ୍ ଖେଳିଥିବାବେଳେ ଗୁଜରାଟ ଖେଳିଛି ମାତ୍ର ଗୋଟିଏ ସଂସ୍କରଣ । ଗତ ସଂସ୍କରଣରେ ଉଭୟ ଟିମ୍ ଦୁଇ ଥର ମୁହାଁମୁହିଁ ହୋଇଥିବାବେଳେ ଦୁଇଟି ମ୍ୟାଚରେ ଗୁଜରାଟ ବିଜୟୀ ହୋଇଛି । ସେପଟେ ପୁଣି ଥରେ ଚେନ୍ନାଇରେ ମାହିଙ୍କ ଯାଦୁ ଚାଲିବା ନେଇ ଆଶା ରଖିଛନ୍ତି କିଙ୍ଗ୍ସ ଫ୍ୟାନ୍...ଗୁଜରାଟ ଟାଇଟନ୍ସ ପାଇଁ ମଙ୍ଗ ସମ୍ଭାଳିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ୍ ଗିଲ୍, କେନ୍ ଓ୍ବିଲିୟମସନ୍, ଡେଭିଡ ମିଲର୍, ମହମ୍ମଦ ଶାମି ଓ ରସିଦ ଖାନ୍ । ସେହିଭଳି ଧୋନିଙ୍କ ନେତୃତ୍ବର ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଋତୁରାଜ ଗାଏକଓ୍ବାଡ, ଅମ୍ବାତି ରାଇଡୁ, ମୋଇନ ଅଲ୍ଲୀ. ବେନ୍ ଷ୍ଟୋକ୍ସ ଓ ରବିନ୍ଦ୍ର ଜାଡେଜାଙ୍କ ଉପରେ ନିର୍ଭର କରିବ ଦଳ...ଚେନ୍ନାଇର ଆଇପିଏଲ୍ ଅଭିଜ୍ଞତା ବେଶ ଲମ୍ବା ଥିବାବେଳେ ଗୁଜରାଟ ପୁଣି ଏଥର କରିଶ୍ମା କରିବା ନେଇ ଆଶା ରଖିଛି ।
ଆଇପିଏଲ୍ର ଷୋଡ଼ଶ ସଂସ୍କରଣରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ୨ଟି ଲେଖାଏଁ ଟିମ୍ରେ ଭାଗ ହୋଇଛନ୍ତି ସମସ୍ତ ଟିମ୍ । ମାର୍ଚ୍ଚ ୩୧ରୁ ମେ ୨୧ ପର୍ଯ୍ୟନ୍ତ ଚାଲିବ ଆଇପିଏଲ୍ ଲଢ଼େଇ । ନିଜ ହୋମ୍ ଗ୍ରାଉଣ୍ଡରେ ଖେଳିବେ ୭ଟି ଲେଖାଏଁ ମ୍ୟାଚ୍ ଖେଳିବେ ସମସ୍ତ ଟିମ୍ । ବାକି ଅନ୍ୟ ଗ୍ରାଉଣ୍ଡରେ ଖେଳିବେ ୭ଟି ଲେଖାଏଁ ମ୍ୟାଚ୍ । ଏଲିମିନେଟର୍ ପୂର୍ବରୁ ପ୍ରତ୍ୟେକ ଟିମ୍ ଖେଳିବେ ୧୪ଟି ଲେଖାଏଁ ମ୍ୟାଚ୍ । ୧୮ଟି ଭେନ୍ୟୁରେ ଖେଳାଯିବ ମୋଟ ୭୦ଟି ଲିଗ ମ୍ୟାଚ୍ । ସନ୍ଧ୍ୟା ୭ଟା ୩୦ ଓ ଅପରାହ୍ନ ୩ଟା ୩୦ରେ ଖେଳାଯିବ ମ୍ୟାଚ୍ । ଏଥର ୧୨ଟି ଆଞ୍ଚଳିକ ଭାଷାରେ ପ୍ରସାରଣ ହେବ ଆଇପିଏଲ୍ (ipl) । ଏଥିରେ ଆମ ଓଡ଼ିଆ ଭାଷା ମଧ୍ୟ ସ୍ଥାନ ପାଇଛି ।
ଏଥର ଭାରତୀୟ କ୍ରିକେଟର ଓ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ପ୍ରତିଦ୍ବନ୍ଦିତା । ସନରାଇଜର୍ସ ହାଇଦ୍ରାବାଦ (sunrisers hyderabad)ର ଅଧିନାୟକ ହେଉଛନ୍ତି ମାର୍କରମ । ସେହିଭଳି ଫାଫ ଡୁ ପ୍ଲେସିସ୍ ସମ୍ଭାଳିବେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ମଙ୍ଗ । ଏଥି ସହ ରାଜସ୍ଥାନ ରୟାଲ୍ସ ପାଇଁ ସଞ୍ଜୁ ସାମସନ, ପଞ୍ଜାବ କିଙ୍ଗ୍ସ ପାଇଁ ଶିଖର ଧଓ୍ବନ, କୋଲକାତା ନାଇଟ୍ ରାଇଡର୍ସ ପାଇଁ ନୀତୀଶ ରାଣା, ଗୁଜରାଟ ଟାଇଟନ୍ସ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଲକ୍ଷ୍ମୌ ସୁପର୍ ଜିଆଣ୍ଟସ ପାଇଁ ଲୋକେଶ ରାହୁଲ, ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଡେଭିନ୍ ଓ୍ବାନର, ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହେନ୍ଦ୍ର ସିଂହ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସର ଭାର ସମ୍ଭାଳିବେ ରୋହିତ ଶର୍ମା । ଏଥର ସମସ୍ତ ଟିମ୍ ଯୁବ ଓ ଅଭିଜ୍ଞଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ।
ଆଇପିଏଲର ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିବ ବଲିଉଡ ଧମାକା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଡାଡିୟମରେ ଝଲକ୍ ଦେଖାଇବେ ରଶ୍ମିକା ମାଣ୍ଡାନା, ତମନ୍ନା ଭାଟିଆ । ସେହିଭଳି କାଟ୍ରିନା କୈଫ, ଟାଇଗର ସ୍ରଫ୍ ଓ କଣ୍ଠଶିଳ୍ପୀ ଅରିଜିତ୍ ସିଂହ ଦର୍ଶକଙ୍କୁ ଝୁମାଇବେ ।
ଏହି ଖବର ପଢ଼ନ୍ତୁ -
ଗଞ୍ଜେଇ ବ୍ୟବହାର ଡିକ୍ରିମିନାଲାଇଜ୍ଡ ବା ଅପରାଧ ଶ୍ରେଣୀ ବହିର୍ଭୁକ୍ତ ହେବ ?ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।