News 18 Odia Digital
CSK Vs MI: ଆଇପିଏଲ ୨୦୨୩ର ( Ipl 2023 ) ୪୯ତମ ମ୍ୟାଚରେ ମୁମ୍ବାଇକୁ ( mumbai indians )୬ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ (Chennai Super Kings ) । ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ବିଜୟ ପାଇଁ ଚେନ୍ନାଇ ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ । ଏହି ଲକ୍ଷ୍ୟକୁ ୧୭.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ କନଓ୍ବେ ୪୪ ରନ , ଋତୁରାଜ ଗାଇକ୍ବାଡ୍ ୩୦ରନ, ଶିବମ ଦୁବେ ୨୬ରନ ଓ ଅଜିଙ୍କ୍ୟ ରାହାଣେ ୨୧ରନ କରିଥିଲେ । ଏଥି ସହିତ ଚେନ୍ନାଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚଛି ।
ଏହି ମ୍ୟାଚରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ ରନରେ ୩ଟି ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । ତେବେ ନିହାଲ ଓ୍ବାଧେରା ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଓ୍ବାଧେରା ୬୪ରନ ଓ ସୂର୍ଯ୍ୟକୁମାର ୨୬ରନ କରିଥିଲେ । ଟ୍ରିସାନ ଷ୍ଟ୍ରବ୍ସ ୨୦ରନ କରିଥିଲେ । କିନ୍ତୁ ଶେଷ ବେଳକୁ ଦଳର ବ୍ୟାଟିଂ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ପଢନ୍ତୁ ଏହି ଖବର :
Smart TV: ୭ ହଜାର ଟଙ୍କାରେ ମିଳୁଛି Samsung ଟିଭି; ଜାଣନ୍ତୁ କଣ ରହିଛି ଅଫର୍ଚେନ୍ନାଇ ପକ୍ଷରୁ ଯୁବ ଦ୍ରୁତ ବୋଲର ମହିସା ପଥିରାନା ୧୫ ରନ ଦେଇ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ଦୀପକ ଚହର ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ୍ ନେଇଥିଲେ । ଏହି ବିଜୟ ସହ ଚେନ୍ନାଇ ୧୧ ମ୍ୟାଚରୁ ୬ ବିଜୟ ସହ ୧୩ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ପହଞ୍ଚିଛି । ମୁମ୍ବାଇ ୧୦ ମ୍ୟାଚରୁ ୫ଟିରେ ବିଜୟ ସହ ୧୦ ପଏଣ୍ଟ ପାଇଛି ।
ପଢନ୍ତଉ ଏହି ଖବର :
Business Idea: ୧୦ ହଜାର ବିନିଯୋଗ କରି ବ୍ୟବସାୟ କରନ୍ତୁ... ମାସିକ ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କାପଢନ୍ତୁ ଏହି ଖବର :
Ice Cream: ଆଇସ୍କ୍ରିମ୍ର ଦାମରେ କିଣିପାରିବେ କାର ! ଦାମ୍ ଜାଣିଲେ ହୋଇଯିବେ ବେହୋସନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।