IPL 2023: ଗୁଜରାଟକୁ ହରାଇ ଦଶମ ଥର ପାଇଁ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସ୍

ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ । ଗୁଜରାଟକୁ ହରାଇ ଫାଇନାଲ୍‌ରେ CSK । ପ୍ରଥମ କ୍ବାଲିଫାୟାରରେ ଜିତିଲା ଚେନ୍ନାଇ । ୧୦ ଥର ପାଇଁ IPL ଫାଇନାଲରେ ଚେନ୍ନାଇ ।

Ipl 2023: ଗୁଜରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ

Ipl 2023: ଗୁଜରାଟକୁ ହରାଇ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

CSK vs GT:  ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଥଲା ଚେନ୍ନାଇ ସୁପରକିଙ୍ଗସ୍ । କିନ୍ତୁ ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ କ୍ବାଲିଫାୟାରରେ ଜିତିଛି ଚେନ୍ନାଇ । ଗୁଜରାଟ ବିରୋଧରେ ହ୍ୟାଟ୍ରିକ ପରାଜୟର ପ୍ରତିଶୋଧ ନେଇଛି ଧୋନିଙ୍କ ୟେଲୋ ବ୍ରିଗେଡ । ୧୦ ଥର ପାଇଁ IPL ଫାଇନାଲରେ ଚେନ୍ନାଇ । ୪ ଥରର IPL ବିଜେତା CSK । ମୁମ୍ବାଇ-ଲକ୍ଷ୍ନୌ ମଧ୍ୟରେ ହେବ ଏଲିମିନେଟର । ମୁମ୍ବାଇ-ଲକ୍ଷ୍ନୌ ମ୍ୟାଚ୍‌ର ବିଜେତାଙ୍କୁ ଭେଟିବ ଗୁଜରାଟ ।

ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୨ ରନ କରିଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଦେବନ୍ କନଓ୍ବେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଗାଇକ୍ବାଡ୍ ୬୦ ରନ କରିଥିଲେ ଓ କନଓ୍ବେ ୪୦ ରନ କରିଥିଲେ । କିନ୍ତୁ ଏହି ଦୁଇ ଓପନର ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲେ ଓ ଦଳ ଅଳ୍ପ ରନ ବ୍ୟବଧାନରେ ବେଶ କେତୋଟି ଓ୍ବିକେଟ ହରାଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନି ମାତ୍ର ୧ ରନ କରି ଆଉଟ ହୋଇଥିଲେ । କେବଳ ରବୀନ୍ଦ୍ର ଜାଦେଜା ୨୨ ରନ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ସେହିପରି ଅମ୍ବାତି ରାୟଡୁ ୧୭ରନ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ଓ ମହମ୍ମଦ ସମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପଢନ୍ତୁ ଏହି ଖବର:  5G Phone Offer: ୨୦୦୦ ଟଙ୍କାରେ କିଣିପାରିବେ ୨୯ ହଜାରର ସ୍ମାର୍ଟ ଫୋନ୍‌ !
Published by:Sujit Swain
First published: