News 18 Odia Digital
ନୂଆଦିଲ୍ଲୀ: କୋହଲିଙ୍କ ଷ୍ଟ୍ରାଇକ୍ ରେଟ୍କୁ ନେଇ ବିରାଟ୍ ପ୍ରଶ୍ନ (question) । ଆରମ୍ଭରୁ ମାରୁଛନ୍ତି ଧୂଆଁଧାର ସଟ୍ । ହେଲେ ମଝିରେ ଧିମା ଖେଳୁଛନ୍ତି । କୋହଲି ପ୍ରଥମ ୨୦ରୁ ୨୫ ବଲରେ ଧୂଆଁଧାର ୪୦ ରନ୍ (run) ହାସଲ କରୁଛନ୍ତି, ହେଲେ ଅର୍ଦ୍ଧ ଶତକ ବା ଆଉ ୧୦ ରନ କରିବାକୁ ଖେଳୁଛନ୍ତି ୧୦ ବଲ୍ । ଯାହାକୁ ନେଇ ନାଖୁସ ନ୍ୟୁଜଲାଣ୍ଡ ପୂର୍ବତନ କ୍ରିକେଟର ସିମନ ଡଲ୍ । ସେପଟେ ଉଦୀୟମାନ ଭାରତୀୟ ଯୁବ ତାରକା ଶୁବମନ ଗିଲ୍ (shubman gill)ଙ୍କୁ ନେଇ ଚର୍ଚ୍ଚା । ଗିଲ୍ ଆଗାମୀ ଦଶନ୍ଧୀ ଧରି ବିଶ୍ବ କ୍ରିକେଟ୍ରେ ରାଜ୍ କରିବେ ବୋଲି ଅନୁଭବ କରିଛନ୍ତି କିମ୍ବଦନ୍ତି ଅଷ୍ଟ୍ରେଲୀୟ ଓପ୍ନର ମାଥ୍ୟୁ ହେଡେନ ।
ଧିମା ଖେଳୁଛନ୍ତି କିଙ୍ଗ କୋହଲି (virat kohli) । ଫର୍ମରେ ଥିଲେ ବି ଉତ୍ସାହ ନାହିଁ । ସ୍ଲୋ ଷ୍ଟ୍ରାଇକ୍ ରେଟ୍କୁ ନେଇ ଚିନ୍ତାରେ ବିରାଟ୍ । ଇଣ୍ଡିଆନ୍ ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ଆଇପିଏଲ୍ (ipl)ରେ ଦୁଇଟି ଅର୍ଦ୍ଧ ଶତକ ହାସଲ କରି ସାରିଲେଣି । ତଥାପି ସମାଲୋଚନାର ଶିକାର ହୋଇଛନ୍ତି । କୋହଲିଙ୍କ ବ୍ୟାଟିଂକୁ ନେଇ ଖୁସି ନାହାଁନ୍ତି ନ୍ୟୁଜିଲାଣ୍ଡ ପୂର୍ବତନ କ୍ରିକେଟର ସାଇମନ ଡଲ୍ । କହିଛନ୍ତି, କୋହଲି ପ୍ରଥମ ୨୦ରୁ ୨୫ ବଲରେ ଧୂଆଁଧାର ୪୦ ରନ୍ ହାସଲ କରୁଛନ୍ତି । ହେଲେ ଅର୍ଦ୍ଧ ଶତକ ବା ଆଉ ୧୦ ରନ କରିବାକୁ ଖେଳୁଛନ୍ତି ୧୦ ବଲ୍ । ଯାହାକି କୋହଲିଙ୍କ ଭଳି ବଡ଼ ଖେଳାଳିଙ୍କଠୁ ଆଶା କରାଯାଏନି ବୋଲି କହିଛନ୍ତି ସାଇମନ୍ । ରବିନ ଉଥାପାଙ୍କ କହିବା କଥା, ପାୱାର ପ୍ଲେର ଭଲ ବ୍ୟବହାର କରୁଛନ୍ତି । ପରେ ଫିଲ୍ଡିଂ କଟକଣା କୋହଲିଙ୍କ ରନ୍ରେ ଅଙ୍କୁଶ ଲଗାଉଛି ।
ସେପଟେ ଉଦୀୟମାନ ଭାରତୀୟ ଯୁବ ତାରକା ଶୁବମନ ଗିଲ୍ଙ୍କୁ ନେଇ ଚର୍ଚ୍ଚା । ଗିଲ୍ ଆଗାମୀ ଦଶନ୍ଧୀ ଧରି ବିଶ୍ବ କ୍ରିକେଟ୍ରେ ରାଜ୍ କରିବେ ବୋଲି ଅନୁଭବ କରିଛନ୍ତି କିମ୍ବଦନ୍ତି ଅଷ୍ଟ୍ରେଲୀୟ ଓପ୍ନର ମାଥ୍ୟୁ ହେଡେନ । ସେ ଯେଭଳି ବଡ଼ ସ୍କୋର୍ କରିଚାଲିଛନ୍ତି ତାହା ଭଗବାନଙ୍କ ବରଦାନ । ୨୩ ବର୍ଷ ବୟସ୍କ ଗିଲ୍ ଇତି ମଧ୍ୟରେ ଟେଷ୍ଟ୍ରେ ୨ଟି ଶତକ, ଦିନିକିଆ ଆନ୍ତର୍ଜାତିକରେ ୪ ଓ ଟି-ଟ୍ବେଣ୍ଟି ଆନ୍ତର୍ଜାତିକରେ ଗୋଟିଏ ଶତକ ମାରିସାରିଲେଣି । ଏହାପରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପଞ୍ଜାବ ବିପକ୍ଷ ମ୍ୟାଚ୍ରେ ୪୯ ବଲ୍ରୁ ୬୭ ରନ୍ କରିବା ତାଙ୍କ ପ୍ରତିଭାର ପ୍ରମାଣ ଦେଇଛି । ସେ ଏଭଳି ଜଣେ ବିଶ୍ବସ୍ତରୀୟ ଖେଳାଳି ଯିଏକି ବିଶ୍ବ କ୍ରିକେଟ୍ରେ ଆଧିପତ୍ୟ ବିସ୍ତାର କରିବେ ବୋଲି ଅନୁଭବ କରିଛନ୍ତି ହେଡେନ୍ ।
ଏହି ଖବର ପଢ଼ନ୍ତୁ -
କୁକୁର ମଣିଷ ବିବାହକୁ ନେଇ ଚର୍ଚ୍ଚା: ଭୋଜି ଭାତ ସହ ନାଚ,ଗୀତରେ ଝୁମିଲା ବାଲେଶ୍ୱରPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।