IPL 2023: ଅର୍ଶଦୀପ ସିଂଙ୍କ ଚମତ୍କାର ଶେଷ ଓଭର: ମୁମ୍ବାଇକୁ ୧୩ ରନରେ ହରାଇଲା ପଞ୍ଜାବ

ପଞ୍ଜାବ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ବିଜୟର ଟ୍ରାକରୁ ଓହରି ଯାଇଥିଲା। ପଞ୍ଜାବ ଏପର୍ଯ୍ୟନ୍ତ ମୋଟ ୭ ଟି ମ୍ୟାଚ୍ ଖେଳି ତିନିଟି ଜିତି ଥିବାବେଳେ ତିନୋଟି ହାରିଛି।

IPL 2023: ଅର୍ଶଦୀପ ସିଂଙ୍କ ଚମତ୍କାର ଶେଷ ଓଭର: ମୁମ୍ବାଇକୁ ୧୩ ରନରେ ହରାଇଲା ପଞ୍ଜାବ

IPL 2023: ଅର୍ଶଦୀପ ସିଂଙ୍କ ଚମତ୍କାର ଶେଷ ଓଭର: ମୁମ୍ବାଇକୁ ୧୩ ରନରେ ହରାଇଲା ପଞ୍ଜାବ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Mumbai Indians Vs Punjab Kings: ଅର୍ଶଦୀପ ସିଂଙ୍କ ଚମତ୍କାର ଶେଷ ଓଭର: ମୁମ୍ବାଇକୁ ୧୩ ରନରେ ହରାଇଲା ପଞ୍ଜାବ । ପଞ୍ଜାବ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତିବା ପରେ ବିଜୟର ଟ୍ରାକରୁ ଓହରି ଯାଇଥିଲା। ପଞ୍ଜାବ ଏପର୍ଯ୍ୟନ୍ତ ମୋଟ ୭ ଟି ମ୍ୟାଚ୍ ଖେଳି ତିନିଟି ଜିତି ଥିବାବେଳେ ତିନୋଟି ହାରିଛି।

ଏହି ସିଜିନର ପ୍ରଥମ ଦୁଇଟି ମ୍ୟାଚ୍ ହାରିଯିବା ପରେ ମୁମ୍ବାଇ ଦଳ ବିଜୟ ଟ୍ରାକକୁ ଫେରିଛି ଏବଂ ଲଗାତାର ଶେଷ ତିନୋଟି ମ୍ୟାଚ୍ ଜିତିଛି। ମୁମ୍ବାଇ ଅଧିନାୟକ ରୋହିତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ କିଙ୍ଗ୍ସ, ଅଧିନାୟକ ସାମ କରିନାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ୨୦ ଓଭର ଖେଳି ୮ ୱିକେଟ୍ରେ ୨୧୪ ରନ୍ ସଂଗ୍ରହ କରିଥିଲା । ଅଭିଜ୍ଞ ଲେଗ ସ୍ପିନର ପୀୟୁଷ ଚାୱଲା ଏବଂ କ୍ୟାମେରନ୍ ଗ୍ରୀନ୍ ମୁମ୍ବାଇ ଇଣ୍ଡିଆନ୍ସରୁ ୨-୨ ୱିକେଟ୍ ନେଇଥିଲେ। ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଶର୍ମା ୨୭ ବଲରେ ୪୪ ରନ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲେ । ଇଶାନ କିଶନ ଗୋଟିଏ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ପ୍ରଥମେ ବୋଲିଂ ପରେ କ୍ୟାମେରନ୍ ଗ୍ରୀନ୍ ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଗ୍ରୀନ୍ ୪୩ ବଲରୁ ୬୭ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ ଲଗାତାର ୨ ୱିକେଟ୍ ନେଇ ଦ୍ରୁତ ବୋଲର ଅର୍ଶଦୀପ ସିଂ ମୁମ୍ବାଇ ମୁଖରୁ ବିଜୟ ଛଡ଼ାଇ ନେଇଥିଲେ।

ଚାୱଲା ଓ ଗ୍ରୀନ୍ ମୁମ୍ବାଇ ପାଇଁ ୨-୨ ୱିକେଟ୍ ନେଇଥିଲେ
୨-୨ ୱିକେଟ୍ ନେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପୀୟୁଷ ଚାୱଲା ଏବଂ କ୍ୟାମେରନ୍ ଗ୍ରୀନ୍ ସବୁଠାରୁ ସଫଳ ବୋଲର ଥିଲେ। ଜେସନ ବେହେରେଣ୍ଡର୍ଫ, ଜୋଫ୍ରା ଆର୍ଚର ଏବଂ ଅର୍ଜୁନ ତେନ୍ଦୁଲକର ମଧ୍ୟ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ କିନ୍ତୁ ଏହି ସମସ୍ତ ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତିନି ଓଭରରେ ଅର୍ଜୁନ ୪୮ ସ୍କୋର କରିଥିବା ବେଳେ ବେହେରେଣ୍ଡର୍ଫ ସମାନ ଓଭରରେ ୪୧ ରନ୍ ସଂଗ୍ରହ କରିଥିଲେ। ଚାରି ଓଭରରେ ଗ୍ରୀନ୍ ଏବଂ ଆର୍ଚର ଯଥାକ୍ରମେ ୪୧ ଓ ୪୨ ରନ୍ ଦେଇଥିଲେ।
Published by:Soubhagya Mishra
First published: