News 18 Odia Digital
ନୂଆଦିଲ୍ଲୀ: ଛକା ପରେ ଛକା ବର୍ଷା ସତ୍ତ୍ବେ ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ (ipl 2023)ର ୨୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଚେନ୍ନାଇଠାରୁ ପରାଜୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ୨୨୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଚେନ୍ନାଇ ସୁପରକିଙ୍ଗସ୍ (Chennai Super Kings)। ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ମାତ୍ର ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ସିହିପରି ଶିବମ ଦୁବେ ୫୨ରନ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ । ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ । ୨୨୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆରସିବି ମଧ୍ୟ ଧୂଆଁଧାର ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଦଳ ବିରାଟଙ୍କ ୱିକେଟ ହରାଇଥିଲେ ମଧ୍ୟ କ୍ରିଜରେ ଦେଖିବାକୁ ମିଳିଥିଲା ଅଧିନାୟକ ଡୁପ୍ଲେସିସ୍ ଏବଂ ମ୍ୟାକ୍ସୱେଲ ଝଡ଼ । ଚେନ୍ନାଇର ଅଧିକାଂଶ ବଲ୍କୁ ଷ୍ଟାଡିୟମ ବାହାରକୁ ପଠାଇ ଦର୍ଶକଙ୍କ ହୃଦୟ ଜିତିଥିଲେ ଉଭୟ । ଡୁପ୍ଲେସିସ୍ ମାତ୍ର ୩୩ ବଲ୍ରେ ୬୨ ରନ୍ କରି ମୋଏନ୍ ଅଲ୍ଲୀଙ୍କ ବୋଲ୍ର ଶିକାର ହୋଇଥିଲେ । ଯେଉଁଥିରେ ଥିଲା ୪ଟି ଛକା ଏବଂ ୫ଟି ଚୌକା । ଏହାପରେ କ୍ରିଜ୍ରେ ମ୍ୟାକ୍ସୱାଲ୍ ଝଡ଼ ଜାରି ରହିଥିବାବେଳେ ୩୬ ବଲ୍ରେ ୭୬ ରନ୍ କରି ଥିକସାନାଙ୍କ ବୋଲରେ କ୍ୟାଚ ଆଉଟ ହୋଇଥିଲେ । ମ୍ୟାକ୍ସୱେଲ ୮ଟି ଛକା ଏବଂ ୩ଟି ଚୌକା ମାରିଥିଲେ । ଏହାପରେ ଦୀନେଶ କାର୍ତ୍ତିକ ୨୮ ରନ୍ କରି ଆଉଟ ହୋଇଥିଲେ । ଶେଷ ଓଭର ପର୍ଯ୍ୟନ୍ତ ଯାଇଥିବା ଏହି ମ୍ୟାଚ ଶେଷରେ ୮ ରନ୍ରେ ଆରସିବି ପରାସ୍ତ ହୋଇଛି ।
ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ଛକା ବର୍ଷା । ପ୍ରଥମ ଇନିଂସରେ ଚେନ୍ନାଇ ସୁପରକିଙ୍ଗିସ ମୋଟ ୧୭ଟି ଛକା ମାରିଥିବାବେଳେ କୋନୱେ ସର୍ବାଧିକ ୬ଟି ଛକା ମାରିଥିଲେ ସେହିପରି ଶିଭମ ଦୁବେ ୫ଟି ଛକା ମାରିଥିଲେ । ମୋଇନ ଅଲ୍ଲି ଏବଂ ଆଜିଙ୍କ୍ୟା ରାହାଣେ ୨ଟି ଲେଖାଏଁ ଛକା ମାରିଥିବାବେଳେ ଜାଡେଜା ଏବଂ ରାୟିଡୁ ଗୋଟିଏ ଲେଖାଏଁ ଛକା ମାରିଥିଲେ । ସେହିପରି ଆରିସିବି ପକ୍ଷରୁ ମୋଟ ୧୬ଟି ଛକା ମରାଯାଇଥିଲା । ମ୍ୟାକ୍ସୱେଲ ସର୍ବାଧିକ ୮ଟି ଛକା ମାରିଥିବାବେଳେ ଡୁପ୍ଲେସିସି ୪ଟି ଛକା ମାରିଥିଲେ । ପ୍ରଭୁଦେଶାଇ ୨ଟି ଛକା ଏବଂ ସାହାବାଜ ଏବଂ ଦିନେଶ କାର୍ତ୍ତିକ ଗୋଟିଏ ଲାଖାଏଁ ଛକା ମାରିଥିଲେ ।
ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ନଥିଲା: ଏହି ବଡ ରନ୍ ପଛରେ ବିରାଟ କୋହଲିଙ୍କ ବ୍ୟାଟ୍ସମ୍ୟାନଙ୍କଠାରୁ ଏକ ବଡ଼ ସ୍କୋର ଆଶା କରାଯାଉଥିଲା , କିନ୍ତୁ ମ୍ୟାଚରେ କୋହଲିଙ୍କ ବ୍ୟାଟ୍ କାମ କରିନଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ଓଭରରେ ପ୍ରଥମ ସଫଳତା ହାସଲ କରିଥିଲା । ଆକାଶ ସିଂଙ୍କ ଦ୍ୱାରା କ୍ଲିନ୍ ବୋଲିଂ ପରେ ବିରାଟ କୋହଲି ପାଭିଲିୟନକୁ ଫେରିଥିଲେ।
ମ୍ୟାକ୍ସୱେଲ-ପ୍ଲେସିସ୍ ମ୍ୟାଚରେ ଜୀବନ ଭରିଥିଲେ: ବିରାଟ କୋହଲି ଆଉଟ୍ ହେବା ପରେ ତୁଷାର ଦେଶପାଣ୍ଡେ ମହିପାଲ ଲୋମୋରଙ୍କୁ ଆଉଟ କରିଥିଲେ। ମହିପାଲ ଲୋମରୋର୍ ମଧ୍ୟ ନିଜ ଆକାଉଣ୍ଟ ଖୋଲିବାରେ ସଫଳ ହୋଇପାରିନଥିଲେ। କିନ୍ତୁ ଏହା ପରେ ଗ୍ଲେନ୍ ମ୍ୟାକ୍ସୱେଲ କ ଫାଫ୍ ଡୁପଲେସିସ୍ ଇନିଂସ ପରିଚାଳନା କରି ଜୋରଦାର ବ୍ୟାଟିଂ କରିଥିଲେ।
ଧୋନିଙ୍କ କ୍ୟାପଟେନେସିପକୁ ନେଇ ଖୁବ ଚର୍ଚ୍ଚା କରୁଛନ୍ତି ଖେଳପ୍ରେମୀ । ଖୁବ୍ ନିଆରା ଢଙ୍ଗରେ ସେ ଶେଷ ୩ରୁ ୪ ଓଭରକୁ ଜଗି ରଖି ଖେଳିବାକୁ ପରାମର୍ଶ ଦେଇଥିଲେ ଟିମକୁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।