ଆଇପିଏଲ ନିଲାମି ପାଇଁ ତାଲିକା ଘୋଷଣା କଲା BCCI; ଏଥର ସାମିଲ ଅଛନ୍ତି ୫୯୦ ଖେଳାଳି

ଦୁଇ କୋଟିର ସର୍ବୋଚ୍ଚ ମୂଲ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ସୁରେଶ ରାଇନାଙ୍କ ନାମ ଅଛି। ଆଇପିଏଲ୍ ଇତିହାସରେ ରାଇନା ଚତୁର୍ଥ ସର୍ବାଧିକ ରନ୍ ସ୍କୋରର। ସେ ୨୦୫ ମ୍ୟାଚରେ ୨୦୦ ଇନିଂସରେ ୫ ହଜାରୁ ଅଧିକ ରନ ସଂଗ୍ରହ କରିଛନ୍ତି।

ଆଇପିଏଲ ନିଲାମି ପାଇଁ ତାଲିକା ଘୋଷଣା କଲା BCCI

ଆଇପିଏଲ ନିଲାମି ପାଇଁ ତାଲିକା ଘୋଷଣା କଲା BCCI

  • Share this:
News18 Odia Digital

IPL 2022 Auction: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-୨୦୨୨ ପାଇଁ ଖେଳାଳିଙ୍କ ନିଲାମ ଫେବୃଆରୀ ୧୨ ଓ ୧୩ରେ ଅନୁଷ୍ଠିତ ହେବ। ଏଥି ପାଇଁ ବିଶ୍ବରୁ ୫୯୦ ଖେଳାଳିଙ୍କୁ ସର୍ଟଲିଷ୍ଟ କରାଯାଇଛି। ଖେଳାଳିମାନେ ବିଭିନ୍ନ ବେସ୍ ମୂଲ୍ୟରେ ନିଜକୁ ପଞ୍ଜିକୃତ କରିଛନ୍ତି। ନିଲାମି ପୂର୍ବରୁ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି ବିସିସିଆଇ।

ବିସିସିଆଇ ଆଇପିଏଲର ୧୫ତମ ସଂସ୍କରଣ ପାଇଁ ବେଙ୍ଗାଲୁରରେ ନିଲାମିର ଆୟୋଜନ କରିିବ । ଚଳିତ ବର୍ଷ ନିଲାମ ପାଇଁ ସର୍ବାଧିକ ରିଜର୍ଭ ଦର ୨ କୋଟି ଟଙ୍କା ରଖାଯାଇଛି । ବିସିସିଆଇ ଜାରି କରିଥିବା ଖେଳାଳି ତାଲିକାରେ ୪୮ ଜଣ ଏପରି ଖେଳାଳି ଅଛନ୍ତି ଯାହାଙ୍କ ବେସ ପ୍ରାଇସ୍ ୨ କୋଟି ଟଙ୍କା ।

ଚଳିତ ବର୍ଷ ନିଲାମିରେ ୩୭୦ ଭାରତୀୟ ଖେଳାଳି ସାମିଲ ହୋଇଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି।

ଆଇପିଏଲ ନିଲାମ ହେବାକୁ ଥିବା ଖେଳାଳି ତାଲିକାରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳି, ୱେଷ୍ଟଇଣ୍ଡିଜର ୩୪ ଓ ଦକ୍ଷିଣ ଆଫ୍ରିକାରୁ ୩୩ ଜଣ ଖେଳାଳି ସାମିଲ ଅଛନ୍ତି। ଚଳିତ ବର୍ଷ ଆଇପିଏଲ ପାଇଁ ଯେଉଁ ୫୯୦ ଖେଳାଳିଙ୍କ ନିଲାମ ହେବାକୁ ଯାଉଛି, ସେମାନଙ୍କ ମଧ୍ୟରେ ୨୨୮ ତମ କ୍ୟାପଡ ଖେଳାଳି, ୩୫୫ ଜଣ ଅନକ୍ୟାପଡ୍ ଓ ୭ ଜଣ ଆସୋସିଏଟସ ଖେଳାଳି ରହିଛନ୍ତି।

ଆଇପିଏଲର ନିଲାମ ପାଇଁ କିଛି ଫେମସ ଖେଳାଳିଙ୍କ ମୂଳ ନିଲାମ ରାଶି ୨ କୋଟି ଟଙ୍କା ରଖାଯାଇଛି। ଏହି ତାଲିକାରେ ସାମିଲ ଅଛନ୍ତି ଅନେକ ଭାରତୀୟ ଖେଳାଳି। ଯେଉଁମାନେ ହେଲେ ଶିଖର ଧାୱନ, ଶ୍ରେୟସ ଆୟର ଓ ରବିଚନ୍ଦ୍ରନ ଅଶ୍ବିନ। ବିଦେଶୀ ଖେଳାଳିଙ୍କ ମଧ୍ୟରୁ ପ୍ୟାଟ୍ କମିନ୍ସ, କାଗିସୋ ରବାଦା, ମିଚେଲ୍ ମାର୍ସ ଓ ଷ୍ଟିଭେନ୍ ସ୍ମିଥ୍ ପ୍ରମୁଖଙ୍କ ପାଇଁ ମଧ୍ୟ ଏହି ମୂଳ ରାଶି ରହିଛି। ଟପ୍ ବନ୍ଧନୀର ୨ କୋଟି ମୂଳ ରାଶି ତାଲିକାରେ ମଧ୍ୟ ମହମ୍ମଦ ସାମି, ଭୁବନେଶ୍ବର କୁମାର, ଦେବଦତ୍ତ ପଡ଼ିକଲ, ୟୁଝବେନ୍ଦ୍ର ଚହଲ, ଶାର୍ଦୁଳ ଠାକୁର ସାମିଲ ଅଛନ୍ତି।
Published by:Lipina Das
First published: