IPL 2021 Phase 2: ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ UAE ଯାତ୍ରା କରିବାକୁ ମିଳିନି ଅନୁମତି

ଦୁବାଇରେ ଅବତରଣ କରିବାକୁ ୟୁଏଇ (UAE) ସରକାରଙ୍କ ଠାରୁ ଫ୍ରାଞ୍ଚାଇଜ୍ ଏ ପର୍ଯ୍ୟନ୍ତ ଅନୁମୋଦନ ପାଇନାହିଁ। ଫ୍ରାଞ୍ଚାଇଜର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ ୟୁଏଇରେ ଅବତରଣ କରିବା ପାଇଁ ସେଠାରେ ସରକାରଙ୍କ ଅନୁମୋଦନ ଆବଶ୍ୟକ ଓ ଆମେ ଏହାକୁ ଅପେକ୍ଷା କରିଛୁ।

ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ UAE ଯାତ୍ରା କରିବାକୁ ମିଳିନି ଅନୁମତି

ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ UAE ଯାତ୍ରା କରିବାକୁ ମିଳିନି ଅନୁମତି

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ (IPL 2021 Phase 2) ଆସନ୍ତା ମାସରେ ସଂଯୁକ୍ତ ରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମ.ଏସ. ଧୋନିଙ୍କ ସମେତ ଅନେକ ଖେଳାଳି ଚେନ୍ନାଇରେ ପହଞ୍ଚିଛନ୍ତି। ଆଇପିଏଲ୍ ଇତିହାସର ଦ୍ୱିତୀୟ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆସନ୍ତା ୧୩ ତାରିଖରୁ ଦୁବାଇ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରିଛି, କିନ୍ତୁ ସେମାନଙ୍କ ଯୋଜନା ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ।

ଦୁବାଇରେ ଅବତରଣ କରିବାକୁ ୟୁଏଇ (UAE) ସରକାରଙ୍କ ଠାରୁ ଫ୍ରାଞ୍ଚାଇଜ୍ ଏ ପର୍ଯ୍ୟନ୍ତ ଅନୁମୋଦନ ପାଇନାହିଁ। ଫ୍ରାଞ୍ଚାଇଜର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ଯେ ୟୁଏଇରେ ଅବତରଣ କରିବା ପାଇଁ ସେଠାରେ ସରକାରଙ୍କ ଅନୁମୋଦନ ଆବଶ୍ୟକ ଓ ଆମେ ଏହାକୁ ଅପେକ୍ଷା କରିଛୁ। ଆମେ ଏ ପର୍ଯ୍ୟନ୍ତ ଅନୁମୋଦନ ପାଇନାହୁଁ ।

ଚେନ୍ନାଇ ସୁପର କିଙ୍ଗ୍ସ କିଛି ଦିନ ପରେ ୟୁଏଇ ଯାଇପାରେ

ସିଇଓ କହିଛନ୍ତି ଯେ କେବଳ ସିଏସକେ ଖେଳାଳି ଚେନ୍ନାଇରେ ପହଞ୍ଚି ନାହାଁନ୍ତି, ଦୁବାଇ ଅଭିମୁଖେ ଯାଉଥିବା କର୍ମଚାରୀମାନେ ଏଠାରେ ପୂର୍ବରୁ କ୍ବାରେଣ୍ଟାଇନରେ ଅଛନ୍ତି । ସେମାନେ ନିଶ୍ଚିତ ଅଛନ୍ତି ଯେ ବି.ସି.ସି.ଆଇ. ଶୀଘ୍ର ସେଠାରେ ଅବତରଣ କରିବାକୁ ଅନୁମତି ନେବ।

ସେ ଆହୁରି କହିଛନ୍ତି ଯେ ଦଳ ନିଶ୍ଚିତ ଯେ ସେମାନେ ବୁଧବାର ୟୁଏଇରେ ଅବତରଣ କରିବାକୁ ଅନୁମତି ପାଇବେ ଓ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧୩ରେ ୟୁଏଇକୁ ଯାତ୍ରା କରିବେ। ଯଦି ଏହା ନହୁଏ, ତେବେ ଏହି ଯୋଜନା କିଛି ଦିନ ପାଇଁ ସ୍ଥଗିତ ରଖାଯିବ । କ୍ୟାପଟେନ ଏମଏସ ଧୋନି, ସୁରେଶ ରାଇନା, ରବିନ୍ ଉଥାପ୍ପା, କର୍ଣ୍ଣ ଶର୍ମା, ଋତୁରାଜ ଗାଇକୱାଡଙ୍କ ସମେତ ଅନେକ ଖେଳାଳି ଚେନ୍ନାଇରେ ପହଞ୍ଚିଛନ୍ତି।
Published by:Lipina Das
First published: