ବିରେନ୍ଦ୍ର ଲାକ୍ରା (ପ୍ରତୀକାତ୍ମକ ଛବି)
News18 Odia Digital
ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ଆସିଛି। ବନ୍ଧୁ ଆନନ୍ଦ ଟପ୍ପୋଙ୍କୁ ବୀରେନ୍ଦ୍ର ଓ ତାଙ୍କର ଜଣେ ମହିଳା ବନ୍ଧୁ ମନଜିତ୍ ଟେଟେ ମିଶି ହତ୍ୟା କରିଥିବା ଆନନ୍ଦଙ୍କ ବାପା ବନ୍ଧନା ଟପ୍ପୋ ଅଭିଯୋଗ ଆଣିଛନ୍ତି।
ଫେବୃଆରୀ ୨୮ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ପୁଅକୁ ଉଭୟେ ମିଶି ଏକ ଆପାର୍ଟମେଣ୍ଟରେ ହାତ ବାନ୍ଧି ତଣ୍ଟିଚିପିବା ସହ ହତ୍ୟା କରିଛନ୍ତି । ଆଉ ପୁଅର ସୁଇସାଇଡ୍ ନେଇ ମନଗଢ଼ା କାହାଣୀ ରଚିଥିବା ଅଭିଯୋଗ କରିଛନ୍ତି ବାପା ବନ୍ଧନା । ମନ୍ଜିତ ସହ କୌଣସି ଏକ ନିବିଡ଼ ସମ୍ପର୍କରୁ ପୁଅ ଆନନ୍ଦଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରିଛନ୍ତି ଆନନ୍ଦଙ୍କ ବାପା । କିନ୍ତୁ ଏହାକୁ ଆତ୍ମହତ୍ୟାର ରୂପ ଦେଇ କଥାକୁ ଚପାଇ ଦିଆଯାଇଛି।
ଭୁବନେଶ୍ୱର ଇନଫୋସିସ୍ ଥାନା ଅଞ୍ଚଳର ଏକ ଫ୍ଲାଟ୍ରେ ବୀରେନ୍ଦ୍ର ଓ ଆନନ୍ଦ ରହୁଥିଲେ। ମନଜିତ୍ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବୀରେନ୍ଦ୍ର, ମନଜିତ୍ ଓ ଅନ୍ୟ ଜଣେ ବ୍ୟକ୍ତି ଏକାଠି ହୋଇ ଆନନ୍ଦଙ୍କୁ ହତ୍ୟା କରିଥିବା ତାଙ୍କ ବାପା ବନ୍ଧନା ଅଭିଯୋଗ କରିଛନ୍ତି।
ଏବେ ଘଟଣାକୁ ୪ ମାସ ପୁରିଥିଲେ ବି ଆନନ୍ଦଙ୍କର କାହିଁକି ମୃତ୍ୟୁ ହେଲା ସେନେଇ ପୋଲିସ ସ୍ପଷ୍ଟ କରୁନି କି ନ୍ୟାୟ ଦେଉନି ବୋଲି କହିଛନ୍ତି ଆନନ୍ଦଙ୍କ ବାପା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।