କମନୱେଲଥ ଗେମ୍ସ ୨୦୨୨ ପୁରୁଷ ହକିରେ ଭାରତର ବିଜୟ
News 18 Odia Digital
CWG 2022: କମନୱେଲଥ ଗେମ୍ସ ୨୦୨୨ ଷଷ୍ଠ ଦିନରେ ପୁରୁଷ ହକିରେ ଭାରତ ଚମତ୍କାର ପ୍ରଦର୍ଶନ କରି କାନାଡା ବିପକ୍ଷରେ ବିଜୟ ଲାଭ କରିଛି। ଟିମ୍ ଇଣ୍ଡିଆ ଏହି ମ୍ୟାଚ ୮-୦ରେ ଜିତି ନେଇଛି। ଭାରତ ପାଇଁ ହରମାନପ୍ରୀତ ଓ ଆକାଶଦୀପ ଦୁଇଟି ଗୋଲ ସ୍କୋର କରିଥିଲେ। ଅମିତ, ଲଲିତ ଉପାଧ୍ୟାୟ, ଗୁରୁଜନ୍ତ ଓ ମନଦୀପ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।
ଏହି ବିଜୟ ସହ ଭାରତ ପୁଲ-ବିରେ ଏବେ ଶୀର୍ଷ ସ୍ଥାନରେ ପହଞ୍ଚିଛି । ତେବେ ଆସନ୍ତା ୪ ତାରିଖରେ ଓ୍ବେଲ୍ସ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପରେ ଭାରତର ସେମିଫାଇନାଲ ଯିବା ସଂପର୍କରେ ସ୍ଥିତି ସ୍ପଷ୍ଟ ହେବ ।
ମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ କ୍ୱାର୍ଟରରୁ ଚାପ ବଜାୟ ରଖି କାନାଡା ବିପକ୍ଷରେ ମ୍ୟାଚ୍ ଖେଳିବାକୁ ବାହାରିଥିଲା। ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି।
ଭାରତୀୟ ହକି ଦଳ ନିଜର ପୂର୍ବ ମ୍ୟାଚରେ ୩-୦ରେ ଆଗୁଆ ଥାଇ ବି ଇଂଲଣ୍ଡ ସହ ୪-୪ରେ ମ୍ୟାଚ ଡ୍ର ରଖି ପଏଣ୍ଟ ଭାଗ କରିଥିଲା।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।