ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ମହିଳା ଟିମ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଦ୍ୱିତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇ ସୁପର ଓଭରରେ ହରାଇ ମ୍ୟାଚକୁ ନିଜ ନାଁରେ କରି ନେଇଛି । ଅଷ୍ଟ୍ରେଲିଆ ମହିଳା ଟିମ ପ୍ରଥମେ ବ୍ୟାଟିଂ କରି ଗୋଟିଏ ୱିକେଟ୍ ହରାଇ ୧୮୭ ରନ କରିଥିଲା । ଏହାର ଜବାବରେ ଭାରତୀୟ ଟିମ ୨୦ ଓଭରରେ ୫ ୱିକେଟ ହରାଇ ୧୮୭ ରନ କରିବାରେ ସଫଳ ହୋଇଥିଲା । ଶେଷ ଓଭରରେ ଭାରତୀୟ ଟିମକୁ ବିଜୟ ପାଇଁ ୧୪ ରନର ଆବଶ୍ୟକତା ଥିଲା । ଦେବିକା ବୈଦ୍ୟ ଦୁଇ ଚୌକା ମାରି ୧୩ ରନ କରିଥିଲେ । ଏହାପରେ ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମହିଳା ଟିମ ମାତ୍ର ୧୬ରେ ସୀମିତ ରହିଥିଲା ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମହିଳା ଟିମର ବ୍ୟାଟର ବେଥ ମୁନୀ ଏବଂ ତାହଲିୟା ମେକଗ୍ରାଙ୍କ ଅର୍ଦ୍ଧଶତକ ଏବଂ ଦୁହିଁଙ୍କ ମଧ୍ୟରେ ରେକର୍ଡ ଶତକୀୟ ଭାଗିଦାରୀ ବଳରେ ଟିମ ଭାରତ ଆଗରେ ୧୮୮ ରନର ବିଶାଳ ଲକ୍ଷ୍ୟ ରଖିଥିଲା । ମୁନୀ (ଅପରାଜିତ ୮୨) ଏବଂ ତାହଲିୟା(ଅପରାଜିତ ୭୦) ରନ ସହ ଦ୍ୱିତୀୟ ୱିକେଟ ପାଇଁ ୧୫୮ ସହ ଯୋଡି ଥିଲେ । ଭାରତୀୟ ବୋଲର ଦିପ୍ତୀ ଶର୍ମା ଗୋଟିଏ ୱିକେଟ୍ ନେବାର ସଫଳ ହୋଇଥିଲେ ।
ଏହାର ଜବାବରେ ଭାରତୀୟ ଟିମ ମଧ୍ୟ ଭଲ ଆରମ୍ଭ କରିଥିଲା । ସ୍ମିତି ମନ୍ଦନା ଏବଂ ସେଫାଳି ବର୍ମାଙ୍କ ମଧ୍ୟ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଦଳ ପାଇଁ ସ୍ମିତି ମନ୍ଦନା ସର୍ବାଧିକ ୭୯(୪୯) ରନ କରିଥିଲେ । ସେଫାଳି ବର୍ମା ୨୩ ବଲରୁ ୩୪ ରନ କରିଥିଲେ । ମ୍ୟାଚର ଶେଷ ଆଡକୁ ରିଚା ଘୋଷ ୧୩ ବଲରୁ ୨୬ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହିଟହେର ଗ୍ରାହମ ୩ ୱିକେଟ୍ ନେଇଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।