ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା; ବାଦ୍ ପଡ଼ିଲେ ରବିନ୍ଦ୍ର ଜାଡେଜା

ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଆହତ କାରଣରୁ ଦଳ ବାହାରେ ଥିବା ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି ।

ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆ

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଆହତ କାରଣରୁ ଦଳ ବାହାରେ ଥିବା ହର୍ଷଲ ପଟେଲ ଏବଂ ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି । ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଦଳ ଘୋଷଣା କରାଯାଇଥିଲା, ଯାହା କୌଣସି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଦେଖାଯାଇ ନାହିଁ ।

ଟିମ୍ ଇଣ୍ଡିଆର ରୋହିତ ଶର୍ମା ଅଧିନାୟକ ଏବଂ ଉପ-ଅଧିନାୟକ କେ.ଏଲ୍ ରାହୁଲ ରହିବେ । ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ବିଶ୍ୱକପ୍ ଖେଳାଯିବ । ୧୬ ଅକ୍ଟୋବରରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହେବ । ଏଥି ସହିତ ଭାରତୀୟ ଦଳ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ।



ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ।

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ୠଷଭ ପନ୍ତ (ୱିକେଟ କିପର), ଦିନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଜସପ୍ରୀତ ବୁମରା , ଭୂବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଅର୍ଶଦୀପ ସିଂ।

ଷ୍ଟାଣ୍ଡବାଏ : ମହମ୍ମଦ ଶାମି, ଶ୍ରେୟସ୍ ଆୟର, ରବି ବିଷ୍ଣଈ ଏବଂ ଦୀପକ ଚହର ।

ଟି -୨୦ ବିଶ୍ୱକପରୁ ଜାଡେଜା ଆଉଟ୍

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଟି -୨୦ ବିଶ୍ୱକପରୁ ବାଦ୍ ଦିଆଯାଇଛି । ଏସିଆ କପ୍ ସମୟରେ ଜାଡେଜା ଆହତ ହୋଇଥିଲେ । ତାଙ୍କର ଏକ ଅପରେସନ୍ ହୋଇଛି । ଏଭଳି ପରିସ୍ଥିତିରେ ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି, ସେ ମଧ୍ୟ ଜଣେ ବାମହାତୀ ସ୍ପିନର। ଏଥି ସହିତ ବୁମରା ଏବଂ ହର୍ଷଲ ପଟେଲ ଆହତ କାରଣରୁ ଦୀର୍ଘ ଦିନ ଧରି ବାଦ୍ ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ଉଭୟ ଫିଟ୍ ଅଛନ୍ତି।

ଏସିଆ କପରେ ଭାରତୀୟ ଦଳ ଖରାପ ପ୍ରଦର୍ଶନ କରିଥିଲା । ସୁପର ୪ର କ୍ରମାଗତ ଦୁଇଟି ମ୍ୟାଚ୍ ହାରିଯିବା ପରେ ଦଳ ଟୁର୍ନାମେଣ୍ଟରୁ ବାଦ୍ ପଡିଥିଲା ।
Published by:Sujit Swain
First published: