ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»Olympics: ମହିଳା ହକି ଦଳ ସେମିରେ ହାରିଲା ସତ, କିନ୍ତୁ ଦମଦାର୍ ଖେଳ ଖେଳି ଜିତିଲା ସବୁରି ହୃଦୟ

Olympics: ମହିଳା ହକି ଦଳ ସେମିରେ ହାରିଲା ସତ, କିନ୍ତୁ ଦମଦାର୍ ଖେଳ ଖେଳି ଜିତିଲା ସବୁରି ହୃଦୟ

ଅଲିମ୍ପିକ୍ସ ସେମିଫାଇନାଲରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଟିମ୍ ସହ ଭାରତୀୟ ମହିଳା ହକି ଦଳର କଡ଼ା ଟକ୍କର ବେଳେ ସୁନ୍ଦରଗଡ଼ରେ ଦେଖାଯାଇଥିଲା ଖୁବ୍ ଉତ୍ସାହ । ଏଠାକାର ଝିଅ ଦୀପଗ୍ରେସ ଏକ୍କା ଖେଳୁଥିଲେ ଭାରତୀୟ ଦଳରେ ।

Olympics: ମହିଳା ହକି ଦଳ ସେମିରେ ହାରିଲା ସତ, କିନ୍ତୁ ଦମଦାର୍ ଖେଳ ଖେଳି ଜିତିଲା ସବୁରି ହୃଦୟ
ଭାରତୀୟ ଦଳ ଖୁବ୍ ସଙ୍ଘର୍ଷ କରି ଖେଳିଥିଲା ।
  • News18 Odia
  • Last Updated: August 5, 2021, 4:39 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତୀୟ ମହିଳା ହକି ଦଳ ହାରିଗଲା ସତ, ହେଲେ ସାରା ରାଜ୍ୟରେ ଓ ବିଶେଷତଃ ଓଡ଼ିଶାରେ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଏହି ଖେଳର ପ୍ରଶଂସକମାନଙ୍କ ହୃଦୟକୁ ଛୁଇଁଗଲା ସେମାନଙ୍କ ଚାତୁର୍ଯ୍ୟପୂର୍ଣ ଓ ସଙ୍ଘର୍ଷମୟ ଖେଳ । ଏହି ପରାଜୟ ସମସ୍ତଙ୍କୁ ନିରାଶ କରିଥିଲେ ମଧ୍ୟ ଭାରତୀୟ ମହିଳା ଦଳର ପ୍ରଦର୍ଶନ ଦମଦାର ଥିଲା ବୋଲି ସମସ୍ତେ କହିଛନ୍ତି । ସେମିଫାଇନାଲ୍‌ ମୁକାବିଲାକୁ ଉତ୍ସାହର ସହ ଦେଖିଥିଲେ ହକିପ୍ରେମୀମାନେ ।

ସେମିଫାଇନାଲରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଟିମ୍‌ ସହ ଭାରତୀୟ ମହିଳା ହକି ଦଳର କଡ଼ା ଟକ୍କର ବେଳେ ସୁନ୍ଦରଗଡ଼ରେ ଦେଖାଯାଇଥିଲା ଖୁବ୍‌ ଉତ୍ସାହ । ଏଇ ମାଟିର ଝିଅ ଦୀପଗ୍ରେସ ଏକ୍କା ଖେଳୁଥିଲେ ଭାରତର ଚୂଡ଼ାନ୍ତ ଏକାଦଶରେ । ଦୀପଗ୍ରେସଙ୍କ ଗାଁ ବାଲିଶଙ୍କରା ଲୁଲକିଡିହିରେ ଟିଭି ପରଦାକୁ ଚାହିଁ ରହିଥିଲେ ସମସ୍ତେ । ଆରମ୍ଭରୁ ଶେଷ ଯାଏଁ ପରିବାର ଲୋକେ ଟିଭି ଆଗରୁ ଉଠି ନ ଥିଲେ ।

ଏହା ବି ପଢ଼ନ୍ତୁ | ଝିଅ ପ୍ରେମ ବିବାହ କରିବାରୁ ତା’ ବାପା ନିଜେ ତାକୁ ହତ୍ୟା କଲା, ଶବକୁ କେନାଲରେ ଫିଙ୍ଗିଦେଲା

ଆରମ୍ଭରୁ ଗୋଲ୍ ସ୍କୋର କରି ସମସ୍ତଙ୍କୁ ଉତ୍ସାହିତ କରି ଦେଇଥିଲା ଭାରତୀୟ ମହିଳା ହକି ଦଳ । କିନ୍ତୁ ପରବର୍ତ୍ତୀ ସମୟରେ ୨-୧ରେ ଅଗ୍ରଣୀ ରହିଥିଲା ଆର୍ଜେଣ୍ଟିନା । ଶେଷ ପର୍ଯ୍ୟନ୍ତ ଭାରତୀୟ ମହିଳା ଦଳ ଲଢ଼େଇ କରିଥିଲା, ହେଲେ ଆଉ କୌଣସି ଗୋଲ୍ କରିବାରେ ସଫଳ ହୋଇ ନ ଥିଲା । ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ୍ ବ୍ରିଟେନ୍ ସହ ଖେଳିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପୋଲିସ୍ ରେଡ୍ ଠାରୁ ଗିରଫ ହେବା ଯାଏଁ... ରାଜ କୁନ୍ଦ୍ରା ନିର୍ଭୟରେ ‘ପ୍ଲାନ୍ ବି’ ପାଇଁ ପ୍ରସ୍ତୁତ ହେଉଥିଲେ

‘‘ମ୍ୟାଚ ହାରିଗଲେ ସତ, ହେଲେ ଭଲ ପ୍ରଦର୍ଶନ କରିଛନ୍ତି । ଅଲିମ୍ପିକ୍ସରେ ସେମିଫାଇନାଲକୁ ଯିବା ବଡ଼ ସୌଭାଗ୍ୟର କଥା । ଏହା ସର୍ବ ପ୍ରଥମ ଥର ହୋଇଛି । ଆମେ ବହୁତ ଖୁସି,’’ କହିଛନ୍ତି ଦୀପଗ୍ରେସ ଏକ୍କାଙ୍କ ବାପା ଚାର୍ଲସ ଏକ୍କା । ପରାଜୟ ସତ୍ତ୍ବେ ଭାରତୀୟ ଟିମ୍‌ର ପ୍ରଦର୍ଶନକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଦୀପଗ୍ରେସଙ୍କ ପରିବାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss OTT: ‘ବେପନାହ’ର ଉର୍ଫି ଜାଭେଦ୍ ଭାଗ ନେବେ, ଆଣିବେ ଜବରଦସ୍ତ ଗ୍ଲାମର୍; ଦେଖନ୍ତୁ ଫଟୋ

ଅଲିମ୍ପିକ୍ସରେ ଖେଳୁଥିବା ଏହି ଟିମ୍‌ରେ ଉପଅଧିନାୟିକା ଦୀପଗ୍ରେସ ଏକ୍କାଙ୍କ ସହ ସ୍ଥାନ ପାଇଛନ୍ତି ସୁନ୍ଦରଗଡ଼ର ଆଉ ଜଣେ ଖେଳାଳି, ନମିତା ଟପ୍ପୋ । ଷ୍ଟାଣ୍ଡବାଏ ଖେଳାଳି ଭାବେ ରହିଛନ୍ତି ନମିତା । ବିଗତ ୧୦ ବର୍ଷ ଧରି ଭାରତୀୟ ମହିଳା ହକି ଦଳରେ ସୁନ୍ଦରଗଡ଼ ଜିଲ୍ଲାର ତିନିରୁ ଚାରି ଜଣ ଖେଳାଳି ପ୍ରତିନିଧିତ୍ବ କରି ଆସୁଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଟିମରେ ଦୀପଗ୍ରେସ ଓ ନମିତାଙ୍କ ସହ ସ୍ଥାନ ପାଇଥିଲେ ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ।

ଏହା ବି ପଢ଼ନ୍ତୁ | ଶାହ ନଡ୍ଡାଙ୍କୁ ଭେଟିବା ପରେ ବାବୁଲ ସୁପ୍ରିୟୋ କହିଲେ ସେ MP ରହିବେ, ହେଲେ ରାଜନୀତି ଛାଡ଼ିଦେବେ

ଭାରତୀୟ ପୁରୁଷ ହକି ଦଳରେ ତ ସୁନ୍ଦରଗଡ଼ରୁ ବହୁ ଉଦୀୟମାନ ଖେଳାଳି ସ୍ଥାନ ପାଇ ଆସୁଛନ୍ତି । ଦିଲୀପ ତିର୍କି, ପ୍ରବୋଧ ତିର୍କି, ଲାଜରୁସ ବାର୍ଲା, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ଭଳି ସୁନ୍ଦରଗଡ଼ର ପ୍ରତିଭାବାନ ଖେଳାଳି ଭାରତୀୟ ଦଳରେ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଇ ଆସିଛନ୍ତି । ଏଥର ଟୋକିଓ ଅଲିମ୍ପିକ୍ସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ବହୁତ ଭଲ ପ୍ରଦର୍ଶନ କରିବା ପରେ ଉଭୟ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବେ ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

‘‘ବିଶ୍ୱ ମାନ୍ୟତାର ଦ୍ଵିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଆଶ୍ଚର୍ଯ୍ୟଜନକ ଭାବେ ପରାସ୍ତ କରି ସେମିଫାଇନାଲ ରେ ପ୍ରବେଶ କରିଥିଲା ଭାରତୀୟ ମହିଳା ହକି ଦଳ। ସେମିରେ ଆର୍ଜେଣ୍ଟିନା ବିପକ୍ଷରେ ଭଲ ଆରମ୍ଭ ମଧ୍ୟ କରିଥିଲେ। କିନ୍ତୁ ଗୋଲ୍ କରିବାର କିଛି ସୁଯୋଗ ହାତଛଡ଼ା କରିବାରୁ ଆର୍ଜେଣ୍ଟିନା ତା’ର ଫାଇଦା ଉଠାଇଥିଲା,’’ କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ।



୨୦୧୮ରୁ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହି ଆସିଛନ୍ତି ଓଡ଼ିଶା ସରକାର । ଭାରତୀୟ ହକିକୁ ସୁନ୍ଦରଗଡ଼ ଜିଲ୍ଲାର ବଡ଼ ଅବଦାନ ରହିଛି । ସେଇଥି ପାଇଁ ସୁନ୍ଦରଗଡ଼ରେ ହକି ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର ।
Published by: Anand ST Das
First published: August 4, 2021, 11:08 PM IST