କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଲା ଇଣ୍ଡିଆନ୍ ଗ୍ରାଁ ପ୍ରି; ଅଂଶ ଗ୍ରହଣ କରିଛନ୍ତି ୧୧୪ ଜଣ ଖେଳାଳି

କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଇଣ୍ଡିଆନ୍ ଗ୍ରାଁ ପ୍ରି। ଆଜିଠୁ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଓ ମେ’ ୨୪ରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ ଆରମ୍ଭ ହୋଇଛି। ଯେଉଁଥିରେ ଦେଶର ବଡ଼ ବଡ଼ ଆଥଲେଟ୍ ଆଶଂ ଗ୍ରହଣ କରିଛନ୍ତି।

କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଲା ଇଣ୍ଡିଆନ୍ ଗ୍ରାଁ ପ୍ରି

କଳିଙ୍ଗ ଷ୍ଟାଡ଼ିୟମରେ ଆରମ୍ଭ ହେଲା ଇଣ୍ଡିଆନ୍ ଗ୍ରାଁ ପ୍ରି

  • Share this:
News18 Odia Digital

ଭୁବନେଶ୍ବର: ୯୦ ଦିନ ଭିତରେ ଏସିଆନ ଆଥଲେଟିକ ଚାମ୍ପିଆନସିପ ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶାକୁ ପୁଣି ଏକ ସଟ୍ ପରିୟଡ ମଧ୍ୟରେ ମିଳିଛି ବଡ଼ ଇଭେଣ୍ଟ ଆୟୋଜନର ଦାୟିତ୍ୱ। ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଇଣ୍ଡିଆନ୍ ଗ୍ରାଁ ପ୍ରି। ଏନେଇ ସ୍ପୋର୍ଟ୍ସ ସିଟି ବା ରାଜଧାନୀ ଭୁବନେଶ୍ବରରେ ପହଞ୍ଚିଲେଣି ଖେଳାଳି।

କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଇଣ୍ଡିଆନ୍ ଗ୍ରାଁ ପ୍ରି। ଆଜିଠୁ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ଓ ମେ’ ୨୪ରେ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ ଆରମ୍ଭ ହୋଇଛି। ଯେଉଁଥିରେ ଦେଶର ବଡ଼ ବଡ଼ ଆଥଲେଟ୍ ଆଶଂ ଗ୍ରହଣ କରିଛନ୍ତି।

ସେପଟେ ଦୌଡ ରାଣୀ ଦୂତିଚାନ୍ଦ ଗ୍ରାଁ ପ୍ରିରେ ଖେଳିବେ ନାହିଁ। ନିକଟରେ ଅନେକ ପ୍ରତିଯୋଗିତା ଖେଳିଥିବାରୁ ବଡ଼ି ରେଷ୍ଟ ଚାହୁଁଛି ଏହାସହ ସାମାନ୍ୟ ଆହାତ ଥିବାରୁ ସେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବ ଗ୍ରାଁ ପ୍ରିରୁ ଓହରି ଯିବା କଥା କହିଛନ୍ତି। ସେପଟେ ଓଡ଼ିଶା ପକ୍ଷରୁ ଖେଳିବେ ଶ୍ରାବଣୀ ନନ୍ଦ, ଅମୀୟ ମଲ୍ଲିକଙ୍କ ସମେତ ୧୦ ଖେଳାଳି।

ଆନ୍ଧ୍ର ପ୍ରଦେଶ, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା ଭଳି ୨୪ଟି ରାଜ୍ୟରୁ ୧୧୪ ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ଭାରତୀୟ ଦୌଡ଼କୁଦ ମହାସଙ୍ଘ ଓ ଓଡ଼ିଶା ଦୌଡକୁଦ ସଙ୍ଘ ମିଳିତ ଆନୁକୂଲ୍ୟରେ ଇଣ୍ଡିଆନ୍ ଗ୍ରାଁ ପ୍ରିର ଦୁଇଟି ଚରଣ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। ପ୍ରଥମେ ଏହା ତାମିଲନାଡୁରେ ଖେଳା ହେବାର ଥିଲା ହେଲେ ଶେଷ ମୁହୂର୍ତ୍ତରେ ତାମିଲନାଡୁରୁ ଭେନ୍ୟୁ ପରିବର୍ତ୍ତନ ହୋଇ କଳିଙ୍ଗ ଷ୍ଟାଡ଼ିୟମକୁ ସ୍ଥାନାନ୍ତର ହୋଇଛି। ଗ୍ରାଁ ପ୍ରି-୩ ଓ ୪ରେ ୧୭ଟି ଇଭେଣ୍ଟ୍ ଖେଳାଯିବ। ଯେଉଁଥିରେ ପୁରୁଷ ଆଥଲେଟଙ୍କ ପାଇଁ ୮ଟି ଇଭେଣ୍ଟ ଓ ମହିଳା ଆଥଲେଟ ପାଇଁ ୯ଟି ଇଭେଣ୍ଟ ରହିଛି।

ଏହି ପ୍ରତିଯୋଗିତାରେ ୧୦୦ ମିଟର, ୨୦୦ ମିଟର ,୪୦୦,୧୫୦୦, ୫ ହଜାର ଓ ୮ ହଜାର ମିଟର ଇଭେଣ୍ଟରେ ହେବ ପ୍ରତିଦ୍ୱନ୍ଦିତା। ଏହାସହ ୧୦୦ ମିଟର ହଡଲ୍ସ , ହାଇ ଜମ୍ପ, ଟ୍ରିପଲ ଜମ୍ପ, ସଟପୁଟ୍, ଡିସକସ୍, ଜାଭଲିନ୍ ଓ ହାମର ଥ୍ରୋରେ ପ୍ରତିଯୋଗିତା ଖେଳାଯିବ।

ଶ୍ରାବଣୀ ଦୀର୍ଘ ବର୍ଷ ଧରି ଜାମାଇକାରେ ରହିବା ପରେ ଓଡ଼ିଶା ଫେରିଛନ୍ତି ତେବେ ଓଡ଼ିଶାରେ ପଦକ ଜିତି ନୂଆ ଅଭିଯାନ ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି।

କେବଳ ହକି କି ନିର୍ଦ୍ଦିଷ୍ଟ କିଛି ଖେଳ ନୁହେଁ, ସମସ୍ତ ପ୍ରକାର ପ୍ରତିଯୋଗିତା ପାଇଁ ଏବେ ଓଡ଼ିଶାରେ ଉପଯୁକ୍ତ ଭିତ୍ତିଭୂମି ରହିଛି। କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ସହ କୌଣସି ପରିସ୍ଥିତିରେ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଓଡ଼ିଶାରେ ଆୟୋଜନ କରିବାର ଉଦାହରନ ସୃଷ୍ଟି କରିଛନ୍ତି।
Published by:Lipina Das
First published: