News 18 Odia Digital
ନୂଆଦିଲ୍ଲୀ; ରାୟପୁର ଷ୍ଟା଼ଡିୟମରେ ଅନୁଷ୍ଠିତ ହୋଇଥିବା ୨ୟ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ (india vs new zealand) ୮ଟି ଓ୍ବିକେଟରେ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜିତିବା ପରେ ଟିମ ଇଣ୍ଡିଆ (team india) ୩ଟିକିଆ ସିରିଜରେ ଆହୁରୀ ଗୋଟେ ପାଦ ଆଗକୁ ବଢି ୨-୦ରେ ରହିଛି । ଼
ମ୍ୟାଚରେ ପ୍ରଥମେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୧୦୮ ରନ୍ ସଂଗ୍ରହ କରିଥିଲା । ଟିମ ଇଣ୍ଡିଆ ଆଗରେ ୧୦୯ ରନର ଟାର୍ଗେଟ ରହିଥିଲା । ମାତ୍ର ୨୦ ଓଭରରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ଚକମା ଦେଖାଇ ବିଜୟ ହାସଲ କରିଛନ୍ତି । ରୋହିତ ଶର୍ମା ସର୍ବାଧିକ ୫୧ ରନ ସଂଗ୍ରହ କରିଥିଲେ । ଶୁଭମନ ଗିଲ ଅପରାଜିତ ରହିବା ସହ ୪୦ରନ କରିଥିଲେ । ଇଶାନ ମଧ୍ୟ ଅପରାଜିତ ରହି ୮ରନ ହାସଲ କରିଥିଲେ । ବିରାଟ କୋହଲି ୧୧ରନ କରିଥିଲେ ।
ଭାରତୀୟ ଟିମର ପ୍ରଦର୍ଶନ ଆଜି ଖୁବ ଚମତ୍କାର ଥିଲା । ଖେଳ ଆରମ୍ଭରୁ ଟିମ୍ ଇଣ୍ଡିଆର ( Team India ) ବୋଲରମାନେ କମାଲ କରିଥିଲେ । ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ ହରାଇଥିଲା ମାତ୍ର ୧୫ ରନ ମଧ୍ୟରେ । ସାଣ୍ଟନର ୨୭ ରନ କରିଥିବାବେଳେ ବେସୱେଲ ୨୨ରନ ଓ ଫିଲିପ୍ସ ୩୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ ।
ଟିମ ଇଣ୍ଡିଆର ବୋଲରଙ୍କ ମଧ୍ୟରୁ ମହମ୍ମଦ ସମି ସର୍ବାଧିକ ୩ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ । ୱାସିଂଟନ ସୁନ୍ଦର ଏବଂ ହାର୍ଦ୍ଦିକ ପାଣ୍ଡା ଦୁଇ ଦୁଇଟି ୱିକେଟ ନେଇଥିଲେ । କୁଳଦୀପ ଯାଦବ, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ମଧ୍ୟ ଜବରଦସ୍ତ ବୋଲିଂ କରିବା ସହ ୱିକେଟ ନେବାରେ ସଫଳ ହୋଇଥିଲେ ।
ଅଧିକ ପଢ଼ନ୍ତୁ -
http://ଶୁଭମନ ଗିଲଙ୍କ ନୂଆ ଖୁଲାସା; ଟିମ୍ ଇଣ୍ଡିଆର ଖେଳାଳି ରୁମରେ ନିର୍ଯ୍ୟାତନା ଦେଉଥିଲେPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।