ୱେଷ୍ଟଇଣ୍ଡିଜ ଠାରୁ ୩ ରନରେ ବିଜୟ ହାସଲ କଲା ଭାରତ; ହିରୋ ସାଜିଲେ ଅଧିନାୟକ ଶିଖର ଧାୱନ

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

IND vs WI: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଉଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୩ ରନରେ ବିଜୟ ଲାଭ କରିଛି। ୩୦୯ ରନ୍‌ର ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଦଳ ମାତ୍ର ୫୦ ଓଭରରେ ୩୦୫ ରନ୍ କରିପାରିଥିଲା। ଭାରତର ବିଜୟର ହିରୋ ଅଧିନାୟକ ଶିଖର ଧାୱନ ଥିଲେ, ଯିଏ କି ୯୭ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସିରାଜ ଦୁଇଟି ୱିକେଟ୍ ନେଇ ଭାରତ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

୩୦୯ ରନ୍ ର ଟାର୍ଗେଟକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଆରମ୍ଭ ବହୁତ ଖରାପ କରିଥିଲା ​​| ୱେଷ୍ଟଇଣ୍ଡିଜ୍ ନିଜ ପଞ୍ଚମ ଓଭରରେ ଓପନର୍ ହୋପଙ୍କ ୱିକେଟ୍ ହରାଇଥିଲା। ମାତ୍ର ୭ ରନ୍ ସ୍କୋର କରିଥିଲେ। କିନ୍ତୁ ଏହା ପରେ ମିର୍ସ ଓ ବ୍ରୁକସ୍ ଏକ ଲମ୍ବା ଇଂନିସ ଖେଳିଥିଲେ ବ୍ରୁକସ୍ ଏବଂ ମିର୍ସ ମଧ୍ୟରେ ଦ୍ୱିତୀୟ ୱିକେଟ୍ ରେ ୧୧୭ ରନ୍ ଯୋଡ଼ିଥିଲେ ।

ଶାର୍ଦ୍ଦୁଲ ଠାକୁର କିନ୍ତୁ ଭାରତକୁ ମ୍ୟାଚକୁ ଫେରାଇ ଆଣିଥିଲେ। 46 ରନ୍ ରେ ବ୍ରୁକସଙ୍କୁ ୱିକେଟ୍ ନେଇଥିଲେ ଶାର୍ଦ୍ଦୁଲ ଠାକୁର । ଏହା ପରେ, ମିର୍ସ ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରିଲେ ନାହିଁ । ସେ ମଧ୍ୟ ୭୫ ରନର ଭଲ ଇନିଂସ ଖେଳିବା ପରେ ତାଙ୍କ ୱିକେଟ୍ ର ପତନ ଘଟିଥିଲା ।

ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରାନ କିଙ୍ଗଙ୍କ ସହ ଏକ ଲମ୍ବା ଇନିଂସ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁରାନ ୨୫ ରନ୍ ସ୍କୋର କରିବା ପରେ ସିରାଜ୍ ତାଙ୍କ ୱିକେଟ୍ ନେଇଥିଲେ । ପାଭେଲ ମଧ୍ୟ ଅଧିକ ସମୟ ଖେଳିପାରିନଥିଲେ ସେ ୬ ରନ୍ ସ୍କୋର କରିବା ପରେ ହିଁ ଚହଲ ତାଙ୍କ ୱିକେଟ୍ ନେଇ ଥିଲେ  ।

କିଙ୍ଗ ଦୀର୍ଘ ସମୟଧରି ପଡ଼ିଆରେ ଠିଆ ହୋଇଥିଲେ । କିଙ୍ଗ ହୁସେନ୍‌ଙ୍କ ସହ  ମ୍ୟାଚକୁ ବଜାୟ ରଖିଥିଲେ। ୬ ଓଭରରେ ଜିତିବା ପାଇଁ ୱେଷ୍ଟଇଣ୍ଡିଜ୍ ୬୦ ରନ୍ ଆବଶ୍ୟକ କରିଥିଲା। କିନ୍ତୁ କିଙ୍ଗ ଚାହଲଙ୍କ ଆଗରେ ଅଧିକ ସମୟ ରହିପାରି ନଥିଲେ  ୫୪ ରନ୍ ସ୍କୋର କରିବା ପରେ ଚହଲଙ୍କ ଶିକାର ହୋଇଥିଲେ ।

ଶେଫରଙ୍କ ସହ ହୁସେନ୍ ୱେଷ୍ଟଇଣ୍ଡିଜକୁ ବିଜୟର ନିକଟତର କରିଥିଲେ। କିନ୍ତୁ ସଫଳ ହୋଇପାରିନଥିଲେ । ଶେଫର ୩୯ ରନ୍ କରିଥିଲେ ଏବଂ ହୁସେନ୍ ୩୩ ରନର ଅପରାଜିତ ଇନିଂସ ଖେଳିଥିଲେ। ଭାରତ ପାଇଁ ସିରାଜ, ଚହଲ ଏବଂ ଶାରଦୁଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଶିଖର ଧାୱନଙ୍କ ୯୭ ରନ୍ ଯୋଗୁଁ ଭାରତ ୫୦ ଓଭରରେ ୭ ଟି ୱିକେଟ୍ ହରାଇ ୩୦୮ ରନ୍ ସଂଗ୍ରହ କରିଥିଲା । ଧାୱନଙ୍କ ସହ ଶୁଭମାନ ଗିଲ ୬୪ ରନର ଏକ ଭଲ ଇନିଂସ ଖେଳିଥିଲେ । ଶ୍ରେୟସ୍ ଆୟର ମଧ୍ୟ ୩ ନମ୍ବରରେ ଦିଆଯାଇଥିବା ସୁଯୋଗକୁ ଭଲ ପର୍ଦଶନ ପାଇଁ ଚେଷ୍ଟା କରିଥିଲେ ଏବଂ ୫୪ ରନ୍ ସ୍କୋର କରିଥିଲେ । ୱେଷ୍ଟଇଣ୍ଡିଜ୍ ର ସ୍ପିନର ମୋତି ଦୁଇଟି ୱିକେଟ୍ ନେଇଥିଲେ । ଜୋସେଫ ମଧ୍ୟ ଦୁଇଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ହୁସେନ୍‌ ଗୋଟିଏ ୱିକେଟ୍‌ ପାଇଥିଲେ ।
Published by:Sujit Swain
First published: