- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଂଲାଦେଶର ସିଲ୍ହେଟ୍ଠାରେ ଆୟୋଜିତ ହେବ ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ ପ୍ରତିଯୋଗିତା। ଏହି ୭ ଦେଶୀୟ ପ୍ରତିଯୋଗିତା ପାଇଁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ମଙ୍ଗଳବାର ସୂଚୀ ଘୋଷଣା କରିଥିଲା ବେଳେ ବୁଧବାର ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତାନିୟା ଭାଟିଆ ଏବଂ ସିମ୍ରନ ବାହାଦୁରଙ୍କୁ ଷ୍ଟାଣ୍ଡ୍ବାଇ ତାଲିକାରେ ରଖାଯାଇଛି। ଏହି ଦୁଇ ଜଣ ଇଂଲଣ୍ଡ ଗସ୍ତରେ ଯାଇଥିବା ୧୭ ଜଣିଆ ଦଳର ସଦସ୍ୟା ଅଛନ୍ତି। ବୁଧବାର ସର୍ବଭାରତୀୟ ମହିଳା ଚୟନ କମିଟି ହର୍ମନପ୍ରୀତ୍ କୌରଙ୍କ ନେତୃତ୍ବରେ ଦଳ ଘୋଷଣା କରିଛି। ୬ ଥର ବିଜେତା ଭାରତ ପ୍ରଥମ ଦିନରେ ଶ୍ରୀଲଙ୍କା ସହ ଖେଳି ଏସିଆ କପ୍ ଅଭିଯାନ ଆରମ୍ଭ କରିବ। ଏହାପରେ ୭ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଏସିଆ କପ୍ ସେମିଫାଇନାଲ୍ ଅକ୍ଟୋବର ୧୩ରେ ଖେଳାଯିବାକୁ ଥିଲା ବେଳେ ୧୫ ତାରିଖରେ ଫାଇନାଲ୍ ମୁକାବିଲା ହେବ।
ଭାରତୀୟ ମହିଳା ଦଳ: ହର୍ମନ୍ପ୍ରୀତ୍ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଦୀପ୍ତି ଶର୍ମା, ଶେଫାଳି ବର୍ମା, ଜେମିମା ରୋଦ୍ରିଗ୍ବେଜ, ସାବିନେନି ମେଘନା, ରିଚା ଘୋଷ (ୱିକେଟ୍ରକ୍ଷକ), ସ୍ନେହା ରାଣା, ଦୟାଲନ ହେମଲତା, ମେଘନା ସିଂହ, ରେଣୁକା ଠାକୁର, ପୂଜା ଭସ୍ତ୍ରକାର, ରାଜେଶ୍ବରୀ ଗାଏକ୍ବାଡ, ରାଧା ଯାଦବ, କେପି ନାଭ୍ଗିରେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।