News18 Odia Digital
CWG 2022: ବ୍ରିଟେନର ବର୍ମିଂହାମ ଠାରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ଭାରତ ଓ ଇଂଲଣ୍ଡର ମହିଳା କ୍ରିକେଟ୍ ଦଳ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ କମନୱେଲଥ ଗେମ୍ସ ଇତିହାସରେ ପ୍ରଥମ ପଦକ ହାସଲ କରିବାକୁ ଯାଉଛି। ଇଂଲଣ୍ଡ ଟିମକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ସେମିଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ରନରେ ପରାସ୍ତ କରିଛି।
ରୋମାଞ୍ଚକର ମ୍ୟାଚ୍ ଜିତିଲାସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୪ ରନ୍ ସଂଗ୍ରହ କରି ୫ ୱିକେଟ୍ ହରାଇଥିଲା। ଟିମ୍ ଇଣ୍ଡିଆ ପାଇଁ ତି ମନ୍ଦାନା ୩୨ ବଲରେ ୬୧ ରନ୍ ଓ ଜେମାଇମା ରୋଡ୍ରିଗେଜ୍ ୩୧ ବଲରେ ୪୪ ରନ୍ ସ୍କୋର କରିଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ ୨୦ ଓଭରରେ ମାତ୍ର ୧୬୦ ରନ୍ ସ୍କୋର କରି ୬ ୱିକେଟ୍ ହରାଇଥିଲା। ସ୍ନେହ ରାଣା ଭାରତ ପାଇଁ ୨ ୱିକେଟ୍ ନେଇଥିଲେ।
CWG 2022
ରେ ଟିମ୍ ଇଣ୍ଡିଆକମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ଦଳ ଜୁଲାଇ ୨୯ରେ ଅଭିଯାନ ଆରମ୍ଭ କରିଥିଲା।| ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଜୁଲାଇ ୨୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିଲା ଯେଉଁଥିରେ ଦଳକୁ ୩ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ବାରବାଡୋସ ବିପକ୍ଷରେ ଭାରତ ତୃତୀୟ ମ୍ୟାଚ୍ ଜିତି ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।