ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ; ୫ ଓ୍ଵିକେଟରେ ମ୍ୟାଚକୁ କବଜା କଲା ଟିମ ଇଣ୍ଡିଆ

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟରେ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ ।

ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ

ଭାରତ- ଜିମ୍ବାୱେ ଦ୍ୱିତୀୟ ଦିନିକିଆ

  • Share this:
News 18 Odia Digital

ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆକୁ ୫ ଓ୍ଵିକେଟରେ ଜିତିନେଇଛି ଟିମ୍‌ ଇଣ୍ଡିଆ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା ଘରୋଇ ଦଳ ଜିମ୍ବାୱେ ।  ଟିମ୍‌ ଇଣ୍ଡିଆ ୨୫.୪ ଓଭରରେ ୧୬୭ ରନ୍‌ କରି ବିଜୟ ହାସଲ କରିଛି।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ। ଓପନର୍ କାଇଟାନୋ ମାତ୍ର ୭ରନ କରି ଆଉଟ ହୋଇଥିବା ବେଳେ ଇନୋଷେଣ୍ଟ କାଇଆ ୧୬ ରନ କରି ଆଉଟ ହେଇଥିଲେ । ସେହିଭଳି ଓ୍ବିସଲେ ମାଧେବେରେ ୨ରନ, ରେଜିସ୍ ଚକାଭା ୨ରନ, ସିକନ୍ଦର ରାଜା ୧୬ରନ, ସିନ୍ ଓ୍ବିଲିୟମସ୍ ୪୨ରନ, ରିୟାନ ବର୍ଲ ଅପରାଜିତ ୩୯ରନ, ଲିଉକ୍ ଜୋଙ୍ଗଓ୍ବି ୬ରନ, ବ୍ରାଡ୍ ଇଭାନ୍ସ ୯ରନ, ଭିକ୍ଟୋର ନ୍ୟାଉଚି ୦ରନ ଏବଂ ଟନାଙ୍କା ଚିଭାଙ୍ଗା ୪ରନ କରି ଆଉଟ ହେଇଥିଲେ।

ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୭ ଓଭରରେ ୩୮ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସିରାଜି, ପ୍ରସିଦ୍ଧ କ୍ରିଷ୍ଣାି, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଦୀପକ ହୁଡ୍ଡା ଗୋଟିଏ ଓ୍ଵିକେଟ ହେଇଥିଲେ। ୩୯ ବଲରୁ ସାମସନ ୩ଟି ଚୌକା ଏବଂ ୪ଟି ଛକା ସହ ଦଳ ପକ୍ଷରୁ ସର୍ବାଧିକ ୪୩ ରନର ପାଳି ଖେଳିଥିଲେ । ତାଙ୍କ ବ୍ୟତୀତ ଧୱନ ୩୩, ଶୁଭମନ ୩୩ ଏବଂ ଦୀପକ ହୁଡା ୨୫ ରନ କରିଥିଲେ ।
Published by:Soumyashree Mishra
First published: