ଭାରତ-ପାକିସ୍ତାନ ମଧ୍ୟରେ 'ମହା ଯୁଦ୍ଧ'
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି) ଭାରତ ଓ ପାକିସ୍ତାନର କ୍ରିକେଟ୍ ଦଳ ମଧ୍ୟରେ 'ମହା ଯୁଦ୍ଧ' ରେ ପାକିସ୍ତାନକୁ ହରାଇଲା ଭାରତ। ମ୍ୟାଚ୍ରେ ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୧୫୯ ରନ୍ କରିଥିଲା। ଏହାପରେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୬୦ ରନ୍ କରିଛି।
ଆଜି ଦର୍ଶକମାନେ ବିରାଟ କୋହଲିଙ୍କ କମାଲ ଦେଖିଥିଲେ। ସେ ୮୨ ରନ କରି ଟିମ୍ ଇଣ୍ଡିଆ ପାଇଁ ବିଜୟ ହାସଲ କରିଛନ୍ତି। ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ ବୋଲର ମହମ୍ମଦ ନଓ୍ବାଜ ଗୋଟିଏ ଓ୍ବାଇଡ୍ ପକାଇବାରୁ ଭାରତ ୧ ବଲରେ ୧ ରନ ପରିସ୍ଥିତିରେ ଥିଲା। ଏହା ପରେ ଅଶ୍ବିନୀ ଶେଷ ବଲରେ ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ଜିତାଇଥିଲେ।
ଆରପଟେ ପାକିସ୍ତାନ ଆରମ୍ଭରୁ ଖେଳରେ ଖରାପ ପ୍ରଦର୍ଶନ କରିଥିଲା। ଇଫତାର୍ ଅହମ୍ମଦ ଦ୍ରୁତ ଅର୍ଦ୍ଧଶତକ(୫୧) ହାସଲ କରିଥିବା ବେଳେ ଶାନ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ଶେଷ ଆଡ଼କୁ ଶାହୀନ୍ ଶାହା ଆଫ୍ରୀଦିଙ୍କ ୮ ବଲରେ ୧୬ ଦ୍ରୁତ ରନ୍ ବଳରେ ପାକିସ୍ତାନ ଭାରତ ଆଗରେ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।