ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଗତ ରବିବାର କତାରରେ ଫିଫା ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା ଏବଂ ସାରା ଦେଶ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରିଥିଲେ। ଭାରତ ଏପର୍ଯ୍ୟନ୍ତ କୌଣସି ଫିଫା ବିଶ୍ୱକପ ଖେଳି ନାହିଁ କିମ୍ବା ଆୟୋଜନ କରି ନାହିଁ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଭବିଷ୍ୟତରେ ଦିନେ ଭାରତ ଫିଫା ବିଶ୍ୱକପ ଆୟୋଜନ କରିବ ଏବଂ ଏଥିରେ ଭାଗ ନେବ।
ଶିଲୋଙ୍ଗରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ମୋଦି ଏହା କହିଛନ୍ତି। ଯଦିଓ ଭାରତ ଅଣ୍ଡର -୧୭ ର ଦୁଇଟି ଫିଫା ବିଶ୍ୱକପ୍ ଆୟୋଜନ କରିଛି। ୨୦୧୮ରେ ଭାରତ ଅଣ୍ଡର -୧୭ ଫିଫା ବିଶ୍ୱକପ ଆୟୋଜନ କରିଥିଲା। ମୋଦି କହିଛନ୍ତି ଯେ ଆମର ଯୁବ ଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ତେଣୁ ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ କହିପାରିବି ଯେ ସେହି ଦିନଟି ଦୂର ନୁହେଁ ଯେତେବେଳେ ଆମେ ଭାରତରେ ମଧ୍ୟ ସମାନ ଉତ୍ସବ ପାଳନ କରିବୁ।
କତାରରେ ଚାଲିଥିବା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ ଆଉଟରେ ଫ୍ରାନ୍ସକୁ 4-2ରେ ପରାସ୍ତ କଲା । ଏଥି ସହିତ 36 ବର୍ଷ ପରେ ବିଶ୍ୱକପ ଜିତିବାରେ ସକ୍ଷମ ହେଲା ଆର୍ଜେଣ୍ଟିନା । 1978 ଏବଂ 1986 ପରେ ତୃତୀୟ ଥର ପାଇଁ ଟାଇଟଲ୍ ଜିତିଲା ମେସିଙ୍କ ଦଳ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।