ଜିମ୍ବାୱେକୁ ପରାସ୍ତ କରିଛି ଭାରତ; ମନ ଜିଣିଛି ଭାରତୀୟ ଟିମ୍

ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପରେ ଜିମ୍ବାୱେକୁ ୭୧ ରନ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ବାଟିଂ କରିବା ପରେ ବୋଲିଂରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛି ଭାରତୀୟ ଟିମ୍ । 

ଜିମ୍ବାୱେକୁ ପରାସ୍ତ କରିଛି ଭାରତ; ମନ ଜିଣିଛି ଭାରତୀୟ ଟିମ୍

ଜିମ୍ବାୱେକୁ ପରାସ୍ତ କରିଛି ଭାରତ; ମନ ଜିଣିଛି ଭାରତୀୟ ଟିମ୍

  • News18 Odia
  • Last Updated :
  • Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ:  ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିବା ଟି-୨୦ ବିଶ୍ୱକପରେ ଜିମ୍ବାୱେକୁ ୭୧ ରନ୍‌ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ବାଟିଂ କରିବା ପରେ ବୋଲିଂରେ ମଧ୍ୟ ଦର୍ଶକଙ୍କ ମନ ଜିଣିଛି ଭାରତୀୟ ଟିମ୍ ।  ଗ୍ରୁପ୍-୨ର ଟପ୍ପର ହୋଇ ସଭିଙ୍କ ମନକୁ ବେଶ ପ୍ରଭାବିତ କରିଛି ।  ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ୧୮୬/୫ ର ମୁକାବିଲା କରିବାକୁ ଯାଇ ଜିମ୍ବାଓ୍ୱେ ୧୧୫ରେ ଅଲ୍ଆଉଟ୍ ହୋଇଥିଲା ।  ଗ୍ରୁପ୍-୨ରେ ୮ ପଏଣ୍ଟ ସହ ଟିମ ଇଣ୍ଡିଆ ପ୍ରଥମ, ୬ ପଏଣ୍ଟ ସହ ପାକିସ୍ତାନ ଦ୍ୱିତୀୟ ସ୍ଥାନ ପାଇଛି । ୯ ତାରିଖରେ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡ ସହ ଖେଳିବ ପାକିସ୍ତାନ । ତାପର ଦିନ ୧୦ ତାରିଖରେ ଦ୍ୱିତୀୟ ସେମିରେ ଆଡିଲେଡରେ ଇଂଲଣ୍ଡ ସହ ମୁକାବିଲା କରିବ ଭାରତ ।  ଫାଇନାଲ ମ୍ୟାଚ୍ ୧୩ତାରିଖ ଦିନ ମେଲବର୍ଣ୍ଣରେ ଖେଳାଯିବ ।

ଆଜିର ମ୍ୟାଚରେ ଟସ୍ ଜିତି କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିଥିଲେ ।  ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୮୬ ରନ୍‌ କରିବାରେ ସକ୍ଷମ ହୋଇଥିଲେ ଭାରତୀୟ ଟିମ । ସୂର୍ଯ୍ୟକୁମାର ଯାଦବ ଏବଂ କେଏଲ୍‌ ରାହୁଲ  ବିସ୍ଫୋରକ ଅର୍ଦ୍ଧଶତକ କରି ମନ ଜିଣିଥିଲେ ।  ୩ଟି ଛକା ଓ ୩ଟି ଚୌକା ସମେତ ରାହୁଲ ୫୧ ରନ୍, ରୋହିତ ଶର୍ମା ୧୫ ରନ୍, ରିଷଭ ପନ୍ତ ୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୮, ବିରାଟ କୋହଲି ୨୬ ରନ୍, ସୂର୍ଯ୍ୟକୁମାର ଯାଦବ ଅପରାଜିତ ୬୧ ରନ୍ ସଂଗ୍ରହ କରିଥିଲେ।  ଜିମ୍ବାୱେର ସମସ୍ତ ଖେଳାଳି ୧୭.୨ ଓଭରରେ ସମସ୍ତ ୱିକେଟ ହରାଇବା ସହ ସମୁଦାୟ ୧୧୫ ରନ୍‌ ସଂଗ୍ରହ କରିଥିଲେ ।
Published by:Soubhagya Mishra
First published: