News 18 Odia Digital
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଜି କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଖେଳାଯିବ। ଯଦି ଭାରତୀୟ ଦଳ ଆଜି ଜିତେ ତାହେଲେ, ସିରିଜ ହାତେଇବାକୁ ସକ୍ଷମ ହେବ ଟିମ୍ ଇଣ୍ଡିଆ। ବିଶେଷ କଥା ହେଉଛି ଅଧିନାୟକ ରୋହିତ ଶର୍ମା ଆଜି ଏକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ପାଇଛନ୍ତି। ଶ୍ରୀଲଙ୍କାରୁ ୬୭ ରନରେ ଭାରତ ପ୍ରଥମ ODI ଜିତିଥିଲା, ଏବେ ସମସ୍ତଙ୍କ ନଜର ଆଜିର ମ୍ୟାଚ୍ ଉପରେ ରହିଛି। ଯଦି ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍ ଜିତେ, ତେବେ ଏହା କ୍ରମାଗତ ଷଷ୍ଠ ଥର ପାଇଁ ସିରିଜ୍ ଜିତିବାର ରେକର୍ଡ ସୃଷ୍ଟି କରିବ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ୨୦୧୯ରେ କେବଳ ଅଷ୍ଟ୍ରେଲିଆକୁ ହରାଇଥିଲା, କିନ୍ତୁ ସେବେଠାରୁ ଦଳ କ୍ରମାଗତ ଭାବେ ସିରିଜ୍ ଜିତି ଆସୁଛି | ୨୦୧୯ ପରଠାରୁ ଭାରତ ଏପର୍ଯ୍ୟନ୍ତ ପାଞ୍ଚଟି ODI ସିରିଜ୍ ଖେଳିଛି।
କ୍ୟାପଟେନ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି, କିନ୍ତୁ ଗତ ତିନି ବର୍ଷ ଧରି ସେ ODI ରେ ଶତକ ହାସଲ କରିନାହାଁନ୍ତି। ବିଶେଷ କଥା ହେଉଛି, ରୋହିତ ଶର୍ମା ODI ରେ ସର୍ବାଧିକ ଶତକ ହାସଲ କରିବାରେ ଚତୁର୍ଥ ସ୍ଥାନରେ ଅଛନ୍ତି, ତାଙ୍କ ଆଗରେ ସଚିନ, ବିରାଟ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ଅଛନ୍ତି, କିନ୍ତୁ ଯଦି ରୋହିତ ଆଉ ଏକ ସେଣ୍ଟରି ସ୍କୋର କରନ୍ତି ତେବେ ସେ ରିକି ପଏଣ୍ଟିଂଙ୍କ ସହ ସମାନ ହେବେ। ୨୩୬ ଟି ଦିନିକିଆରେ ରୋହିତ ଶର୍ମା ୨୯ଟି ଶତକ ଏବଂ ୪୭ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର/ ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ସାମି,ଉମ୍ରାନ ମଲିକ ।
ଶ୍ରୀଲଙ୍କା: ପଥୁମ ନିଶଙ୍କା, ଅଭିସ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲେଜ, ଚାମିକା କରୁଣାରତ୍ନେ, କାସୁନ ରଜିଥା, ଦିଲସାକ ମଦୁଶଙ୍କା/ଲାହିରୁ କୁମାରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।